କନକମଞ୍ଜରୀ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Kanak Manjari Patnaikରୁ ଲେଉଟି ଆସିଛି)
କନକମଞ୍ଜରୀ ପଟ୍ଟନାୟକ
Born୧୯୫୩
Nationalityଭାରତୀୟ
Occupationଅଧ୍ୟାପନା
Spouseରାଜକିଶୋର ଦାସ
Awardsତୀରତରଙ୍ଗ ସମ୍ମାନ

କନକମଞ୍ଜରୀ ପଟ୍ଟନାୟକ (ଜନ୍ମ : ୧୯୫୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ । ସେ ଓଡ଼ିଆ ଗଳ୍ପ, କବିତା, ନାଟକ, ଉପନ୍ୟାସ, ଶିଶୁସାହିତ୍ୟ, ଅନୁବାଦ ଓ ନାଟ ଆଦି ରଚନା କରିଛନ୍ତି ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କନକମଞ୍ଜରୀ ପଟ୍ଟନାୟକ ୧୯୫୩ ମସିହାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଘୁମୁସୁରର ମୁନିଗୁଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରେ ମା' ଓ ଜେଜେମା'ଙ୍କଠାରୁ ଗୀତା, ପୁରାଣ ଆଦି ଶୁଣି ସେ ଓଡ଼ିଆ ସାହିତ୍ୟ ଆଡକୁ ଆଗ୍ରହୀ ହୋଇଥିଲେ ।

ସେ ରାଜକିଶୋର ଦାସଙ୍କୁ ବିବାହ କରିଛନ୍ତି । ରାଜକିଶୋର ଦାସ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ପ୍ରକାଶକ ।[୧]

ସାହିତ୍ୟ ରଚନା[ସମ୍ପାଦନା]

ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ସେ "ମହଙ୍ଗା ଯୁଗରେ ନାରୀର କର୍ତ୍ତବ୍ୟ" ନାମରେ ଏକ ପ୍ରବନ୍ଧ ଲେଖିଥିଲେ ଓ ୧୯୬୯ ମସିହାରେ ତାହା ସ୍ୱରାଜ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ପରେ ଏହା ଆକାଶବାଣୀ କଟକର ନାରୀ ମହଲ କାର୍ଯ୍ୟକ୍ରମରେ ମଧ୍ୟ ପରିବେଷଣ କରାଯାଇଥିଲା । ୧୯୭୨ ମସିହାରେ ତାଙ୍କ ପ୍ରଥମ ନାଟକ ଅଷ୍ଟବଜ୍ର ସମ୍ମୀଳନ ଆକାଶବାଣୀରେ ପ୍ରସାରିତ ହୋଇଥିଲା ।

ରଚନାବଳୀ[ସମ୍ପାଦନା]

କବିତା ଗ୍ରନ୍ଥ[ସମ୍ପାଦନା]

  • ତଥାଗତ
  • ସନେଟ
  • କଥା କହ ଜହ୍ନରାତି - ୨୦୦୪ (ବର୍ଣ୍ଣ ପ୍ରକାଶନୀ)
  • ବର୍ଷାରେ ଦୁଷ୍ଟଝିଅ - ୨୦୦୮ (ସାହିତ୍ୟ ଶ୍ୱେତପଦ୍ମା, ପାରଳାଖେମୁଣ୍ଡି)
  • ଶବ୍ଦ ଛଳଛଳ
  • କାକଳି ଓ ଅନ୍ୟାନ୍ୟ କବିତା (ଅପ୍ରକାଶିତ)
  • ଇନ୍ଦ୍ରଧନୁ - ୨୦୦୯ (ଏଥେନା ବୁକ୍ସ)
  • ଶାଶ୍ୱତ ଦ୍ୱାପର - ୨୦୧୦ (ତୃପ୍ତି)

ଗୀତି କବିତା[ସମ୍ପାଦନା]

  • ଚିତ୍ର ନଦୀ
  • ଗୀତି ନୈବେଦ୍ୟ

ଗଳ୍ପ ସଂକଳନ[ସମ୍ପାଦନା]

  • ମାଟି ଦୀପ
  • ଅଥ ଅବଧୂତ
  • ନଦୀର ନାମ ସରସ୍ୱତୀ
  • ଗଳ୍ପ ଯୁଗଯୁଗର (ସନ୍ତୋଷିନୀ ପଣ୍ଡା ଏବଂ କନକ ମଞ୍ଜରୀ ପଟ୍ଟନାୟକଙ୍କଦ୍ୱାରା ସମ୍ପାଦିତ) - ୨୦୧୩ (ଏଥେନା ବୁକ୍ସ)

ଉପନ୍ୟାସ[ସମ୍ପାଦନା]

  • ବେଳାଭୂମିର ଚିହ୍ନ
  • ସମୟର ଶିଳାଲିପି (ଅପ୍ରକାଶିତ)

ଅନୁବାଦ[ସମ୍ପାଦନା]

  • ଗ୍ରୀକ ବୀର ପର୍ସିୟସ
  • ସମକାଳୀନ ହିନ୍ଦୀ କାହାଣୀ
  • କମ୍ରେଡ଼ଙ୍କ କୋର୍ଟ ଓ ଅନ୍ୟାନ୍ୟ ଗଳ୍ପ
  • ଅନୁଦିତ ଲଘୁକଥା

ଗୀତିନାଟ୍ୟ[ସମ୍ପାଦନା]

  • ଯସମା (ଆକାଶବାଣୀ ଜୟପୁରରେ ପ୍ରସାରିତ)
  • ଗୋପ ବିଭୁତି (ଦୂରଦର୍ଶନ ଭୁବନେଶ୍ୱରରେ ପ୍ରସାରିତ)

ପ୍ରବନ୍ଧ[ସମ୍ପାଦନା]

  • ପଲ୍ଲୀ କବି କାବ୍ୟବିଭା ୦ ୨୦୧୩ (ଗଜପତି ପ୍ରକାଶନ)[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଅଙ୍କୁର ସାହିତ୍ୟ ସମ୍ମାନ (ପାରଳାଖେମୁଣ୍ଡି)
  • ସୁପ୍ରୀତିଦେବୀ ସ୍ମୃତି ସମ୍ମାନ (କଳିଙ୍ଗ ସାହିତ୍ୟ ସମାଜ, ବ୍ରହ୍ମପୁର)
  • ତୀରତରଙ୍ଗ ସମ୍ମାନ (ଅନୁବାଦ ନିମନ୍ତେ)
  • କୋଣାର୍କ ନାଟ୍ୟମଣ୍ଡପ ସମ୍ମାନ
  • ବିଷ୍ଣୂପ୍ରିୟା ସାମନ୍ତସିଂହାର ସମ୍ମାନ
  • ସୁପ୍ରଭା ରାୟ ଅନୁବାଦ ପୁରସ୍କାର
  • ଅଜିତ ଅନୁବାଦ-ଭାରତୀ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୩]
  • ମନସ୍ୱିନୀ ରାୟ ସ୍ମୃତି ସମ୍ମାନ (ଓଡ଼ିଶା ଲେଖିକା ସଂସଦ ପ୍ରଦତ୍ତ)[୪][୫]

ଆଧାର[ସମ୍ପାଦନା]

  1. "ସର୍ଜନାରେ ଆବାମିକା". www.dharitri.com. ଧରିତ୍ରୀ. Retrieved 19 February 2022.
  2. "National Library of India e-catalogue". www.nationallibrary.gov.in. National Library of India. Retrieved 19 February 2022.
  3. "'ବିଷୁବ ସମ୍ମାନ'ରେ ସମ୍ମାନିତ ହେବେ ଦେବଦାସ ଛୋଟରାୟ". www.amfnews.com. amfnews.com. Retrieved 19 February 2022.
  4. "Odisha Lekhika Sansad confers Awards on 27 women writers". www.indiawhispers.com. indiawhispers.com. Retrieved 19 February 2022.
  5. "କାହାଣୀର ନାଁ କନକ ମଞ୍ଜରୀ". www.dharitri.com. ଧରିତ୍ରୀ. Archived from the original on 19 February 2022. Retrieved 19 February 2022.