ଲିୟୁକୋରିଆ

ଉଇକିପିଡ଼ିଆ‌ରୁ
(Leukorrheaରୁ ଲେଉଟି ଆସିଛି)
ଲିୟୁକୋରିଆ 
ଫ୍ଲୁଓର ଅଲବସ , ହ୍ୱାଇଟ୍ସ, ଶ୍ୱେତ ପଦର, ଧଳା ପାଣି 
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgynaecology[*]
ଆଇସିଡ଼ି-୧୦N89.8
ଆଇସିଡ଼ି-୯-ସିଏମ୍623.5

ଲିୟୁକୋରିଆ ହେଉଛି ଏକ ମୋଟାଳିଆ, ଧଳା ବା ହଳଦିଆ ଯୋନୀପଥ ସ୍ରାବ ।[୧][୨] ଲିୟୁକୋରିଆ ହେବାର ନାନାଦି କାରଣ ଥାଇପାରେ, ମୁଖ୍ୟତଃ ଇଷ୍ଟ୍ରୋଜେନ ହରମୋନ୍ ମାତ୍ରା କମବେଶୀ ହେଲେ ଏହା ହୋଇଥାଏ । ଯୋନୀପଥରେ ସଂକ୍ରମଣ ଅଥବା ଯୌନ କ୍ରିୟା ସଞ୍ଚାରିତ ରୋଗଦ୍ୱାରା ଏହି ସ୍ରାବ ଅଧିକ ହୋଇଥାଏ । ଏହା ମଧ୍ୟ ସବୁ ସମୟରେ ନହୋଇ ବେଳେ ବେଳେ ହୋଇପାରେ । ଏହି ଅବସ୍ଥା ବର୍ଷ ବର୍ଷ ଧରି ଲାଗିରହିପାରେ, ଯେଉଁ କ୍ଷେତ୍ରରେ ଏହା ଧୀରେ ଧୀରେ ଅଧିକ ହଳଦିଆ ରଙ୍ଗ ଏବଂ ଅଧିକ ଦୁର୍ଗନ୍ଧ ହୋଇପାରେ । ଏହା ଏକ ପାଥୋଲୋଜି ରୋଗ ନୁହେଁ ଯୋନୀ ବା ଜରାୟୁଗ୍ରୀବାର (ଇଂରାଜୀରେ cervix) ଇନଫ୍ଲାମେଟାରି ଅବସ୍ଥା ପରେ ହୋଇଥାଏ । [୩]

ଯୋନୀପଥର ସ୍ରାବ ପରୀକ୍ଷା ସମୟରେ ଯଦି ରକ୍ତରେ ଶ୍ୱେତ ରକ୍ତ କଣିକା ୧୦ରୁ ଅଧିକ ମିଳିଲା ତେବେ ଲିୟୁକୋରିଆ ହୋଇଛି ବୋଲି ଧରାଯାଇପାରେ । [୪]

ଯୋନୀପଥ ସ୍ରାବ ପ୍ରାକୃତିକ ଅଟେ, ଏବଂ ସ୍ରାବରେ ପରିବର୍ତ୍ତନ ନାନାଦି କାରଣ ଯୋଗୁଁ ହୋଇପାରେ ଯଥା:- ସଂକ୍ରମଣ, କର୍କଟ ରୋଗ ବା ହର୍ମୋନଦ୍ୱାରା ହେଉଥିବା ପରିବର୍ତ୍ତନ । ବେଳେ ବେଳେ ଏହା କୌଣସି ଝିଅଙ୍କର ପ୍ରଥମ ଋତୁସ୍ରାବ ପୂର୍ବରୁ ହୋଇପାରେ ଏବଂ ଏହାକୁ ଯୌବନାରମ୍ଭ (puberty) କୁହାଯାଇଥାଏ ।

ଚିକିତ୍ସା[ସମ୍ପାଦନା]

ଚିକିତ୍ସା ନିମିତ୍ତ ଆଣ୍ଟି-ବାୟୋଟିକ୍ ଡିଜାଇଅପରେ ଯଥା, ମେଟ୍ରୋନିଡାଜୋଲ। ଅନ୍ୟ ସାଧାରଣ ଆଣ୍ଟି-ବାୟୋଟିକ୍ ଗୁଡ଼ିକ ହେଲା:- କ୍ଲିଣ୍ଡାମାଇସିନ ବା ଟ୍ରିନିଡାଜୋଲ୍

ଶବ୍ଦ ଗଠନ[ସମ୍ପାଦନା]

ଲିୟୁକୋରିଆ ଶବ୍ଦଟି ଗ୍ରୀକ ଶବ୍ଦ λευκός (leukós, “ଧଳା”) + ῥοία (rhoía, “ସ୍ରାବ”). ଲାଟିନ ଭାଷାରେ ଲିୟୁକୋରିଆକୁ fluor albus କୁହନ୍ତି ।

ଆଧାର[ସମ୍ପାଦନା]

  1. ""leukorrhea" at Dorland's Medical Dictionary
  2. "Definition of LEUKORRHEA". www.merriam-webster.com. Retrieved 2015-12-20.
  3. "leukorrhea | medical disorder". Encyclopædia Britannica. Retrieved 2015-12-20.
  4. Workowski, Kimberly A., and Stuart Berman. "Sexually Transmitted Diseases Treatment Guidelines, 2010." Centers for Disease Control and Prevention. Centers for Disease Control and Prevention, 17 Dec. 2010. Web. 28 Oct. 2014. <https://www.cdc.gov/mmwr/preview/mmwrhtml/rr5912a1.htm>.