ମେଥୋକ୍ସି ପଲିଏଥିଲିନ ଗ୍ଲାଇକଲ-ଇପୋଏଟିନ ବିଟା
Clinical data | |
---|---|
AHFS/Drugs.com | monograph |
data | |
Legal status | |
Legal status |
|
(verify) |
ମେଥୋକ୍ସି ପଲିଏଥିଲିନ ଗ୍ଲାଇକଲ-ଇପୋଏଟିନ ବିଟା, ମିରୋସେରା ଏହାର ବିକ୍ରୟ ନାମ, ଏକ ଔଷଧ ଯାହା କ୍ରନିକ୍ ବୃକକ୍ ରୋଗ ଯୋଗୁଁ ହେଉଥିବା ସ୍ୱଳ୍ପ ଲୋହିତ ରକ୍ତ କଣିକାର ଚିକିତ୍ସା କରିବା ପାଇଁ ଏହା ବ୍ୟବହୃତ ହୁଏ । [୧] ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ହେମୋଗ୍ଲୋବିନ ସ୍ତର ୧୧୦ଗ୍ରା/ଲି (୧୧ଗ୍ରାମ/ଡେଲି) ଠାରୁ ଅଧିକ ବୃଦ୍ଧି କରାଯିବା ଉଚିତ ନୁହେଁ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ ଏବଂ ତରଳ ଝାଡ଼ା ହୋଇପାରେ ।[୨] [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆରିଦେମା ମଲ୍ଟିଫର୍ମ, ଆନାଫାଇଲାକ୍ସିସ, ବାତ ଏବଂ କର୍କଟ ରୋଗରେ ଖରାପ ପରିଣାମ ହୋଇପାରେ । ଏହା ଏକ ଏରିଥ୍ରୋପୋଏଇସିସ୍-ଉତ୍ତେଜକ ଏଜେଣ୍ଟ (ESA) ଏବଂ ଏରିଥ୍ରୋପୋଏଟିନ୍ ଭଳି କାମ କରେ ।
୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମେଥୋକ୍ସି ପଲିଥାଇଲନ୍ ଗ୍ଲାଇକଲ୍-ଇପୋଟିନ୍ ବିଟା ଅନୁମୋଦନ କରାଯାଇଥିଲା ।[୧] [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୩] ଯୁକ୍ତରାଜ୍ୟରେ ୨୫ ମାଇକ୍ରୋଗ୍ରାମ୍ ଔଷଧର ମୁଲ୍ୟ ୨୦୨୧ ସୁଦ୍ଧା ୧୧୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୨୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Methoxy Polyethylene Glycol-epoetin Beta Monograph for Professionals". Drugs.com (in ଇଂରାଜୀ). Retrieved 17 November 2021.
- ↑ ୨.୦ ୨.୧ ୨.୨ "Mircera". Archived from the original on 29 December 2019. Retrieved 17 November 2021.
- ↑ World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1064. ISBN 978-0857114105.
- ↑ "Mircera Prices and Mircera Coupons - GoodRx". GoodRx. Retrieved 17 November 2021.