ଜ୍ୟୋତ୍ସ୍ନା ରାଉତରାୟ
ଦେଖଣା
(Jyotsna Routrayରୁ ଲେଉଟି ଆସିଛି)
ଜ୍ୟୋତ୍ସ୍ନା ରାଉତରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଲେଶ୍ୱର | ୧୧ ମଇ ୧୯୫୮
ମୃତ୍ୟୁ | ୬ ଅଗଷ୍ଟ ୨୦୧୩ | (ବୟସ ୫୫)
ସମାଧି ସ୍ଥଳ | ଭୁବନେଶ୍ୱର |
ବୃତ୍ତି | ସାହିତ୍ୟିକା , ସାମ୍ବାଦିକା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ରାଜଧାନୀ ପୁସ୍ତକ ମେଳା ସମ୍ମାନ[୧] |
ଜୀବନସାଥୀ | ଜୀମୂତ ମଙ୍ଗରାଜ |
ସନ୍ତାନ | ଋତୁପର୍ଣା, ଅମୃତ |
ଜ୍ୟୋତ୍ସ୍ନା ରାଉତରାୟ, ଓଡ଼ିଶାର ଜଣେ ବରିଷ୍ଠ ମହିଳା ଓଡ଼ିଆ ସାମ୍ବାଦିକ,[୨] ସମ୍ପାଦକ ଏବଂ ସାହିତ୍ୟିକା ଥିଲେ । ସେ ୧୯୫୮ ମସିହା ମଇ ମାସ ୧୧ ତାରିଖରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କର ପ୍ରଥମ ଉପନ୍ୟାସ 'ଗାଈର ଆତ୍ମକାହାଣୀ' ପ୍ରକାଶ ପାଇଥିଲା । ୧୯୮୪ ମସିହାରେ ସମ୍ବାଦ ଖବରକାଗଜରେ ଯୋଗଦାନ କରି, ସେ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ସେହି ସମୟରେ ଓଡ଼ିଶାରେ ମହିଳା ସାମ୍ବାଦିକମାନଙ୍କ ସଂଖ୍ୟା ଖୁବ ନଗଣ୍ୟ ଥିଲା ।[୩] ୨୨ ବର୍ଷ ସେ ସମ୍ବାଦର ସମ୍ପାଦନା ବିଭାଗରେ କାର୍ଯ୍ୟ କରିଥିଲେ । ୨୦୦୬ ମସିହାରୁ ସେ ମୁକ୍ତବୃତ୍ତି ସାମ୍ବାଦିକ ଭାବରେ କାର୍ଯ୍ୟ କରିଆସୁଥିଲେ । ସାମ୍ବାଦିକତା ବ୍ୟତିତ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି[୪] ଓ ସେ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି ।[୫] ୨୦୧୩ ମସିହା ଅଗଷ୍ଟ ମାସ ୬ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।
ଓଡ଼ିଆ ସାହିତ୍ୟକୁ ଅବଦାନ
[ସମ୍ପାଦନା]- ପୋତାଶ୍ରୟ
- ଅନ୍ୟ ନଦୀ ଅନ୍ୟ ଦିଗନ୍ତ
- ଭିନ୍ନ ଭୂଗୋଳ
- ଦ୍ରୌପଦୀ
- କିଛି ନିର୍ଦୋଷ ଘଟଣା
- ବୈତରଣୀ କୂଳର ଝିଅ
- ପରାଜିତ ସାମ୍ରାଜ୍ଞୀ[୬][୭][୮][୯]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2013-08-07.
{{cite web}}
: Cite has empty unknown parameter:|1=
(help) - ↑ http://orissa.gov.in/e-magazine/orissaannualreference/ORA-2011/pdf/296-305.pdf
- ↑ "ଆର୍କାଇଭ୍ କପି". Archived from the original on 2013-03-15. Retrieved 2013-08-07.
{{cite web}}
: Cite has empty unknown parameter:|1=
(help) - ↑ Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3. Retrieved 7 August 2013.
- ↑ "ଆର୍କାଇଭ୍ କପି". Archived from the original on 2014-03-13. Retrieved 2013-08-07.
{{cite web}}
: Cite has empty unknown parameter:|1=
(help) - ↑ ସମ୍ବାଦ ୦୭/୦୮/୨୦୧୩ ପୃଷ୍ଠା ୩
- ↑ ଧରିତ୍ରୀ ୦୭/୦୮/୨୦୧୩ ପୃଷ୍ଠା ୧୩
- ↑ http://www.enewsinsight.com/odisha-insight/a-tribute-to-woman-journalist-jyotsna-routray/
- ↑ http://timesofindia.indiatimes.com/city/bhubaneswar/Senior-journalist-Jyotsna-dead/articleshow/21668360.cms