ଲକ୍ଷ୍ମୀକାନ୍ତ ପାଲିତ

ଉଇକିପିଡ଼ିଆ‌ରୁ
(Laxmikant Palitରୁ ଲେଉଟି ଆସିଛି)
ଲକ୍ଷ୍ମୀକାନ୍ତ ପାଲିତ
Born
Nationalityଭାରତୀୟ
Educationସ୍ନାତକୋତ୍ତର
Alma materଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
Spouseବିଦ୍ୟୁତପ୍ରଭା ପାଲିତ
Childrenରନ୍ଦୀପ ପାଲିତ, ବନ୍ଦିଶ ପାଲିତ
Parent(s)ବିଜନ ବିହାରୀ ପାଲିତ, ସୁଷମା ପାଲିତ
Awardsଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଲକ୍ଷ୍ମୀକାନ୍ତ ପାଲିତ, ଜଣେ ଓଡ଼ିଆ ସଙ୍ଗୀତଜ୍ଞ ।[୧] ସଙ୍ଗୀତ ନିର୍ଦ୍ଦେଶନା, ଗାୟନ ଓ ଶିକ୍ଷାଦାନ ତାଙ୍କ ବୃତ୍ତି ।[୨] କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ଆଦି ସବୁ ସ୍ଥରରେ ସେ ସଙ୍ଗୀତ ନିର୍ଦ୍ଦେଶନା ବା ପରିବେଷଣ କରିଥିଲେ ମଧ୍ୟ ଯାତ୍ରାରେ ସେ ଅଧିକ ସକ୍ରିୟ ।

ଲକ୍ଷ୍ମୀକାନ୍ତଙ୍କ ଜନ୍ମ କଟକର ଏକ କଳାକାର ପରିବାରରେ ହୋଇଥିଲା । ବିଜନ ବିହାରୀ ପାଲିତ ଓ ସୁଷମା ପାଲିତ ତାଙ୍କ ପିତା ମାତା ଥିଲେ । ମାତାଙ୍କ ପ୍ରଭାବରୁ ସେ ନିଜକୁ ଜଣେ ସଙ୍ଗୀତଜ୍ଞ ଭାବରେ ଗଢ଼ି ପାରିଛନ୍ତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ରୁ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି । ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଥିଲେ ତାଙ୍କର ଗୁରୁ । ତାଙ୍କ ଧର୍ମପତ୍ନୀ ବିଦ୍ୟୁତପ୍ରଭା, ଦୁଇ ପୁତ୍ର ରନ୍ଦୀପ ଓ ବନ୍ଦିଶ ମଧ୍ୟ ସଙ୍ଗୀତ ଶିଳ୍ପୀ ଅଟନ୍ତି ।

ସଙ୍ଗୀତଜ୍ଞ ଭାବରେ[ସମ୍ପାଦନା]

ସଙ୍ଗୀତ କ୍ଷେତ୍ରରେ ଲକ୍ଷ୍ମୀକାନ୍ତ ୩୦ଟି ରେକର୍ଡ଼ କମ୍ପାନୀରେ ପ୍ରାୟ ୨୫୦୦ ଗୀତ ରେକର୍ଡ଼ କରିଛନ୍ତି । ସର୍ବଭାରତୀୟ ସ୍ଥରରେ ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ୨ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ଦେବାରେ ସେ ଏକମାତ୍ର ଓଡ଼ିଆ । ୧୯୮୪ ମସିହାରେ, ଏକକାଳୀନ ସେ ୫ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଗାୟନ ପ୍ରସ୍ତୁତ କରିଥିଲେ । ଦେଶାତ୍ମବୋଧ ଗୀତ "ଏଇ ଦେଶ ଏଇ ମାଟି"କୁ ସର୍ବଭାରତୀୟ ସ୍ଥରରେ ଅନୁମୋଦିତ କରେଇବାରେ ତାଙ୍କର ଅବଦାନ ରହିଛି । ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସହ ମିଶି ସେ ବହୁ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।[୩]

ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

ଟେଲି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

  • ଛବିର ମଣିଷ
  • ବାଘାଯତୀନ
  • ଖାରବେଳ
  • ଅଭିଶପ୍ତ ଗନ୍ଧର୍ବ
  • ଆମ କଥା ଆମ କାହା[୪]

ଯାତ୍ରାରେ ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

  • ସରିନାହିଁ ମହାଭାରତ ମରିନାହିଁ କୁନ୍ତୀ
  • ପାଗଳା ହାତୀ
  • ଭଗବାନ ତୁମେ ଇସ୍ତଫା ଦିଅ
  • କାନିରେ ପଡିଛି ଗଣ୍ଠି
  • ଶାଗୁଣା ବସିଛି ଡେଣା ମେଲେଇ
  • ସ୍ୱାମୀକୁ ଛୁଇଁଲେ ପାପ
  • ଫୁଲ ଆଣିଥିଲି ଫୁଲବାଣୀରୁ
  • କଥା ରହିଲା ମୋ ମଗୁଶୁରକୁ
  • ଚନ୍ଦନ ଟୋପାକୁ ନାଲି ଅଳତା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪-୧୫
  • ସଙ୍ଗୀତ ସୁରନିଧୀ
  • ସୁର ମଧୁକୁର
  • ସଙ୍ଗୀତ ଗନ୍ଧର୍ବ

ଆଧାର[ସମ୍ପାଦନା]

  1. http://timesofindia.indiatimes.com/city/bhubaneswar/Dancers-regale-Bhubaneswar-audience/articleshow/51174152.cms
  2. Orissa reference: glimpses of Orissa. TechnoCAD Systems. 2001.
  3. http://www.thehindu.com/features/friday-review/dance/its-back-to-roots/article8309571.ece
  4. "ଯାତ୍ରାକୁ ଶିଳ୍ପର ମାନ୍ୟତା ଦିଅ". ପ୍ରମେୟ ୨୭/୦୩/୨୦୧୬ ପୃଷ୍ଠା ୩୧.[permanent dead link]