ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ
ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ | |
---|---|
ଜନ୍ମ | ୧୯୪୨ |
ମୃତ୍ୟୁ | ୧୦ ଅପ୍ରେଲ ୨୦୨୧ |
ମୃତ୍ୟୁର କାରଣ | କରୋନାଭୂତାଣୁଜନିତ ମୃତ୍ୟୁ |
ଜାତୀୟତା | ଭାରତୀୟ |
ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ (୧୯୪୨ - ୧୦ ଅପ୍ରେଲ ୨୦୨୧) ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ସେ ମୁଖ୍ୟତଃ ନିଜର ଲେଖନୀ ଚାଳନା କରିଥିଲେ ।[୧][୨][୩] ସେ ଓଡ଼ିଶା ଶିକ୍ଷା ସେବା ଏବଂ ଭାରତ ସରକାରଙ୍କ "ସଂସ୍କୃତି ବିଭାଗ"ରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ରିଭ୍ୟୁ ପତ୍ରିକାର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଜିତେନ୍ଦ୍ର ନାରାୟଣ, ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୬୩ ମସିହାରେ ସେ ଓଡ଼ିଶା ଶିକ୍ଷା ସେବାରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରି ୨୦୦୦ ମସିହାରେ ଇଂରାଜୀ ପ୍ରାଧ୍ୟାପକ ଓ ରାଜ୍ୟ ଚୟନକର୍ତ୍ତା ବୋର୍ଡ଼ର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ଅଧିନରେ ଅନେକ ଛାତ୍ର ଗବେଷଣା କରି ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ । ଓଡ଼ିଶା ସରକାରଙ୍କଦ୍ୱାରା ପ୍ରକାଶିତ "ଓଡ଼ିଶା ରିଭ୍ୟୁ" ପତ୍ରିକାକୁ ସେ ୬ ବର୍ଷ ଧରି ସମ୍ପାଦନା କରିଥିଲେ ।
ରଚନାବଳୀ
[ସମ୍ପାଦନା]ସେ ଓଡ଼ିଆ ଏବଂ ଇଂରାଜୀରେ ଅନେକ ଗବେଷଣା ଧର୍ମୀ ପୁସ୍ତକ ରଚନା କରିଥିଲେ । ଲିଓ ଟଲଷ୍ଟୟଙ୍କ ଜୀବନୀ ଉପରେ ଗବେଷଣା କରି ସେ ଏକ ପୁସ୍ତକ ରଚନା କରିଥିଲେ । ତାଙ୍କ ଲିଖିତ କିଛି ଲୋକଦୃତ ପୁସ୍ତକ :
- ସାମ୍ପ୍ରତିକ ପାଶ୍ଚାତ୍ୟ ସମାଲୋଚନା ତତ୍ତ୍ୱ
- ଓଡ଼ିଆ ଉପନ୍ୟାସ : ଆରମ୍ଭରୁ ଆଜି ଯାଏଁ
- Growth of the Odia Novel[୪]
- Fakir Mohan Senapati : Paragon of Odia Identity
- The Aesthetics of New Criticism[୫]
- ବହୁତ ଦିନ ତଳେ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସୋଭିଏତ ଲ୍ୟାଣ୍ଡ-ନେହେରୁ ପୁରସ୍କାର - ୧୯୮୭[୬]
ଆଧାର
[ସମ୍ପାଦନା]- ↑ Ramananda Chatterjee (1968). The Modern Review. Prabasi Press Private, Limited.
- ↑ Triveni: Journal of Indian Renaissance. Triveni Publishers. 2010.
- ↑ The Calcutta review. 1966.
- ↑ Jitendra Narayan Patnaik (2009). Growth of the Oriya Novel. Sarup Book Publishers.
- ↑ Jitendra Narayan Patnaik; Jagannātha Paṭṭanāẏaka (1982). The Aesthetics of New Criticism. Intellectual Publishing House. ISBN 978-0-391-02919-4.
- ↑ "ବିଶିଷ୍ଟ ଶିକ୍ଷାବିତ ଜିତେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ଦେହାନ୍ତ". No. ସମ୍ବାଦ ୧୨/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡ଼ିଆ. 12 April 2021. p. ୮. Archived from the original on 12 April 2021. Retrieved 12 April 2021.