କ୍ରେଡିଟ କାର୍ଡ଼

ଉଇକିପିଡ଼ିଆ‌ରୁ
କ୍ରେଡିଟ କାର୍ଡର ଆଗପଟର ଏକ ନମୁନା
କ୍ରେଡିଟ କାର୍ଡ଼ର ପଛପଟର ଏକ ଉଦାହରଣ

କ୍ରେଡିଟ କାର୍ଡ଼ ବା ବାକି କାର୍ଡ ଏକ ଛୋଟ ପ୍ଲାଷ୍ଟିକ କାର୍ଡ ଅଟେ । ଏହି କାର୍ଡଦ୍ୱାରା ଜିନିଷପତ୍ର କିଣିଲେ ଆଗ ପଇସା ଦେବାକୁ ପଡେନାହିଁ । ପ୍ରଥମେ ବାକିରେ ଏହି କାର୍ଡ଼ଧାରୀ ଜିନିଷ କିଣି ପରେ ଏହାର ମୂଲ୍ୟ ଦେଇପାରିବେ ।[୧] ଏହି କାର୍ଡଦ୍ୱାରା ଏଟିଏମ କିମ୍ବା ବ୍ୟାଙ୍କରୁ ନଗଦ ଅର୍ଥ ମଧ୍ୟ ଉଠାଯାଇ ପାରେ । କିଣିଥିବା ଜିନିଷର ପଇସା ସଠିକ ସମୟରେ ଦେଇନପାରିଲେ ଉଚ୍ଚ ହାରରେ ସୁଧ ସହିତ ମୂଳ ଦେବାକୁ ପଡ଼ିଥାଏ ।[୨]

ଅବଲୋକନ[ସମ୍ପାଦନା]

ଆଜିକାଲିକାର ଜୀବନଶୈଳୀରେ କ୍ରେଡିଟ କାର୍ଡ଼ ଏକ ଆବଶ୍ୟକତା ହୋଇଗଲାଣି । କିଣାକିଣିଠାରୁ ଆରମ୍ଭକରି କୌଣସି ଜରୁରୀ କାର୍ଯ୍ୟପାଇଁ ଲୋକେ କ୍ରେଡିଟ କାର୍ଡ ଉପଯୋଗ କରିବାକୁ ପସନ୍ଦ କରୁଛନ୍ତି, କିନ୍ତୁ ଗୋଟିଏ ପକ୍ଷରେ ଏହା ଲୋକଙ୍କପାଇଁ ଅନେକ ସୁବିଧା ଆଣିଦେଉଥିଲାବେଳେ ଅନ୍ୟପକ୍ଷରେ ଠିକସେ ବ୍ୟବହାର ନକଲେ ବ୍ୟବହାରକାରୀଙ୍କର କ୍ଷତି ମଧ୍ୟ କରିଥାଏ ।

ଜାଣିବା ଶବ୍ଦ[ସମ୍ପାଦନା]

କ୍ରେଡିଟ କାର୍ଡ ନେବା ସମୟରେ ଏହାର ସର୍ତ୍ତ ଏବଂ ନିୟମଗୁଡ଼ିକୁ ଧ୍ୟାନର ସହିତ ପଢ଼ିବା ଉଚିତ । କିଛି ଗୁରୁତ୍ୱପୂର୍ଣ୍ଣ ଶବ୍ଦାବଳୀ ନିମ୍ନରେ ଦିଆଗଲା: [୩][୪]

ପ୍ରାରମ୍ଭିକ ଏବଂ ବାର୍ଷିକ ଆୟ

କିଛି ଉଚ୍ଚ ଦର ବିଶିଷ୍ଟ କ୍ରେଡିଟ କାର୍ଡ଼କୁ ଛାଡ଼ିକରି ଅନେକ କାର୍ଡ ନିଃଶୁଳ୍କ ହୋଇଥାଏ । କିଛି କାର୍ଡ ଆଜୀବନ ନିଃଶୁଳ୍କ ମଧ୍ୟ ହୋଇଥାଏ ।

ବକେୟା ରାଶି ହସ୍ତାନ୍ତରୀକରଣ

କିଛି ଗ୍ରାହକ କ୍ରେଡିଟ କାର୍ଡ଼କୁ ଅଳ୍ପ ସମୟ ପାଇଁ ଋଣ ହିସାବରେ ଉପଯୋଗ କରିବାକୁ ନେଇଥାନ୍ତି । ଯେବେ ଗ୍ରାହକ ଋଣର ସୁଧ ଦେଇପାରନ୍ତି ନାହିଁ ତେବେ ବକେୟା ରାଶିକୁ ଅନ୍ୟ ଏକ କାର୍ଡ଼ରେ ହସ୍ତାନ୍ତରଣ କରିଲେ କିଛି ଦିନପାଇଁ ଆଦୌ କିମ୍ବା କମ ସୁଧ ଦେଲେ ହୋଇଯାଏ । ଏହାକୁ ବକେୟା ରାଶି ହସ୍ତାନ୍ତରୀକରଣ କୁହାଯାଇଥାଏ ।

ସୁଧ ହାର

ଯଦି କିଣାକିଣି କରିଥିବା ଜିନିଷର ମୂଲ୍ୟ ଠିକ ସମୟରେ ଦିଆଯାଏ ନାହିଁ ତେବେ ବ୍ୟାଙ୍କ ବାକି ଥିବା ଅର୍ଥରେ ସୁଧ ଲଗାଇଥାଏ । ସାଧାରଣତଃ ୨୮ରୁ ୩୬ ପ୍ରତିଶତ ବାର୍ଷିକ ସୁଧ ହାର ହୋଇଥାଏ । ଏବଂ ଏହା ବିଭିନ୍ନ କ୍ରେଡିଟ କାର୍ଡରେ ଭିନ୍ନ ଭିନ୍ନ ହୋଇଥାଏ । [୫]

ୠଣ ଅବଧି

ସାଧାରଣତଃ ଋଣ ଅବଧି ସମାପ୍ତ ପରେ ସଠିକ ତାରିଖ ମଧ୍ୟରେ ପଇସା ଫେରସ୍ତ କରିଦେଲେ ସୁଧ ଦେବାକୁ ପଡ଼େନାହିଁ । ଏହି ଋଣର ଅବଧି ୨୧-୪୨ ଦିନ ମଧ୍ୟରେ ରହିଥାଏ । ଋଣ ପରିଶୋଧରେ ଯେତେ ବିଳମ୍ବ କରିବେ ସୁଧ ସେତେ ବଢ଼ି ବଢ଼ି ଚାଲିବ ।

ୠଣ ସୀମା

ୠଣ ସୀମା, କ୍ରେଡିଟ କାର୍ଡ଼ରେ ଖର୍ଚ୍ଚ କରିହେଉଥିବା ସର୍ବୋଚ୍ଚ ପରିମାଣକୁ ବୁଝାଇଥାଏ । ଏହା ବ୍ୟବହାରକାରୀଙ୍କର ଆୟ ଉପରେ ନିର୍ଭର କରିଥାଏ । ଯାହାର ଆୟ ଯେତେ ଅଧିକ ତାଙ୍କର ସର୍ବୋଚ୍ଚ ସୀମା ସେତେ ଅଧିକ ହୋଇଥାଏ । ଏଭଳି ଲୋକେ ମାନନ୍ତି କି ଯେତେ ଅଧିକ ଖର୍ଚ୍ଚର ସୀମା ସେତେ ଭଲ । କିନ୍ତୁ, ଯେପର୍ଯ୍ୟନ୍ତ କ୍ରେଡିଟ କାର୍ଡ ଏତେ ଅଧିକ ଯାଏଁ ପ୍ରୟୋଗ କରୁନାହାଁନ୍ତି ଏଭଳି ଉପଦେଶ ବୃଥା ଅଟେ । କାର୍ଡ ଚୋରି ହୋଇଗଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ ।

ଏକ ଉଦାହରଣ:[୬]

ପ୍ରାରମ୍ଭିକ ଋଣ ସୀମା ଦେଣନେଣ ମୂଲ୍ୟ ଦେଣନେଣ ମୂଲ୍ୟ ମଞ୍ଜୁର ହେଲା? ବାକିଥିବା ଋଣ ସୀମା
୧୦,୦୦୦ -୨୫୦୦ ହଁ ୭୫୦୦
-୮୫୦୦ ନାଁ ୭୫୦୦
-୧୦୦୦ ହଁ ୬୫୦୦
ଗ୍ରାହକ ସେବା

କିଛି ବର୍ଷ ପୂର୍ବେ ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ଼ ପାଇଁ ସେବା ଏତେ ବିକଶିତ ହୋଇନଥିଲା । କିନ୍ତୁ ଆଜିକାଲି ଗ୍ରାହକ ସେବା ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି । ଏଥିଯୋଗୁଁ ଭଲ ସମ୍ପର୍କ ଥିବା ବ୍ୟାଙ୍କଠାରୁ ହିଁ କ୍ରେଡିଟ କାର୍ଡ଼ ନେବା ଉଚିତ ।

ପୁରସ୍କାର ଅଙ୍କ ଏବଂ ଅର୍ଥ ଫେରସ୍ତ

ସମସ୍ତ ବ୍ୟାଙ୍କ ଗ୍ରାହକଙ୍କୁ ପୁରସ୍କାର ଅର୍ଥ (କ୍ରେଡିଟ ପଏଣ୍ଟ) କିମ୍ବା ନଗଦ ପଇସା ଫେରାଇ (କ୍ୟାଶ ବ୍ୟାକ) ଆକର୍ଷିତ କରିବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ଯେଉଁ ଗ୍ରାହକମାନେ ନିୟମିତ ଭାବରେ କ୍ରେଡିଟ କାର୍ଡ ଉପଯୋଗ କରନ୍ତି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ଉଚିତ ।

କିଣାକିଣିର ସୁବିଧା

ସ୍ୱଦେଶ ସହିତ ବିଦେଶରେ ମଧ୍ୟ କିଣାକିଣି ସୁବିଧା ଦେଉଥିବା କ୍ରେଡିଟ କାର୍ଡ ହିଁ ଏକ ଭଲ କାର୍ଡ଼ ହୋଇଥାଏ । ଅଧିକାଂଶ କାର୍ଡ ବିଭିନ୍ନ ବ୍ରାଣ୍ଡ, କମ୍ପାନୀ ସହିତ ସହବନ୍ଧ କରି ଗ୍ରାହକଙ୍କୁ ରିହାତି ପ୍ରଦାନ କରିଥାନ୍ତି । ଏଥିରେ ପେଟ୍ରୋଲ ପମ୍ପରେ ସରଚାର୍ଜ ଫେରେଇ ଆଣିବା ଆଦି ସାମିଲ ଅଟେ ।

ଧ୍ୟାନ ରଖନ୍ତୁ[ସମ୍ପାଦନା]

ଏକ କ୍ରେଡିଟ କାର୍ଡ଼ ଉନ୍ମୋଚନ ଅବସରରେ ମିରାଣ୍ଡା କେର ଏବଂ ପଲ ଜାରା

କ୍ରେଡିଟ କାର୍ଡ଼ର ପ୍ରୟୋଗ ସହିତ କିଛି ଅନ୍ୟ କଥା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ।

ପରିଶୋଧ ଇତିହାସ: କ୍ରେଡିଟ କାର୍ଡର ଖର୍ଚ୍ଚ ସୀମା ବଢାଇବା ପାଇଁ ଗ୍ରାହକଙ୍କର ଋଣ ପରିଶୋଧ ଇତିହାସ ଦେଖାଯାଇଥାଏ । ପରିଶୋଧରେ ଡେରି କଲେ କିମ୍ବା ସୀମାଠାରୁ ଅଧିକ ପରିମାଣରେ ଖର୍ଚ୍ଚ କଲେ ବିପଦର ଘଣ୍ଟି ସଦୃଶ ହୋଇଥାଏ । ଯଦି ବ୍ୟାଙ୍କକୁ ଲାଗେ କି ଗ୍ରାହକଙ୍କ ପରିଶୋଧ ଇତିହାସ ଭଲ ହେଉନାହିଁ ତେବେ ସେ ଖର୍ଚ୍ଚ ସୀମା କମେଇ ମଧ୍ୟ ଦେଇପାରିଥାଏ ।

ଋଣ: ପ୍ରାୟ ଲୋକ ବିନା ପର୍ଯ୍ୟାପ୍ତ କାରଣରେ ହିଁ ଋଣ ନେଇଯାନ୍ତି । ଏହା ତାଙ୍କର କାର୍ଡ଼ର ଇତିହାସରେ ବହୁତ ପାର୍ଥକ୍ୟ ଆଣିଥାଏ । ଅର୍ଥ ଯୋଜନାକାରୀମାନଙ୍କର ମତରେ ଯଦି କୌଣସି ବ୍ୟକ୍ତି ନିଜର ମାସିକ ଆୟାର ୬୦%ରୁ ଅଧିକ ଋଣ ପରିଶୋଧରେ ଖର୍ଚ୍ଚ କରୁଛି ତେବେ ଏହା ଆଦୌନ ଭଲ ଲକ୍ଷଣ ନୁହେଁ । ଏଭଳି ବ୍ୟକ୍ତିଙ୍କୁ ବ୍ୟାଙ୍କ ଅଧିକ କ୍ରେଡିଟ ସୀମା ଦେଇନଥାଏ ।

କ୍ରେଡିଟ କାର୍ଡ଼ ଯାଞ୍ଚ

ଉପଭୋକ୍ତା ତାଙ୍କର କ୍ରେଡିଟ କାର୍ଡ ରିପୋର୍ଟ ଥରକୁ ଥର ଯାଞ୍ଚ କରିବା ଉଚିତ । ଶେଷ ରାଶି ଜମା କରିଦେବାର ଅର୍ଥ ଏହି କି ତାଙ୍କର ଋଣ ବାଣ୍ଡ ହୋଇଗଲା । ଏହି ସମୟରେ ଭଲଭାବରେ ଯାଞ୍ଚ ପରଖ କରିନେବା ଉଚିତ କି ତାଙ୍କର ଖାତା ସମ୍ପୂର୍ଣ୍ଣ ଭାବରେ ଔପଚାରିକତା ଭାବରେ ବନ୍ଦ ହୋଇଯାଇଛି । ଏହାସହିତ ଧ୍ୟାନ ରଖିବା ଉଚିତ କି ନିମ୍ନୋକ୍ତ କୌଣସି କାରଣରୁ କ୍ରେଡିଟ ସୀମା କମ ମଧ୍ୟ ହୋଇପାରେ ଯଦି:

  • କ୍ରେଡିଟ କାର୍ଡର ବିଲ ଠିକ ସମୟରେ ପରିଶୋଧ କରୁନାହାନ୍ତି
  • ଖର୍ଚ୍ଚ ସିମଠାରୁ ଅଧିକ ଖର୍ଚ୍ଚ କରୁଛନ୍ତି
  • ଦିଆଯାଉଥିବା କ୍ରେଡିଟ କାର୍ଡ ସୀମାର ପ୍ରୟୋଗ କରୁନାହାନ୍ତି
  • କ୍ରେଡିଟ କାର୍ଡ ରିପୋର୍ଟ ଭଲ ନାହିଁ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. सुलिवान, अर्थर; स्टीवन एम शेफ़्रिन (२००३). इकोनॉमिक्स: प्रिंसिपल इन एक्शन. अपर सैडल रिवर, न्यू जर्सी 07458: पियर्सन प्रेन्टिस हॉल. pp. २६१. ISBN 0-13-063085-3. Archived from the original on 2016-12-20. Retrieved 2021-02-26. {{cite book}}: Check date values in: |date= (help)CS1 maint: location (link)
  2. Andrew Bloomenthal. "The Essentials with Credit Cards". Investopedia (in ଇଂରାଜୀ). Retrieved 2019-04-06.
  3. क्या आपने क्रेडिट कार्ड की शर्तें पढ़ीं?। जोश १८।ଛାଞ୍ଚ:हिन्दी चिह्न
  4. Landes, Luke. "Credit Card Basics: Everything You Should Know". Forbes (in ଇଂରାଜୀ). Retrieved 2019-04-06.
  5. बिना मांगे क्रेडिट कार्ड देने पर लगेगा जुर्माना । जोश १८।ଛାଞ୍ଚ:हिन्दी चिह्न
  6. "Credit Cards: What Are Credit Cards?". Investopedia (in ଇଂରାଜୀ). 2009-07-06. Retrieved 2019-04-06.

ବାହାର ଆଧାର[ସମ୍ପାଦନା]