Jump to content

ମୃଦଙ୍ଗ

ଉଇକିପିଡ଼ିଆ‌ରୁ
(Mrudangaରୁ ଲେଉଟି ଆସିଛି)
ମୃଦଙ୍ଗ

ମୃଦଙ୍ଗ ପ୍ରାଚୀନ ଭାରତର ଏକ ମୂଳ ତବଲା । କର୍ଣ୍ଣାଟକ ସଂଗୀତ କଳାକାରଙ୍କର ଏହା ହେଉଛି ପ୍ରଥମ ଛାନ୍ଦ ।[] ମୃଦଙ୍ଗ କର୍ଣ୍ଣାଟକୀ ସଙ୍ଗୀତ ସ‌ହ ଭାରତ ବାହାରେ ଶ୍ରୀଲଙ୍କା, ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଏବଂ ବ୍ରିଟେନ ଆଦି ଦେଶମାନଙ୍କରେ ମଧ୍ୟ ପରିବେଷଣ କରାଯାଏ । ମୃଦଙ୍ଗ ସଦାସର୍ବଦା ଘାତମ, କାଞ୍ଜିରା ଏବଂ ମୋର୍ସିଙ୍ଗ ସ‌ହିତ ହିଁ ଥାଏ । ମୃଦଙ୍ଗକୁ ଢୋଲମାନଙ୍କର ରାଜା ବୋଲି ସମ୍ବୋଧିତ କରାଯାଇଛି ।

ଶବ୍ଦର ଉତ୍ପତ୍ତି

[ସମ୍ପାଦନା]

ତାମିଲ ସଂସ୍କୃତିରେ ଏହାକୁ ତାନୁମାଇ କୁହାଯାଏ । ତାମିଲ ସାହିତ୍ୟରେ ମୃଦଙ୍ଗର ଉଲ୍ଲେଖ ରହିଛି । ସଙ୍ଗମ ସାହିତ୍ୟରେ ମୃଗଙ୍ଗକୁ ତାନୁମାଇ ଭାବରେ ବର୍ଣ୍ଣନା କରାଯାଇଛି । ମୃଦଙ୍ଗ ଶବ୍ଦଟି ଏକ ସନ୍ଧିପଦ କିମ୍ବା ଦୁଇଟି ସଂସ୍କୃତ ଶବ୍ଦ ମର୍ଦ(ମାଟି) ଏବଂ ଅଙ୍ଗ ଯାହାକି ପୂର୍ବରୁ କଠିନ ମୃତ୍ତିକାଦ୍ୱାରା ତିଆରି କରାଯାଇଥିଲା ।[]

ଜଣେ ମୃଦଙ୍ଗ ବାଦକ ବସି ମୃଦଙ୍ଗ ବଜାଉଛନ୍ତି ।
ଏକ ସଙ୍ଗୀତ ଆସରରେ ମୃଦଙ୍ଗ ବାଦ୍ୟର ପରିବେଷଣ

ଇତିହାସ

[ସମ୍ପାଦନା]

ପ୍ରାଚୀନ ହିନ୍ଦୁ ମୂର୍ତ୍ତିକଳା, ଚିତ୍ରକଳା ଏବଂ ପୌରାଣିକ କଥାରେ ମୃଦଙ୍ଗ ସର୍ବଦା ଗଣେଶ(ବିଘ୍ନ ନାଶକ) ଏବଂ ନନ୍ଦି(ଭଗବାନ ଶିବଙ୍କର ବାହାନ ଏବଂ ଅନୁସରଣକାରୀ)ଙ୍କର ପ୍ରମୁଖ ପସନ୍ଦ ବୋଲି ବର୍ଣ୍ଣନା ରହିଛି । ଭଗବାନ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ତ୍ରିଲୋକରେ ଏକ ଦିବ୍ୟ ଛାନ୍ଦର ଗୁଞ୍ଜନ ପାଇଁ ନନ୍ଦି ମୃଦଙ୍ଗ ପରିବେଶଣ କରିଥାନ୍ତି ।[] ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସ୍ୱର୍ଗାଧିପତି ଦେବରାଜ ଇନ୍ଦ୍ର ଐରାବତ ହସ୍ତୀରେ ଅବସ୍ଥାନ କରି ସ୍ୱର୍ଗ ପରିଭ୍ରମଣ କରୁଥିବା ବେଳେ ଦେବରାଜଙ୍କର ସ୍ୱର ଗୁଞ୍ଜରିତ କରିବା ପାଇଁ ମୃଦଙ୍ଗର ଉତ୍ପତ୍ତି ହୋଇଥିଲା ।[] ଏଥିପାଇଁ ମୃଦଙ୍ଗକୁ ମଧ୍ୟ ଦେବ ବାଦ୍ୟ ବୋଲି କୁହାଯାଏ ।

ଏତେ ସବୁ ବର୍ଷ ମଧ୍ୟରେ ମୃଦଙ୍ଗର ସ୍ଥୟିତ୍ୱ ବଢ଼ାଇବା ପାଇଁ ଭିନ୍ନ ଭିନ୍ନ କାଠମାନଙ୍କରେ ନିର୍ମାଣ କରାଯାଇଥିଲା । ଆଜିକାଲି ଏହାର ମୁଖ୍ୟ ଶରୀର ପଣସ ଗଛର କାଠରୁ ତିଆରି କରାଯାଉଛି ।[] ମୃଦଙ୍ଗକୁ ଅଧା କରାଯାଇ ହିନ୍ଦୁସ୍ଥାନୀ ସଙ୍ଗୀତତର ତବଲା ନିର୍ମାଣ କରାଯାଇଛି ବୋଲି ବିଶ୍ୱାସ ରହିଛି । ମୃଦଙ୍ଗର ବିକାଶ ସହିତ ବିଭିନ୍ନ ପ୍ରକାରର ତାଳର ସୃଷ୍ଟି ହୋଇଛି ।

ମୃଦଙ୍ଗ ନୂତନ ସଙ୍ଗୀତ ଦୁନିଆରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ନାମରେ ପ୍ରାଚୀନ ନେପାଳର ସଙ୍ଗୀତ ପାଣ୍ଡୁଲିପିରେ ମୃଦଙ୍ଗ ଉପରେ ଏକ ଦୀର୍ଘ ପ୍ରବନ୍ଧ ରହିଛି ଯାହାର ନାମ ହେଉଛି ମୃଦଙ୍ଗ ଅନୁକରଣମ[] ମୃଦଙ୍ଗ ବାଦ୍ୟର ପରିବେଷଣ ପୂର୍ବ କିଛି ବର୍ଷରୁ ବଦଳିବାରେ ଲାଗିଛି । ପୂର୍ବରୁ ମୁଖ୍ୟ ବାଦକ ମୃଦଙ୍ଗ ପରିବେଶଣ କରୁଥିବାବେଳେ ଏବେ ଏହା କେବଳ ସଙ୍ଗୀତ କାର୍ଯ୍ୟକ୍ରମରେ ହିଁ ପରିବେଷଣ ହେଉଛି ।

ମୃଦଙ୍ଗ ହେଉଛି ଏକ ଦ୍ୱିପାର୍ଶ୍ୱିକ ଢୋଲ ଯାହାର ଶରୀର ମୁଖ୍ୟତଃ ୧ ଇଞ୍ଜ ମୋଟେଇ ବିଶଷ୍ଟ ପଣସ କାଠରେ ନିର୍ମିତ ଏକ ଫମ୍ପା ଖଣ୍ଡ ।[] ମୃଦଙ୍ଗର ଦୁଇ ପାର୍ଶର ଫମ୍ପା ଅଂଶକୁ ଛେଳି ଚମଡ଼ାଦ୍ୱାରା ଆବଦ୍ଧ କରାଯାଇ ଚମଡ଼ାର ଫିତାଦ୍ୱାରା ଏହାର ପରିଧିକୁ ସିଲେଇ କରାଯାଏ । ଏହି ଚମଡ଼ା ଫିତାଗୁଡ଼ିକୁ ମୁଖ୍ୟତଃ ଟାଣ କରି ବନ୍ଧାଯାଇଥାଏ, ଯାହାକି ଏହି ଗୋଲାକାର ଅଂଶକୁ ଦୁଇପାର୍ଶ୍ୱରୁ ଟାଣିକି ରଖିଥାଏ ଏବଂ ବାଡ଼େଇବା ବେଳେ ଢିଲା ହୋଇ ନ ଥାଏ । ଏହି ଦୁଇ ଗୋଲାକାର ଅଂଶଦୁଇଟିର ଆକାର ଅସମାନ ଥାଏ ଯାହାକି ଢୋଲ ଏବଂ ବଂଶୀର ଶଦ୍ଦ ନିର୍ଗତ କରିଥାଏ ।

ମୃଦଙ୍ଗ ପରିବେଶଣ

ଧ୍ୱନୀ

[ସମ୍ପାଦନା]

ମୃଦଙ୍ଗରୁ ନିର୍ଗତ ହେଉଥିବା ଧ୍ୱନୀ ଏହାର ଆକାର ଉପରେ ନିର୍ଭର କରେ । ମୃଦଙ୍ଗର ଆକର ବଡ଼ ହେଲେ ଏଥିରୁ ନିର୍ଗତ ଧ୍ୱନୀ କମ ହୋଇଥାଏ ଏବଂ ମୃଦଙ୍ଗର ଆକାର ଛୋଟ ହେଲେ ଏଥିରୁ ନିର୍ଗତ ଧ୍ୱନୀ ଅଧିକ ହୋଇଥାଏ ।[] ମୃଦଙ୍ଗ ବାଦକ ଜଣକ ନିଜ ଆଙ୍ଗୁଠିରେ ଯାଦୁରେ ସଙ୍ଗୀତର ସାତସୁର ବାହାର କରିଥାଏ ।

  1. "Mridangam". Encyclopedia Britannica. Retrieved 31 July 2016.
  2. "Mridangam". Retrieved 31 July 2016.
  3. 1 2 "History". Retrieved 31 July 2016.
  4. 1 2 "Mridangam". lakshmansruthi.com. Archived from the original on 23 July 2016. Retrieved 31 July 2016.
  5. Book: Nepalbhasa sahitya ya itihaas, Author: Prof. Premshanti Tuladhar, Publication: Nepalbhasa Academy, ISBN 978-99933-56-00-4
  6. "TONE". Retrieved 31 July 2016.