ଲାଲ ବିହାରୀ ହିମିରିକା
ଲାଲ ବିହାରୀ ହିମିରିକା | |
---|---|
ସଦସ୍ୟ, ବିଧାନ ସଭା | |
ନିର୍ବାଚନ ମଣ୍ଡଳୀ | ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ) |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପେଣ୍ଟା, ଓଡ଼ିଶା | ୧୭ ଫେବୃଆରୀ ୧୯୪୮
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଶ୍ରୀମତି ଆପାଲମ୍ମା ହିମିରିକା |
ସନ୍ତାନ | ୪ ପୁଅ, ୩ ଝିଅ |
ଘର | ରାୟଗଡ଼ା |
ଲାଲ ବିହାରୀ ହିମିରିକା ରାୟଗଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଜଣେ ବିଧାୟକ । ବିଜୁ ଜନତା ଦଳ ଟିକେଟରେ ସେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ରାୟଗଡା ବିଧନସଭା ନିର୍ବାଚନ ମଣ୍ଡଳିର ବିଧାୟକ ଭାବେ ନିର୍ବାଚିତ ।[୧]
ପରିଚୟ
[ସମ୍ପାଦନା]ରାୟଗଡା ଜିଲ୍ଲାର ସଦର ମହକୁମା ନିକଟବର୍ତ୍ତୀ ପେଣ୍ଟା ଗ୍ରାମରେ ତାଙ୍କର ଜନ୍ମ ୧୯୪୮ ମସିହା ଫେବୃୟାରୀ ୧୭ ତାରିଖରେ । ଶ୍ରୀମତି ଆପାଲମ୍ମା ହିମିରିକା ତାଙ୍କର ସହଧର୍ମିଣୀ ଏବଂ ସେ ୩ କନ୍ୟା ଏବଂ ୪ ପୁତ୍ର ସନ୍ତାନର ଜନକ ।
ରାଜନୈତିକ ଜୀବନ
[ସମ୍ପାଦନା]ଜେକେ କାଗଜ କଳର ସଂଘର ଏକ କର୍ମୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ହିମିରିକା ୨୦୦୯ ନିର୍ବାଚନରେ ବିଜେଡି ଦଳୀୟ ଟିକେଟରେ ରାୟଗଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ରାୟଗଡାର ବିଧାୟକ ହେବା ପରେ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ମନ୍ତ୍ରୀଭାବେ କାର୍ଯ୍ୟ ଭାର ତୁଲାଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ ମେ ୨୦୧୭ ପରେ ରମେଶ ଚନ୍ଦ୍ର ମାଝୀ ଏହି ବିଭାଗର ମନ୍ତ୍ରୀ ହେବା ପରେ ସେ ରାୟଗଡା ଜିଲ୍ଲା ବିଜେଡି ଦଳ ସଭାପତି ରୂପେ କାର୍ଯ୍ୟଭାର ତୁଲାଇଛନ୍ତି । [୨] ସେ ମଧ୍ୟ କେବିକେ କମିଟିର ସଭ୍ୟ ତଥା ବିଭିନ୍ନ କମିଟିର ସଭ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି ।[୩].
ଆଧାର
[ସମ୍ପାଦନା]- ↑ "Shri Lal Bihari Himirika-Profile". odishaassembly.nic.in. Retrieved 9 December 2018.
- ↑ "Council Of Minister". odishaassembly.nic.in. Retrieved 8 December 2018.
ବାହାର ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |