ଲାରିଞ୍ଜାଇଟିସ

ଉଇକିପିଡ଼ିଆ‌ରୁ
(Laryngitisରୁ ଲେଉଟି ଆସିଛି)
ଲାରିଞ୍ଜାଇଟିସ
ଏସିଡ ରିଫ୍ଲକ୍ସ (acid reflux) ଯୋଗୁ ସ୍ୱରପେଟିକାରେ ହୋଇଥିବା ପ୍ରଦାହର ଏଣ୍ଡୋସ୍କୋପିକ ଚିତ୍ର ।
ଉଚ୍ଚାରଣ
ବିଭାଗକର୍ଣ୍ଣ ନାସା ଗଳା ରୋଗ ବିଜ୍ଞାନ otorhinolaryngology
ଲକ୍ଷଣକର୍କଶ ସ୍ୱର (hoarse voice, ଜ୍ୱର, ଯନ୍ତ୍ରଣା[୧][୨]
ଅବଧିସାଧାରଣତଃ ୨ ସପ୍ତାହରୁ କମ୍ । [୧]
କାରଣଭୁତାଣ, ଆଘାତ ଓ ଜୀବାଣୁ[୧]
ସଠିକ ରୋଗ ନିର୍ଣ୍ଣୟଏପିଗ୍ଲଟାଇଟିସ, ସ୍ୱରପେଟିକା କର୍କଟ ରୋଗ (en:laryngeal cancer[୧]
ଚିକିତ୍ସାସ୍ୱର ବିଶ୍ରାମ, ତରଳ ପଦାର୍ଥ[୧]
ପୁନଃପୌନିକସାଧାରଣ[୧]

ଲାରିଞ୍ଜାଇଟିସ (ଇଂରାଜୀ ଭାଷାରେ Laryngitis) ଏକ ଇଂରାଜୀ ଶବ୍ଦ ଯାହାର ଅର୍ଥ ସ୍ୱରପେଟିକାର larynx ପ୍ରଦାହ (inflammation) ରୋଗ । [୧] ଏହି ରୋଗରେ କର୍କଶ ସ୍ୱର (hoarse voice) ହୁଏ ଓ ଜ୍ୱର, କାଶ, ବେକ ସାମନା ପାର୍ଶ୍ୱରେ ଯନ୍ତ୍ରଣା ଓ ଖାଦ୍ୟ ଗିଳିବାରେ (trouble swallowing) ଅସୁବିଧା ଇତ୍ୟାଦି ଲକ୍ଷଣ ଦେଖାଯାଏ । [୧][୨] ଏହି ଲକ୍ଷଣମାନ ୨ ସପ୍ତାହ ପର୍ଯ୍ୟନ୍ତ ରହେ । [୧]

ତିନି ସପ୍ତାହରୁ କମ ସମୟ ରହିଲେ ଏହି ରୋଗକୁ ଆକ୍ୟୁଟ ଲାରିଞ୍ଜାଇଟିସ, ଓ ତିନି ସପ୍ତାହରୁ ଅଧିକ ସମୟ ରହିଲେ କ୍ରନିକ ଲାରିଞ୍ଜାଇଟିସ ନାମ ଦିଆଯାଏ । ଭୁତାଣୁ ଜନିତ ଉର୍ଦ୍ଧ୍ୱଶ୍ୱାସନଳୀ ସଂକ୍ରମଣର (viral upper respiratory tract infection) ଅଂଶ ରୂପେ ଆକ୍ୟୁଟ ଲାରିଞ୍ଜାଇଟିସ ହୁଏ । ଆଘାତ ଓ ଅନ୍ୟାନ୍ୟ ସଂକ୍ରମଣ ମଧ୍ୟ ଏହାର କାରଣ ହୋଇପାରେ ।[୧] ଧୂମ୍ରପାନ, ଯକ୍ଷ୍ମା, ଆଲର୍ଜି, ଏସିଡ ରିଫ୍ଲକ୍ସ, ରିଉମାଟଏଡ ଆର୍ଥ୍ରାଇଟିସସାର୍କଏଡୋସିସ (sarcoidosis) ଇତ୍ୟାଦି ଅବସ୍ଥାରେ କ୍ରନିକ ଲାରିଞ୍ଜାଇଟିସ ରୋଗ ହୁଏ । [୧][୩] ସ୍ୱର ଯନ୍ତ୍ରର (vocal cords) ବିଦାହ ବା ଇରିଟେସନ ଏହି ରୋଗର ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀ । [୨]

ରୋଗୀର ଶ୍ୱାସକ୍ରିୟା ସମୟରେ ସ୍ଟ୍ରାଇଡର ବା ହୁଇସିଲ (stridor) ଶବ୍ଦ ଆସୁଥିଲେ, ବେକରେ ରାଡିଏସନ ଥେରାପିର ଇତିହାସ ଥିଲେ, ଗିଳିବାରେ ଅସୁବିଧା ହେଉଥିଲେ, ୩ ସପ୍ତାହରୁ ଅଧିକ ରୋଗ ସମୟ ଥିଲେ ଓ ଧୂମ୍ରପାନ କରୁଥିଲେ ଅଧିକ ଅନୁଶୀଳନ ଆବଶ୍ୟକ ହୁଏ । ଏହି ଅନୁଶୀଳନରେ ସ୍ୱରତନ୍ତୁର ଲାରିଙ୍ଗୋସ୍କୋପି (laryngoscopy) ପରୀକ୍ଷା କରାଯାଏ । ଲାରିଞ୍ଜାଇଟିସ ଲକ୍ଷଣ ଭଳି ଲକ୍ଷଣ ଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ:- ଏପିଗ୍ଲଟାଇଟିସ, ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ (croup), ବାହ୍ୟ ପଦାର୍ଥ ଥିଲେ ଓ ସ୍ୱରପେଟିକାରେ କର୍କଟ ରୋଗ ଥିଲେ ସମ ଧରଣର ଲକ୍ଷଣ ପ୍ରକାଶ ପାଏ । [୧][୪]

ଆକ୍ୟୁଟ ଲାରିଞ୍ଜାଇଟିସ ରୋଗ ଆପେ ଭଲ ହୋଇଯାଏ । କଥାବାର୍ତ୍ତା ବନ୍ଦ କରି ସ୍ୱର ଯନ୍ତ୍ରକୁ ବିଶ୍ରାମ ଦେଲେ ଓ ପ୍ରଚୁର ତରଳ ପଦାର୍ଥ ପାନ କଲେ ଯଥେଷ୍ଟ ହୁଏ ।[୧] ଆଣ୍ଟିବାୟୋଟିକ (Antibiotic) ସାଧାରଣତଃ ଆକ୍ୟୁଟ ରୋଗରେ ଉପକାରୀ ହୁଏନାହିଁ । [୫] କ୍ରନିକ ଅପେକ୍ଷା ଆକ୍ୟୁଟ ରୋଗ ସାଧାରଣ ଭାବେ ଅଧିକ ଦେଖାଯାଏ ।[୧] ମଧ୍ୟ ବ‌ୟସରେ କ୍ରନିକ ରୋଗ ଅଧିକ ହୁଏ ଓ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଅଧିକ ହୁଏ । [୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Wood, John M.; Athanasiadis, Theodore; Allen, Jacqui (9 October 2014). "Laryngitis". BMJ. The BMJ. 349: g5827. doi:10.1136/bmj.g5827. ISSN 1756-1833. PMID 25300640. Retrieved 21 November 2016.
  2. ୨.୦ ୨.୧ ୨.୨ "Laryngitis - National Library of Medicine". PubMed Health. Retrieved 9 November 2016.
  3. Dworkin, James Paul (April 2008). "Laryngitis: Types, Causes, and Treatments". Otolaryngologic Clinics of North America. 41 (2): 419–436. doi:10.1016/j.otc.2007.11.011. PMID 18328379.
  4. Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 709. ISBN 9780323448383.
  5. Reveiz, L; Cardona, AF (23 May 2015). "Antibiotics for acute laryngitis in adults". The Cochrane database of systematic reviews. 5: CD004783. doi:10.1002/14651858.CD004783.pub5. PMID 26002823.
  6. Dhingra, P. L.; Dhingra, Shruti (2014). Diseases of Ear, Nose and Throat (in ଇଂରାଜୀ) (6 ed.). Elsevier Health Sciences. p. 292. ISBN 9788131236932.

ଅଧିକ ତଥ୍ୟ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ