ଋଣ

ଉଇକିପିଡ଼ିଆ ରୁ
(Loan ରୁ ଲେଉଟି ଆସିଛି)
Jump to navigation Jump to search

ଋଣ ହେଉଛି ଜଣେ, ଅନେକ ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ଇତ୍ୟାଦି କାହାଠୁ ଟଙ୍କା ଧାର ବା ବାକି ଆଣିଥିଲେ କୁହାଯାଇଥାଏ । ରୁଣକର୍ତ୍ତା ବା ଧାରୁଆ ସମ୍ପୂର୍ଣ୍ଣରୂପେ ମୂଳଧନ ଶୁଝିଲା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସୁଧ ସହିତ ପରିଶୋଧ କରିବାକୁ ପଡିଥାଏ । ସାଧାରଣତଃ ଏକ ଦଲିଲରେ ଅନ୍ୟାନ୍ୟ ଦରକାରୀ ତଥ୍ୟ ସହିତ ଋଣ ନେଇଥିବା ମୂଳଧନ, ଋଣଦାତାଙ୍କୁ ମିଳିବାକୁ ଥିବା ବାର୍ଷିକ ସୁଧ, ଋଣକର୍ତ୍ତାଙ୍କର ପରବର୍ତ୍ତୀ ଟଙ୍କା ଦେବା ତାରିଖ ଇତ୍ୟାଦି ଲେଖାଥାଏ ।

ଋଣକର୍ତ୍ତାରୂପେ ଧାର ଦେବା ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ କମ୍ପାନୀଗୁଡିକର ଏକ ମୁଖ୍ୟ ବ୍ୟବସାୟ ମାର୍ଗ ଅଟେ । ଆଜିକାଲି ଅନେକ ଗୁଡିଏ ଆପ ନିଜର ଗ୍ରାହକମାନଙ୍କ ପାଇଁ ମଧ୍ୟ ଆଂଶିକ ପ୍ରକାରର ଋଣ ଦେଉଛନ୍ତି । ଅନ୍ୟ ସଂସ୍ଥାଗୁଡ଼ିକ ଋଣ କଣ୍ଟ୍ରାକ୍ଟ ଯଥା ବଣ୍ଡ ପ୍ରକାଶ କରି ଧାର କରିଥାନ୍ତି ।

ବିଭିନ୍ନ ପ୍ରକାରର ଋଣ[ସମ୍ପାଦନା]

ସୁରକ୍ଷିତ[ସମ୍ପାଦନା]

ଏହି ଋଣରେ ରୁଣକର୍ତ୍ତା କିଛି ସମ୍ପତ୍ତି (ଯଥା: କାର, ଜମି, ଘର, ସୁନାରୂପା ଇତ୍ୟାଦି) ବନ୍ଧାରେ ରଖି ଋଣ ନେଇଥାନ୍ତି । ଋଣ ଶୁଝି ନପାରିଲେ ଋଣଦାତା କ୍ଷତିପୂରଣ ବାବଦରେ ବନ୍ଧାଥିବା ସମ୍ପତ୍ତିକୁ ନିଜ ଅକ୍ତିଆରକୁ ଆଣିପାରିବେ ।

ସେହିଭଳି ଏକ କାର କିଣିବାକୁ ନିଆଯାଇଥିବା କାର ଋଣରେ କିଣାଯାଇଥିବା କାରଟି ବନ୍ଧା ପଡ଼ିଥାଏ । ଦୁଇ ପ୍ରକାରର ଗାଡ଼ି ଋଣ ଥାଏ ।

  • ସିଧାସଳଖ ଋଣ, ଏଥିରେ ବ୍ୟାଙ୍କରୁ ସିଧାସଳଖ ଋଣ ନିଆଯାଇଥାଏ ।
  • ପରୋକ୍ଷ ଋଣ, ଏଥିରେ ବିକ୍ରୀକରୁଥିବା ଗାଡ଼ିର ଶୋରୁମ ଡିଲର ବ୍ୟାଙ୍କ ଏବଂ ରୁଣକର୍ତ୍ତାଙ୍କ ଭିତରେ ମଧ୍ୟସ୍ଥି ସାଜି ଋଣ ବ୍ୟବସ୍ଥା କରାଇଦିଅନ୍ତି ।

ଅସୁରକ୍ଷିତ[ସମ୍ପାଦନା]

ଅସୁରକ୍ଷିତ ରୂଣଗୁଡ଼ିକରେ କିଛି ବନ୍ଧା ରଖାଯାଇନଥାଏ । ବିଭିନ୍ନ ପ୍ରକାରର ଏହି ଭଳି ରୂଣଗୁଡ଼ିକ ହେଲା:

  • କ୍ରେଡିଟ କାର୍ଡ଼ ଋଣ
  • ବ୍ୟକ୍ତିଗତ ଋଣ
  • ବ୍ୟାଙ୍କ ଓଭରଡ୍ରାଫ୍ଟ ଇତ୍ୟାଦି ।

ସୁଧର ହାର ଉଭୟପକ୍ଷଙ୍କର ମଧ୍ୟରେ ନିର୍ଦ୍ଧାରଣ କରାଯାଇଥାଏ । ଏଥିରେ କୌଣସି ନିୟମ ନଥାଏ । ସାଧାରଣତଃ ଅସୁରକ୍ଷିତ ଋଣର ସୁଧାର ହାର ଅଧିକ ଥାଏ, କାରଣ ଏଥିରେ ଋଣଦାତାଙ୍କର ଟଙ୍କା ବୁଡ଼ିବାର ଅବସର ଅଧିକ ଥାଏ ।

ଦାବି[ସମ୍ପାଦନା]

ଦାବିଯୁକ୍ତ ଋଣଗୁଡିକ ସ୍ୱଳ୍ପମିଆଦୀ ଋଣ ହୋଇଥାଏ ।[୧] ଏହାର ପରିଶୋଧ କରିବାର କୌଣସି ନିର୍ଦ୍ଧାରିତ ସମୟ ନଥାଏ । ଅନ୍ୟପକ୍ଷରେ ଏହାର ଏକ ଭାସମାନ ଋଣ ଥାଏ ଯାହା ସମୟାନୁସାରେ ପରିବର୍ତ୍ତିତ ହୋଇଥାଏ । ଋଣଦାତା ଚାହିଁଲେ କେବେବି ଋଣ ପରିଶୋଧ ପାଇଁ ଦାବି କରିପାରିବେ । ଏହା ଉଭୟ ସୁରକ୍ଷିତ କିମ୍ବା ଅସୁରକ୍ଷିତ ହୋଇପାରେ ।

ରିହାତିଯୁକ୍ତ[ସମ୍ପାଦନା]

ଏକ ରିହାତିଯୁକ୍ତ ଋଣରେ ମୁଖ୍ୟତଃ ସୁଧ କିଛି ପରିମାଣରେ ସରକାରଙ୍କଦ୍ୱାରା କମ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ ଛାତ୍ରଋଣରେ ଏହିଭଳି ହୋଇଥାଏ ।[୨]

ସୁବିଧାପୂର୍ଣ୍ଣ[ସମ୍ପାଦନା]

ଏହି ଋଣ ପ୍ରାୟତଃ ବିଦେଶୀ କମ୍ପାନୀ ବିକାଶଶୀଳ ଦେଶକୁ ସୁଧରେ ରିହାତି ଦେଇ କିମ୍ବା ପରିଶୋଧର ସମୟ ବଢ଼ାଇ ପ୍ରଦାନ କରିଥାନ୍ତି ।[୩]

ଲକ୍ଷିତ ଗ୍ରାହକ[ସମ୍ପାଦନା]

ରୁଣକର୍ତ୍ତା ବ୍ୟକ୍ତି କିମ୍ବା ବ୍ୟବସାୟ ହିସାବରେ ଅଲଗା ନିୟମ ହୋଇଥାଏ ।

ବ୍ୟକ୍ତିଗତ[ସମ୍ପାଦନା]

ସାଧାରଣ ବ୍ୟକ୍ତିଗତ ଋଣଗୁଡ଼ିକ ହେଲା ମର୍ଡଗେଜ ଋଣ, କାର ଋଣ, କ୍ରେଡିଟ କାର୍ଡ଼, ଇନଷ୍ଟାଲମେଂଟ ଋଣ ଏବଂ ଦରମା ଋଣ ଇତ୍ୟାଦି । ବ୍ୟକ୍ତିର କ୍ରେଡିଟ ସ୍କୋର ଦେଖିକି ଋଣର ପରିମାଣ ଆଦି ଧାର୍ଯ୍ୟ ହୋଇଥାଏ । ଅଧିକ ସମୟର ଋଣ ନେଲେ ମାସିକ ଦେୟର ପରିମାଣ କମ ହୋଇଥାଏ । କିନ୍ତୁ ଯେତେ ଅଧିକ ସମୟ ନେବେ ସେତେ ଅଧିକ ସୁଧ ସହ ମୂଳ ଦେବାକୁ ପଡିଥାଏ । [୪]

ବ୍ୟବସାୟିକ[ସମ୍ପାଦନା]

ବ୍ୟବସାୟର କ୍ରେଡିଟ ରେଟିଙ୍ଗ ଦେଖି କର୍ପୋରେଟ ବଣ୍ଡ, ବ୍ୟବସାୟିକ ମର୍ଡଗେଜ ଆଦି ରଖି ଋଣ ମିଳିଥାଏ ।

ଋଣ ପରିଶୋଧ[ସମ୍ପାଦନା]

ସାଧାରଣତଃ ଅଧିକାଂଶ ଋଣରେ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସମାନ ପରିମାଣର ଅର୍ଥ ପେୟ କରିବାକୁ ପଡିଥାଏ ।[୫]

ଯେଉଁଠାରେ

ମାସିକ ସ୍ଥାୟୀ ଦେୟ: P

ଋଣର ପରିମାଣ: L

ଋଣ ପରିଶୋଧର ସମୟ: n ମାସ ଏବଂ

ମାସିକ ସୁଧ ହାର: c

ଋଣ ଶୋଷଣ[ସମ୍ପାଦନା]

ରୁଣକର୍ତ୍ତାଙ୍କୁ ଅସୁବିଧାରେ ପକେଇବାକୁ ନିୟମହୀନ ବଜାର (ମୁଖ୍ୟତଃ ବ୍ୟକ୍ତିଗତ ଋଣ ସାଧାରଣ ଲୋକଙ୍କଠାରୁ ଆଣିଲେ)ର ଋଣଦାତାମାନେ ଶୋଷଣ କରିଥାନ୍ତି ।[୬] [୭] ଋଣଦାତା ଅଧିକ ସୁଧର ହାର କିମ୍ବା ଖୁବ କମ ସମୟ ଋଣ ପରିଶୋଧ କରିବାକୁ ଦେଇ, ବନ୍ଧା ସମ୍ପତ୍ତି ହାତେଇ ନେବାର ନଜିର ରହିଛି । କ୍ରେଡିଟ କାର୍ଡ଼ କମ୍ପାନୀ ଗୁଡିକ ସାଧାରଣତଃ ଅଧିକ ସୁଧ ହାର ପାଇଁ ସମାଲୋଚିତ ହୋଇଥାନ୍ତି ।[୮]

ଅନ୍ୟାନ୍ୟ[ସମ୍ପାଦନା]

ଋଣ ପରିଶୋଧ ନକରିପାରି ଚାଷୀ ଆତ୍ମହତ୍ୟା ଭାରତରେ ଏକ ମୁଖ୍ୟ ସମସ୍ୟା ।[୯] ୨୦୧୮ ମସିହାରେ ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ଚାଷୀ ଋଣଗ୍ରସ୍ତ ଥିଲେ ।[୧୦]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Signoriello, Vincent J. (1991), Commercial Loan Practices and Operations, ISBN 978-1-55520-134-0
  2. Subsidized Loan - Definition and Overview at About.com. Retrieved 2011-12-21.
  3. Concessional Loans, Glossary of Statistical Terms, oecd.org, Retrieved on 5/5/2013
  4. "Average new-car loan a record 65 months in fourth quarter". Reuters. August 6, 2017. Retrieved 2017-08-06.
  5. Guttentag, Jack (October 6, 2007). "The Math Behind Your Home Loan". The Washington Post. Retrieved May 11, 2010.
  6. "Predators try to steal home". money.cnn.com. [CNN]. 18 Apr 2000. Retrieved 7 Mar 2018.
  7. Horsley, Scott; Arnold, Chris (2 Jun 2016). "New Rules To Ban Payday Lending 'Debt Traps'". National Public Radio. Retrieved 7 Mar 2018.
  8. "Credit card holders pay Rs 6,000 cr 'extra'". The Financial Express (India). Chennai, India]. 3 May 2007. Archived from the original on 2007.
  9. "ପୁଣି ଥରେ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ". OTV Khabar (in ଇଂରାଜୀ). 2019-02-27. Retrieved 2019-05-21.
  10. "ରାଜ୍ୟର ୯୦ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ". Sambad (in ଇଂରାଜୀ). 2018-08-31. Retrieved 2019-05-21.