ସର୍ବନିମ୍ନ ପରିବର୍ତ୍ତନ ରୋଗ
Minimal change disease | |
---|---|
Minimal change glomerulopathy, minimal change nephrotic syndrome, nil disease, lipoid nephrosis[୧][୨] | |
ବିଭାଗ | Nephrology |
ଲକ୍ଷଣ | Swelling, foamy urine[୧] |
ଆକ୍ରାନ୍ତ ସମୟ | 2 to 3 years old[୩] |
କାରଣ | Unknown[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Generally based on symptoms, labs, and urine testing[୨] |
ସଠିକ ରୋଗ ନିର୍ଣ୍ଣୟ | Glomerulonephritis, heart failure, lymphedema[୨] |
ଚିକିତ୍ସା | Corticosteroids, blood pressure medication[୪] |
Prognosis | Generally good[୨] |
ପୁନଃପୌନିକ | 1 in 20,000 children per year[୨] |
ସର୍ବନିମ୍ନ ପରିବର୍ତ୍ତନ ରୋଗ (ଇଂରାଜୀ ଭାଷାରେ Minimal change disease/ MCD ) ହେଉଛି ଏକ ପ୍ରକାର ବୃକ୍କ ରୋଗ ଯେଉଁଥିରେ ରୋଗୀ ମୂତ୍ରରେ ଉଲ୍ଲେଖନୀୟ ପରିମାଣର ପ୍ରୋଟିନ ବା ପୁଷ୍ଟିସାର ଥାଏ କିନ୍ତୁ ବୃକ୍କ ବାୟୋପ୍ସିକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯିବାବେଳେ ଅପେକ୍ଷାକୃତ ସାଧାରଣ ବୃକ୍କ ଥିବା ଦେଖାଯାଏ | [୪] ଏହାର ଲକ୍ଷଣ ମଧ୍ୟରେ ଫୁଲା ଏବଂ ଫେଣଯୁକ୍ତ ମୂତ୍ର ତ୍ୟାଗ ହେଉଥିବା ଦେଖାଯାଏ | [୧] ରୋଗ ଜଟିଳ ହେଲେ ରକ୍ତ ଜମାଟ ବାନ୍ଧିଯାଏ, ସଂକ୍ରମଣ, ନିର୍ଜଳନ ଏବଂ ଉଚ୍ଚ ରକ୍ତ କୋଲେଷ୍ଟେରଲ ଥାଏ । [୧] [୨] ବୃକ୍କ ବିଫଳତା ବିରଳ ଅଟେ | [୧]
ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ | [୧] [୨] ଏହା ସଂକ୍ରମଣ କିମ୍ବା ଆଲର୍ଜି ପ୍ରତିକ୍ରିୟାଦ୍ୱାରା ସକ୍ରିୟ ହୋଇପାରେ । [୧] ବୃକ୍କରରେ ଥିବା ଗ୍ଲୋମେରୁଲସରେ କ୍ଷତି ହେବା ଯୋଗୁ ଏହି ରୋଗ ହୋଇପାରେ | [୧] ସାଧାରଣତଃ ଲକ୍ଷଣ ସହିତ ମୂତ୍ର ପରୀକ୍ଷା ଏବଂ ଲ୍ୟାବ ପରୀକ୍ଷା ଫଳ ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ | [୨] ଯଦି ତଥାପି ରୋଗ ନିର୍ଣ୍ଣୟ ଅସ୍ପଷ୍ଟ ଥାଏ, ତେବେ ବୃକ୍କ ବାୟୋପ୍ସି ଉପଯୋଗୀ ହୋଇପାରେ। [୨]
ସାଇକ୍ଲୋଫସଫାମାଇଡ କିମ୍ବା ସାଇକ୍ଲୋସ୍ପୋରିନ୍ ଦେଇ ଚିକିତ୍ସା କରାଯାଏ । [୪] ଏସିଇ ଇନହିବିଟର ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଦେଇ ଉଚ୍ଚ ରକ୍ତଚାପ ପରିଚାଳନା କରାଯାଇପାରେ | [୧] ଏକ ନିମ୍ନ ଲବଣ ଯୁକ୍ତ ଖାଦ୍ୟ ଏବଂ ଡାଇୟୁରେଟିକସ ଦେଇ ଫୁଲା ନିୟନ୍ତ୍ରଣ କରାଯାଏ । [୪]ସମସ୍ତ ବୟସରେ ଫଳାଫଳ ପ୍ରାୟ ଭଲ ରହେ । [୨] ପ୍ରାୟ ୮୦%ରୁ ଅଧିକ ବୟସ୍କଙ୍କର ଏହି ରୋଗ ଚିକିତ୍ସା ସହିତ ଉପଶମ ହୋଇଯାଏ । [୧]
ବର୍ଷକୁ ପ୍ରାୟ ୨୦,୦୦୦ ପିଲାଙ୍କ ମଧ୍ୟରୁ ଜଣେ ଏହି ରୋଗଦ୍ୱାରା ପ୍ରଭାବିତ ହୋଇଥାଏ | [୨] ସାଧାରଣତଃ ୨ରୁ ୩ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଏ | [୩] ପିଲାମାନଙ୍କଠାରେ ପୁରୁଷମାଙ୍କ ଅପେକ୍ଷା ମହିଳାମାନେ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। [୨] ବୟସ୍କମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। [୨] ପିଲାଙ୍କର ହେଉଥିବା ନେଫ୍ରୋଟିକ୍ ସିଣ୍ଡ୍ରୋମର ସବୁଠାରୁ ସାଧାରଣ କାରଣ ଏହି ରୋଗ ହୋଇଥାଏ ଏବଂ ବୟସ୍କମାନଙ୍କ କ୍ଷେତ୍ରରେ ୧୦ରୁ ୨୫% ମାମଲା ଏଥିପାଇଁ ଦାୟୀ ହୁଅନ୍ତି | [୧] [୫] ଏହି ରୋଗ ପ୍ରଥମେ ୧୯୧୩ ମସିହାରେ ମଙ୍କ ବର୍ଣ୍ଣନା କରିଥିଲେ । [୬]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Minimal change disease | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Retrieved 24 January 2021.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Zamora, G; Pearson-Shaver, AL (January 2020). "Minimal Change Disease". PMID 32809474.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ Cheung, Alfred K. (2005). Primer on Kidney Diseases (in ଇଂରାଜୀ). Elsevier Health Sciences. p. 165. ISBN 978-1-4160-2312-8.
- ↑ ୪.୦ ୪.୧ ୪.୨ ୪.୩ "Glomerular Diseases | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
- ↑ Hogan J, Radhakrishnan J (April 2013). "The treatment of minimal change disease in adults". Journal of the American Society of Nephrology. 24 (5): 702–11. doi:10.1681/ASN.2012070734. PMID 23431071.
- ↑ Yu, Alan S. L.; Chertow, Glenn M.; Luyckx, Valerie; Marsden, Philip A.; Skorecki, Karl; Taal, Maarten W. (2015). Brenner and Rector's The Kidney E-Book (in ଇଂରାଜୀ). Elsevier Health Sciences. p. 1016. ISBN 978-0-323-26259-0.