ଲାରିଞ୍ଜାଇଟିସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଫାରିଞ୍ଜାଇଟିସ (Pharyngitis) ସହ ଦ୍ଵନ୍ଦରେ ପଡ଼ିବେ ନାହିଁ ।
ଲାରିଞ୍ଜାଇଟିସ
Laryngitis gastrica.jpg
ଏସିଡ ରିଫ୍ଲକ୍ସ (acid reflux) ଯୋଗୁ ସ୍ୱରପେଟିକାରେ ହୋଇଥିବା ପ୍ରଦାହର ଏଣ୍ଡୋସ୍କୋପିକ ଚିତ୍ର ।
ଉଚ୍ଚାରଣ
ବିଭାଗ କର୍ଣ୍ଣ ନାସା ଗଳା ରୋଗ ବିଜ୍ଞାନ otorhinolaryngology
ଲକ୍ଷଣ କର୍କଶ ସ୍ୱର (hoarse voice, ଜ୍ୱର, ଯନ୍ତ୍ରଣା[୧][୨]
ଅବଧି ସାଧାରଣତଃ ୨ ସପ୍ତାହରୁ କମ୍ । [୧]
କାରଣ ଭୁତାଣ, ଆଘାତ ଓ ଜୀବାଣୁ[୧]
ସଠିକ ରୋଗ ନିର୍ଣ୍ଣୟ ଏପିଗ୍ଲଟାଇଟିସ, ସ୍ୱରପେଟିକା କର୍କଟ ରୋଗ (en:laryngeal cancer[୧]
ଚିକିତ୍ସା ସ୍ୱର ବିଶ୍ରାମ, ତରଳ ପଦାର୍ଥ[୧]
ପୌନଃପୁନିକ ସାଧାରଣ[୧]

ଲାରିଞ୍ଜାଇଟିସ (ଇଂରାଜୀ ଭାଷାରେ Laryngitis) ଏକ ଇଂରାଜୀ ଶବ୍ଦ ଯାହାର ଅର୍ଥ ସ୍ୱରପେଟିକାର larynx ପ୍ରଦାହ (inflammation) ରୋଗ । [୧] ଏହି ରୋଗରେ କର୍କଶ ସ୍ୱର (hoarse voice) ହୁଏ ଓ ଜ୍ୱର, କାଶ, ବେକ ସାମନା ପାର୍ଶ୍ୱରେ ଯନ୍ତ୍ରଣା ଓ ଖାଦ୍ୟ ଗିଳିବାରେ (trouble swallowing) ଅସୁବିଧା ଇତ୍ୟାଦି ଲକ୍ଷଣ ଦେଖାଯାଏ । [୧][୨] ଏହି ଲକ୍ଷଣମାନ ୨ ସପ୍ତାହ ପର୍ଯ୍ୟନ୍ତ ରହେ । [୧]

ତିନି ସପ୍ତାହରୁ କମ ସମୟ ରହିଲେ ଏହି ରୋଗକୁ ଆକ୍ୟୁଟ ଲାରିଞ୍ଜାଇଟିସ, ଓ ତିନି ସପ୍ତାହରୁ ଅଧିକ ସମୟ ରହିଲେ କ୍ରନିକ ଲାରିଞ୍ଜାଇଟିସ ନାମ ଦିଆଯାଏ । ଭୁତାଣୁ ଜନିତ ଉର୍ଦ୍ଧ୍ୱଶ୍ୱାସନଳୀ ସଂକ୍ରମଣର (viral upper respiratory tract infection) ଅଂଶ ରୁପେ ଆକ୍ୟୁଟ ଲାରିଞ୍ଜାଇଟିସ ହୁଏ । ଆଘାତ ଓ ଅନ୍ୟାନ୍ୟ ସଂକ୍ରମଣ ମଧ୍ୟ ଏହାର କାରଣ ହୋଇପାରେ ।[୧] ଧୂମ୍ରପାନ, ଯକ୍ଷ୍ମା, ଆଲର୍ଜି, ଏସିଡ ରିଫ୍ଲକ୍ସ, ରିଉମାଟଏଡ ଆର୍ଥ୍ରାଇଟିସସାର୍କଏଡୋସିସ (sarcoidosis) ଇତ୍ୟାଦି ଅବସ୍ଥାରେ କ୍ରନିକ ଲାରିଞ୍ଜାଇଟିସ ରୋଗ ହୁଏ । [୧][୩] ସ୍ୱର ଯନ୍ତ୍ରର (vocal cords) ବିଦାହ ବା ଇରିଟେସନ ଏହି ରୋଗର ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀ । [୨]

ରୋଗୀର ଶ୍ୱାସକ୍ରିୟା ସମୟରେ ସ୍ଟ୍ରାଇଡର ବା ହୁଇସିଲ (stridor) ଶବ୍ଦ ଆସୁଥିଲେ, ବେକରେ ରାଡିଏସନ ଥେରାପିର ଇତିହାସ ଥିଲେ, ଗିଳିବାରେ ଅସୁବିଧା ହେଉଥିଲେ, ୩ ସପ୍ତାହରୁ ଅଧିକ ରୋଗ ସମୟ ଥିଲେ ଓ ଧୂମ୍ରପାନ କରୁଥିଲେ ଅଧିକ ଅନୁଶୀଳନ ଆବଶ୍ୟକ ହୁଏ । ଏହି ଅନୁଶୀଳନରେ ସ୍ୱରତନ୍ତୁର ଲାରିଙ୍ଗୋସ୍କୋପି (laryngoscopy) ପରୀକ୍ଷା କରାଯାଏ । ଲାରିଞ୍ଜାଇଟିସ ଲକ୍ଷଣ ଭଳି ଲକ୍ଷଣ ଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ:- ଏପିଗ୍ଲଟାଇଟିସ, ଉର୍ଦ୍ଧ୍ଵଶ୍ଵାସନଳୀ ପ୍ରଦାହ (croup), ବାହ୍ୟ ପଦାର୍ଥ ଥିଲେ ଓ ସ୍ୱରପେଟିକାରେ କର୍କଟ ରୋଗ ଥିଲେ ସମ ଧରଣର ଲକ୍ଷଣ ପ୍ରକାଶ ପାଏ । [୧][୪]

ଆକ୍ୟୁଟ ଲାରିଞ୍ଜାଇଟିସ ରୋଗ ଆପେ ଭଲ ହୋଇଯାଏ । କଥାବାର୍ତ୍ତା ବନ୍ଦ କରି ସ୍ୱର ଯନ୍ତ୍ରକୁ ବିଶ୍ରାମ ଦେଲେ ଓ ପ୍ରଚୁର ତରଳ ପଦାର୍ଥ ପାନ କଲେ ଯଥେଷ୍ଟ ହୁଏ ।[୧] ଆଣ୍ଟିବାୟୋଟିକ (Antibiotic) ସାଧାରଣତଃ ଆକ୍ୟୁଟ ରୋଗରେ ଉପକାରୀ ହୁଏନାହିଁ । [୫] କ୍ରନିକ ଅପେକ୍ଷା ଆକ୍ୟୁଟ ରୋଗ ସାଧାରଣ ଭାବେ ଅଧିକ ଦେଖାଯାଏ ।[୧] ମଧ୍ୟ ବ‌ୟସରେ କ୍ରନିକ ରୋଗ ଅଧିକ ହୁଏ ଓ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଅଧିକ ହୁଏ । [୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Wood, John M.; Athanasiadis, Theodore; Allen, Jacqui (9 October 2014). "Laryngitis". BMJ (The BMJ) 349: g5827. ISSN 1756-1833. PMID 25300640. doi:10.1136/bmj.g5827. Retrieved 21 November 2016. 
  2. ୨.୦ ୨.୧ ୨.୨ "Laryngitis - National Library of Medicine". PubMed Health. Retrieved 9 November 2016. 
  3. Dworkin, James Paul (April 2008). "Laryngitis: Types, Causes, and Treatments". Otolaryngologic Clinics of North America 41 (2): 419–436. PMID 18328379. doi:10.1016/j.otc.2007.11.011. 
  4. Ferri, Fred F. (୨୦୧୬). Ferri's Clinical Advisor ୨୦୧୭: ୫ Books in ୧. Elsevier Health Sciences. p. ୭୦୯. ISBN ୯୭୮୦୩୨୩୪୪୮୩୮୩. 
  5. Reveiz, L; Cardona, AF (23 May 2015). "Antibiotics for acute laryngitis in adults.". The Cochrane database of systematic reviews 5: CD004783. PMID 26002823. doi:10.1002/14651858.CD004783.pub5. 
  6. Dhingra, P. L.; Dhingra, Shruti (୨୦୧୪). Diseases of Ear, Nose and Throat (୬ ed.). Elsevier Health Sciences. p. ୨୯୨. ISBN ୯୭୮୮୧୩୧୨୩୬୯୩୨. 

ଅଧିକ ତଥ୍ୟ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ