ଓଡ଼ିଆ ଗହଣା
ଓଡ଼ିଶା ପୁରାତନ କାଳରେ କଳା, ଭାସ୍କର୍ଯ୍ୟ ଓ ତାରକସି କାମରେ ସୁନାମ ଅର୍ଜନ କରିଥିଲା। ଓଡ଼ିଶାର ନରନାରୀ ବିଭିନ୍ନ ପ୍ରକାର ଅଳଙ୍କାରଦ୍ୱାରା ନିଜର ଅଙ୍ଗ ସଜ୍ଜା କରୁଥିଲେ ।
ଇତିହାସ
[ସମ୍ପାଦନା]ଓଡ଼ିଶାରେ ପୁରା କାଳରୁ ମନ୍ଦିର ଗାହରେ ମୂର୍ତ୍ତିମାନଙ୍କରେ ନାନାଦି ଗହଣା ଦେଖିବାକୁ ମିଳିଥାଏ । ମାରିଚୀଙ୍କର ଅନେକ ମୂର୍ତ୍ତି ରତ୍ନଗିରି ଆଦି ଅଞ୍ଚଳରୁ ଆବିଷ୍କାର କରାଯାଇଛି । ସାଧନା ଓ ସାଧନାମାଳାରେ ଏହି ପ୍ରକାର ମୂର୍ତ୍ତିକୁ ଓଡ଼ିଆଣ-ମାରିଚୀ ନାମରେ ନାମିତ କରାଯାଇଛି ।[୧] ପାରମ୍ପରିକ ଭାବେ ମୁକୁଟସମୂହ ରାଜରାଜୁଡ଼ାଙ୍କ ଦେଇ ପିନ୍ଧା ଯାଉଥିଲା । ଯାଜପୁରଠାରେ ରାଣୀ ଇନ୍ଦ୍ରାଣୀଙ୍କ ଦେଇ ପିନ୍ଧାଯାଉଥିବା ମୁକୁଟ ସବୁଠୁ ଅଧିକ ଦାମର ଥିଲା ବୋଲି ଜଣାଯାଏ । କୁଣ୍ଡଳ ଓ ନୋଳି ଆଦି ଅଳଙ୍କାର ଉଭୟ ପୁରୁଷ ଓ ନାରୀଙ୍କ ଦେଇ ପିନ୍ଧାଯାଇଥାଏ ।[୨] ଓଡ଼ିଶାରେ ବିଭିନ୍ନ ରକମର ଅଳଙ୍କାର ତିଆରି ହୁଏ । କଟକରେ ତାରକସି କାମରେ ତିଆରି ଅଳଙ୍କାର ପ୍ରସ୍ତୁତ ହୁଏ ।
ନାରୀମାନଙ୍କ ଗହଣା
[ସମ୍ପାଦନା]ଥିଲାବାଲା ଘରର ନାରୀମାନେ ସୁନା ଗହଣା ପିନ୍ଧୁଥିଲାବେଳେ, ଅପେକ୍ଷାକୃତ ଗରିବ ଘରର ନାରୀମାନେ ରୂପାର ଗହଣା ନାଉଥିଲେ। ରାଜା ଓ ଜମିଦାର ଘରର ନାରୀମାନେ ହୀରା, ନୀଳା, ମୋତି, ମାଣିକ୍ୟାଦି ମୂଲ୍ୟବାନ ପଥର ଖଚିତ ଗହଣା ପିନ୍ଧୁଥିଲେ। ସେମିତି ଗରିବ ପରିବାରର ନାରୀମାନେ କାଇଁଚ ଫଳ, ଶଙ୍ଖ, ସିପ ଓ ରଙ୍ଗୀନ ପଥରର ଗହଣା ନାଇ ନିଜକୁ ସଜଉଥିଲେ।
ପୁରୁଷମାନଙ୍କ ଗହଣା
[ସମ୍ପାଦନା]ପୁରାକାଳରେ ଓଡ଼ିଆ ପୁରୁଷମାନେ ନିଜ ଦେହକୁ ସଜେଇବାରେ ପଛଉ ନଥିଲେ। ମୁଣ୍ଡରେ ଲମ୍ବା ଚୂଳ ରଖି ତାକୁ ଚଉଁରି କାଠିରେ ବାନ୍ଧି ବେଣୀ କରୁଥିଲେ ଓ ଆପାଦମସ୍ତକ ନାନାଦି ଅଳଙ୍କାର ଧାରଣ କରୁଥିଲେ। ଏମିତି ଅଙ୍ଗ ସଜ୍ଜା କେତେକାଂଶରେ ନାରୀ ଓ ପୁରୁଷମାନଙ୍କର ସମାନ ଥିଲା। ପୁରୁଷମାନେ ମଧ୍ୟ ନାନାଦି ଅଳଂକାରର ପ୍ରୟୋଗ କରୁଥିଲେ।
ତଳେ ଓଡ଼ିଶାର କେତୋଟି ପାରମ୍ପାରିକ ଗହଣାର ନାମ ଦିଆ ଯାଇଛି।
ଗୋଡ ଆଙ୍ଗୁଠିର ଗହଣା
[ସମ୍ପାଦନା]ନାରୀମାନଙ୍କର
[ସମ୍ପାଦନା]ଗୋଡ ଆଙ୍ଗୁଠିରେ ପିନ୍ଧା ଯାଉଥିବା ମୁଦିଗୁଡ଼ିକର ଅଲଗା ଅଲଗା ନାମ ଅଛି । ସେଗୁଡିକ ହେଲା :-
- ଚିଙ୍ଗୁଡି ଚୋପା ବୁଢ଼ା ଆଙ୍ଗୁଠିରେ ପିନ୍ଧା ହୁଏ ।
- ମଲ୍ଲି ଫୁଲ ମଝି ଆଙ୍ଗୁଠିରେ ପିନ୍ଧା ହୁଏ ।
- ପାନ ପତ୍ରୀ ବିଶି ଆଙ୍ଗୁଠିରେ ପିନ୍ଧା ହୁଏ ।
- ମଲ୍ଲି କଢ ସାନ ଆଙ୍ଗୁଠିରେ ପିନ୍ଧା ହୁଏ ।
- ଚିଡିଆ
- ସେବତୀ ଫୁଲ
- ମାଛ ଝୁଣ୍ଟିଆ
ପୁରୁଷମାନଙ୍କର
[ସମ୍ପାଦନା]ଆଙ୍ଗୁଠି ମୁଦି
ଗୋଡ ଅଳଙ୍କାର
[ସମ୍ପାଦନା]ନାରୀମାନଙ୍କର
[ସମ୍ପାଦନା]- ଆଠବାଙ୍କି
- ବଳା ନୁପୁର
- କମଚକି
- ବାଙ୍କିଆ
- ଗୋଡ଼ ଖଡ଼ୁ
- ଚୁପୁଲି
- ଚକବାଙ୍କି
- ଗଣ୍ଠିବଳା
- ଝୁଣ୍ଟିଆ
- ବାଜେଣି
- ପଞ୍ଚମ
- ଝମକ
- ରୂପା କଡା
- ମଲ୍ଲ
- ସାଦା ମଲ୍ଲ
- ଆଇଁଷବାଡ଼ି ମଲ୍ଲ
- ମଲ୍ଲ ପାହୁଡ଼
- ଫୁଲ ପାହୁଡ଼
- ବାଘ ନଖି
- ମଲ୍ଲି କଢ
- ବିଛା
- ଠିକିରି
- ଚିଡିଆ
ପୁରୁଷମାନଙ୍କର
[ସମ୍ପାଦନା]ପାଦରେ (କ୍ରମାନ୍ୱୟରେ ଉପରୁ ତଳକୁ)
[ସମ୍ପାଦନା]- କିଙ୍କିଣୀ
- ପାହୁଡ଼
- ପାଁଝୁଲି
- ପା ପଦ୍ମ
କମରର ଅଳଙ୍କାର
[ସମ୍ପାଦନା]ନାରୀମାନଙ୍କର
[ସମ୍ପାଦନା]ଅଣ୍ଟାରେ ପିନ୍ଧା ଯାଉଥିବା ଅଳଙ୍କାର
- ଚନ୍ଦ୍ରହାର
- ସୂର୍ଯ୍ୟହାର
- ବିଛା
- କିଙ୍କିଣି
- କମର ପଟା
- କାଂଛି
- ମେଖଳା
- ଗୋଠ
- ଶିକୁଳି
- ଅଣ୍ଟାସୂତା
ପୁରୁଷମାନଙ୍କର
[ସମ୍ପାଦନା]ଅଣ୍ଟାରେ (କ୍ରମାନ୍ୱୟରେ ଉପରୁ ତଳକୁ)
[ସମ୍ପାଦନା]- ଅଣ୍ଟା ପାତିଆ
- ଚନ୍ଦ୍ର ହାର
- ପଡ଼ି ରାଗିଡ଼ି (ନିତମ୍ବ ଉପରେ)
- ଓଲମାଳ (ଏହା ଅଣ୍ଟାରୁ ତଳକୁ ଆଣ୍ଠୁ ପର୍ଯ୍ୟନ୍ତ ଝାଲ ପରି ଓହଳିଥାଏ)
ହାତ ଆଙ୍ଗୁଠିର ଅଳଙ୍କାର
[ସମ୍ପାଦନା]- ହାତ ପଦ୍ମ
- ହାଣ୍ଡିବସା ମୁଦି
- ମୁଦି- ମଲ୍ଲି କଢ, ପାନ ପତରୀ, ଚିଙ୍ଗୁଡି ଚୋପା
ହାତ ଅଳଙ୍କାର
[ସମ୍ପାଦନା]ନାରୀମାନଙ୍କର
[ସମ୍ପାଦନା]- ପଇଁର ଫୁଲ
- ଖଡ଼ୁ
- ଖଜୁରିଆ ଖଡ଼ୁ
- ଗୋଟା ଖଡୁ
- କଣ୍ଟା ଖଡ଼ୁ
- ଖଂଖା
- ବାହିଚୁଡ଼ି
- କତୁରୀ
- ଚୁଡ଼ି
- ଝୁମ୍ପା
- ତାବିଜ
- ତାଡ଼
- ଅନନ୍ତ
- ବଳା
- ହାତପଦ
- ଚିଖା
- ଅତୁଲ
- କମଚୁଡ଼ି
- କମଚୁଆ
ପୁରୁଷମାନଙ୍କର
[ସମ୍ପାଦନା]ବାହୁରେ (କ୍ରମାନ୍ୱୟରେ ଉପରୁ ତଳକୁ)
[ସମ୍ପାଦନା]- ବାଜୁବନ୍ଧ
- କିରିଟୀ ବାଜୁବନ୍ଧ
- କିଙ୍କିଣୀ
ହାତରେ (କ୍ରମାନ୍ୱୟରେ ଉପରୁ ତଳକୁ)
[ସମ୍ପାଦନା]- ବଜ୍ରବନ୍ଧ
- ବାଲା
- ବଟଫଳ
- ବାହୁଚୁଡ଼ି
ହାତ ଆଙ୍ଗୁଠିରେ
[ସମ୍ପାଦନା]- ମୁଦି
- ହସ୍ତପଦ୍ମ
- ହାଣ୍ଡି ମୁଦି (ଗରିବ ଗୁରୁବାମାନେ)
ବେକ ଅଳଙ୍କାର
[ସମ୍ପାଦନା]ନାରୀମାନଙ୍କର
[ସମ୍ପାଦନା]- କୁରୁଜାତକ
- କଣ୍ଠି
- ଛେଚା କଣ୍ଠି
- ଚାପସରି
- ମାଳି
- ସୋରିଷିଆମାଳି,
- ଧାନୁଆ ମାଳି
- ପତୁରିମାଳି
- ବେଲପତ୍ରି ମାଳି
- ଶ୍ରୀରାମ ମାଳି
- କୁରୁଜାତକ ମାଳି
- ସୁଉକି ମାଳି
- ଦୋଷରି ମାଳି
- ଡଙ୍କି ମାଳି
- ହରଡ଼ଫାଳିଆ ମାଳି
- ପଦକ
- ପୁଷ୍କରା
- ବାଘ ନଖି
ପୁରୁଷମାନଙ୍କର
[ସମ୍ପାଦନା](କ୍ରମାନ୍ୱୟରେ ଉପରୁ ତଳକୁ ପିନ୍ଧୁଥିବା ବେକ ଅଳଂକାର)
- ଚାପୁଆଣି
- ପଦକ
- ହାର
- ଦାନ୍ତମାଳି
- ହରଡ଼ଫାଳି
- ଧାନୁଆ ମାଳି
- ସୋରିଷ ମାଳି
- ଖାସୁଲ ସେବତୀ ମାଳି
- ପଦ୍ମ କଢ଼ି ମାଳି
- ଝାଲର
- ପଦକ
କାନ ଅଳଙ୍କାର
[ସମ୍ପାଦନା]ନାରୀମାନଙ୍କର
[ସମ୍ପାଦନା]କାନରେ ପିନ୍ଧା ଯାଉଥିବା ଅଳଙ୍କାର :-
- ଫାସିଆ
- ନୋଳି
- କାନଫୁଲ
- ନାହୁଲ
- ଗଣ୍ଠିଆ
- ଫାସିଆ
- ଲବଙ୍ଗଫୁଲ
- କାପ
- ବାଲିଗୁଣା
- ଚନ୍ଦ୍ର ବାଉଳି
- ମଲ୍ଲି କଢ଼ି
- ବେଣ୍ଟଲା
- ନୋଳି
- କୁଣ୍ଟଳ
- ତାଟଙ୍କ
- ବାଲି
- ବଜ୍ର ମଲ୍ଲକଢ଼ି
- ଚମ୍ପା
- ଗୋଖର
- ଚୈକି
- ସାଫିଆ
ପୁରୁଷମାନଙ୍କର
[ସମ୍ପାଦନା]- ସୁନାକାନ
- କାପ
- କାପଶିକୁଳି
- ଝୁମୁକା
- ପେଣ୍ଡି
ସୁନାକାନ ତଳକୁ ପୁରୁଷମାନେ କାନ କଣାରେ କାପ, କାପଶିକୁଳି, କାପ ଦେହରେ ଝୁମୁକା ଓ ଓହଳୁଥିବା ପେଣ୍ଡି ପିନ୍ଧୁଥିଲେ।
ନାକ ଅଳଙ୍କାର
[ସମ୍ପାଦନା]ନାକରେ ପିନ୍ଧା ଯାଉଥିବା ଅଳଙ୍କାର :-
ନାରୀମାନଙ୍କର
[ସମ୍ପାଦନା]- ଚକର ନୋଥ
- ଗୁଣା
- ଫୁଲଗୁଣା
- ବାଟମୟୁରଗୁଣା
- ଦଣ୍ଡୀ
- ବସଣି
- ଚିମ
ପୁରୁଷମାନଙ୍କର
[ସମ୍ପାଦନା]- ବସଣି
- ଫୁଲ
- ଦଣ୍ଡି
- ନୋଲକ
ପୁରୁଷମାନେ ବସଣି ତଳକୁ ଫୁଲ, ନାକପୁଡ଼ା ମଝିରେ ଦଣ୍ଡି ବ୍ୟବହାର କରୁଥିଲେ। ଗରିବ ଲୋକମାନେ ଦଣ୍ଡି ବଦଳରେ ନୋଲକ ପିନ୍ଧୁଥିଲେ।
ମଥାର ଅଳଙ୍କାର
[ସମ୍ପାଦନା]- ଅଳକା
- ପାନପତ୍ରୀ
- କେତକୀ
- ଚନ୍ଦ୍ରଝୁମ୍ପୀ
- ଚନ୍ଦ୍ରସୂର୍ଯ୍ୟ
- ରାଗେଳିଚନ୍ଦ୍ର
- ଗୋଜିକାଠି
- ପିହଣିଆ
- ପାନିଆଁ
- ଝରାକାଠି
- ମତାମରି
- ଝରାମୋତି
- କୁସୁମଝର
- ଝିଲିମିଲି
- ଝରକା
- ସୁନ୍ଥା
- ଚିତା
- ପାନ କେତକୀ
- ମଥା ମଣି
ଆଧାର
[ସମ୍ପାଦନା]- ↑ Thomas E. Donaldson (2001). Iconography of the Buddhist Sculpture of Orissa: Text. Abhinav Publications. pp. 517–. ISBN 978-81-7017-406-6. Retrieved 12 June 2012.
- ↑ Shishir Kumar Panda (1991). Medieval Orissa: A Socio-Economic Study. Mittal Publications. pp. 97–. ISBN 978-81-7099-261-5. Retrieved 12 June 2012.