ଲକ୍ଷ୍ମୀକାନ୍ତ ପାଲିତ

ଉଇକିପିଡ଼ିଆ ରୁ
Jump to navigation Jump to search
ଲକ୍ଷ୍ମୀକାନ୍ତ ପାଲିତ
Laxmikant Palit (cropped).jpg
ଜନ୍ମ ଓ ଜନ୍ମସ୍ଥାନ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ଜୀବନସାଥିବିଦ୍ୟୁତପ୍ରଭା ପାଲିତ
ସନ୍ତାନରନ୍ଦୀପ ପାଲିତ, ବନ୍ଦିଶ ପାଲିତ
ବାପା ବୋଉବିଜନ ବିହାରୀ ପାଲିତ, ସୁଷମା ପାଲିତ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଲକ୍ଷ୍ମୀକାନ୍ତ ପାଲିତ, ଜଣେ ଓଡ଼ିଆ ସଙ୍ଗୀତଜ୍ଞ ।[୧] ସଙ୍ଗୀତ ନିର୍ଦ୍ଦେଶନା, ଗାୟନ ଓ ଶିକ୍ଷାଦାନ ତାଙ୍କ ବୃତ୍ତି ।[୨] କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ଆଦି ସବୁ ସ୍ଥରରେ ସେ ସଙ୍ଗୀତ ନିର୍ଦ୍ଦେଶନା ବା ପରିବେଷଣ କରିଥିଲେ ମଧ୍ୟ ଯାତ୍ରାରେ ସେ ଅଧିକ ସକ୍ରୀୟ ।

ଲକ୍ଷ୍ମୀକାନ୍ତଙ୍କ ଜନ୍ମ କଟକର ଏକ କଳାକାର ପରିବାରରେ ହୋଇଥିଲା । ବିଜନ ବିହାରୀ ପାଲିତ ଓ ସୁଷମା ପାଲିତ ତାଙ୍କ ପିତା ମାତା ଥିଲେ । ମାତାଙ୍କ ପ୍ରଭାବରୁ ସେ ନିଜକୁ ଜଣେ ସଙ୍ଗୀତଜ୍ଞ ଭାବରେ ଗଢି ପାରିଛନ୍ତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ରୁ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି । ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଥିଲେ ତାଙ୍କର ଗୁରୁ । ତାଙ୍କ ଧର୍ମପତ୍ନୀ ବିଦ୍ୟୁତପ୍ରଭା, ଦୁଇ ପୁତ୍ର ରନ୍ଦୀପ ଓ ବନ୍ଦିଶ ମଧ୍ୟ ସଙ୍ଗୀତ ଶିଳ୍ପୀ ଅଟନ୍ତି ।

ସଙ୍ଗୀତଜ୍ଞ ଭାବରେ[ସମ୍ପାଦନା]

ସଙ୍ଗୀତ କ୍ଷେତ୍ରରେ ଲକ୍ଷ୍ମୀକାନ୍ତ ୩୦ଟି ରେକର୍ଡ଼ କମ୍ପାନୀରେ ପ୍ରାୟ ୨୫୦୦ ଗୀତ ରେକର୍ଡ଼ କରିଛନ୍ତି । ସର୍ବଭାରତୀୟ ସ୍ଥରରେ ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ୨ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ଦେବାରେ ସେ ଏକମାତ୍ର ଓଡ଼ିଆ । ୧୯୮୪ ମସିହାରେ, ଏକକାଳୀନ ସେ ୫ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଗାୟନ ପ୍ରସ୍ତୁତ କରିଥିଲେ । ଦେଶାତ୍ମବୋଧ ଗୀତ "ଏଇ ଦେଶ ଏଇ ମାଟି"କୁ ସର୍ବଭାରତୀୟ ସ୍ଥରରେ ଅନୁମୋଦିତ କରେଇବାରେ ତାଙ୍କର ଅବଦାନ ରହିଛି । ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସହ ମିଶି ସେ ବହୁ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।[୩]

ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

ଟେଲି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

  • ଛବିର ମଣିଷ
  • ବାଘାଯତୀନ
  • ଖାରବେଳ
  • ଅଭିଶପ୍ତ ଗନ୍ଧର୍ବ
  • ଆମ କଥା ଆମ କାହା[୪]

ଯାତ୍ରାରେ ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

  • ସରିନାହିଁ ମହାଭାରତ ମରିନାହିଁ କୁନ୍ତି
  • ପାଗଳା ହାତୀ
  • ଭଗବାନ ତୁମେ ଇସ୍ତଫା ଦିଅ
  • କାନିରେ ପଡିଛି ଗଣ୍ଠି
  • ଶାଗୁଣା ବସିଛି ଡେଣା ମେଲେଇ
  • ସ୍ୱାମୀକୁ ଛୁଇଁଲେ ପାପ
  • ଫୁଲ ଆଣିଥିଲି ଫୁଲବାଣୀରୁ
  • କଥା ରହିଲା ମୋ ମଗୁଶୁରକୁ
  • ଚନ୍ଦନ ଟୋପାକୁ ନାଲି ଅଳତା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪-୧୫
  • ସଙ୍ଗୀତ ସୁରନିଧୀ
  • ସୁର ମଧୁକୁର
  • ସଙ୍ଗୀତ ଗନ୍ଧର୍ବ

ଆଧାର[ସମ୍ପାଦନା]

  1. http://timesofindia.indiatimes.com/city/bhubaneswar/Dancers-regale-Bhubaneswar-audience/articleshow/51174152.cms
  2. Orissa reference: glimpses of Orissa. TechnoCAD Systems. 2001.
  3. http://www.thehindu.com/features/friday-review/dance/its-back-to-roots/article8309571.ece
  4. "ଯାତ୍ରାକୁ ଶିଳ୍ପର ମାନ୍ୟତା ଦିଅ". ପ୍ରମେୟ ୨୭/୦୩/୨୦୧୬ ପୃଷ୍ଠା ୩୧.