ନିଦ୍ରାହୀନତା

ଉଇକିପିଡ଼ିଆ‌ରୁ
(Insomniaରୁ ଲେଉଟି ଆସିଛି)
ନିଦ୍ରାହୀନତା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣin-SOM-ne-ah[୧]
ସ୍ପେଶାଲିଟିSleep medicine
ଆଇସିଡ଼ି-୧୦F51.0, G47.0
ଆଇସିଡ଼ି-୯-ସିଏମ୍307.42, 307.41, 327.0, 780.51, 780.52
ରୋଗ ଡାଟାବେସ26877
ମେଡ଼ିସିନ-ପ୍ଲସ000805
ଇ-ମେଡ଼ିସିନmed/2698
Patient UKନିଦ୍ରାହୀନତା
MeSHD007319

ନିଦ୍ରାହୀନତା (ଇଂରାଜୀ ଭାଷାରେ Insomnia) ଏକ ନିଦ୍ରା ବେମାରୀ (sleep disorder) ଯେଉଁଥିରେ ଲୋକର ଶୋଇବାରେ (sleeping) ଅସୁବିଧା ହୁଏ ।[୧] ଶୋଇବା ଆରମ୍ଭ କରିବାରେ ଅସିବିଧା ହୋଇପାରେ ବା ଇଚ୍ଛା ମୁତାବକ ଶୋଇହୁଏନାହିଁ ।[୨][୩] ଏହି ରୋଗରେ ଦିନରେ ନିଦ ଲାଗେ, ଶକ୍ତିହୀନତା ଲାଗେ, ଚିଡ଼ଚିଡ଼ା ଲାଗେ ଓ ଅବସାଦ (depressed mood|) ହୁଏ । ଏହା ଯୋଗୁ ଗାଡ଼ି ଧକ୍କା ସମ୍ଭାବନା ରହେ, ମନ‌ଦେଇ ଶିଖିବାରେ ସମସ୍ୟା ହୁଏ । ଏହି ରୋଗ କିଛି ଦିନ ବା କିଛି ସପ୍ତାହ ରହିପାରେ ବା ଦୀର୍ଘକାଳୀନ ଏକ ମାସରୁ ଅଧିକ ସମୟ ଧରି ରହିପାରେ ।[୧]

ନିଦ୍ରାହୀନତା ବେମାରୀ ସ୍ୱତନ୍ତ୍ର ଭାବରେ ହୋଇପାରେ ବା ଅନ୍ୟ କୌଣସି କାରଣ ଯୋଗୁ ହୋଇପାରେ ।[୪] ଅନ୍ୟ କାରଣମାନଙ୍କ ମଧ୍ୟରେ ମାନସିକ ଚାପ (psychological stress), ଦୀର୍ଘକାଳୀନ ଯନ୍ତ୍ରଣା (chronic pain), ହୃଦ୍‌ପାତ, ହାଇପରଥାଇରଏଡିଜ୍ମ (hyperthyroidism), ଛାତି ଜ୍ୱାଳା (heartburn), ରେସ୍ଟଲେସ ଲେଗ ସିଣ୍ଡ୍ରୋମ (restless leg syndrome, ଋତୁବନ୍ଦ, କେତେକ ଔଷଧ ଓ କେଫିନ, ନିକୋଟିନ ତ‌ଥା ଆଲକୋହୋଲ ଭଳି ଡ୍ରଗ ମୁଖ୍ୟତଃ ଏହି ରୋଗର କାରଣ ହୋଇଥାଆନ୍ତି । [୪][୫] ରାତି ଡ୍ୟୁଟି ଓ ନିଦ୍ରା ଶ୍ୱାସରୋଧ (sleep apnea) ଯୋଗୁ ଏହି ରୋଗ ସଙ୍କଟ ଉତ୍ପନ୍ନ ହୋଇପାରେ ।[୩] ନିଦ୍ରା ଅଭ୍ୟାସର ଇତିହାସ ଓ ଅନ୍ୟ କାରଣମାନଙ୍କର ଅନୁପସ୍ଥିତି ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ । ଗୋଟିଏ ନିଦ୍ରା ଅନୁଶୀଳନ (sleep study) କରି ଅନ୍ତର୍ନିହିତ ସମସ୍ୟା ଚିହ୍ନଟ କରିବାକୁ ପଡ଼େ ।[୬] ସ୍କ୍ରୀନିଙ୍ଗ ସମୟରେ ଦୁଇଟି ପ୍ରଶ୍ନ କରାଯାଏ: "ଶୋଇବାରେ ଅସୁବିଧା ହେଉଛି କି? ଓ ଶୋଇବାକୁ ଆରମ୍ଭ କଲାବେଳେ ବା ଶୋଇବା ଚାଲୁ ରଖିବାରେ ଅସୁବିଧା ହେଉଛି କି?" ।[୩]

ନିଦ୍ରାହୀନତା ନିମନ୍ତେ ପ୍ରଥମେ ନିଦ୍ରା ସୁରକ୍ଷା (Sleep hygiene) ଓ ଜୀବନ‌ଚର୍ଯ୍ୟା ପରିବର୍ତ୍ତନ ନିମନ୍ତେ ଚିକିତ୍ସା କରିବା ଆବଶ୍ୟକ ।[୭][୮] ନିଦ୍ରା ସୁରକ୍ଷା ନିମନ୍ତେ ସମାନ ନିଦ୍ରା ସମୟ, ସୂର୍ଯ୍ୟାଲୋକ ସଂସ୍ପର୍ଶ, ଗୋଟିଏ ଅନ୍ଧାର ଶାନ୍ତ ବଖରା ଓ ନିୟମିତ ବ୍ୟାୟାମ ଆବଶ୍ୟକ ।[୭] ଏହା ସ‌ହିତ କଗନିଟିଭ ବିହେଭିଅରାଲ ଥେରାପି (Cognitive behavioral therapy) ଏହା ସ‌ହିତ ଆବଶ୍ୟକ ।[୯][୧୦] ନିଦ୍ରା ବଟିକା ସାହାଯ୍ୟ କଲେ ମଧ୍ୟ ଏହା ଯୋଗୁ ଆଘାତ, ଡିମେନସିଆ (dementia) ଓ ନିଶାଗ୍ରସ୍ତ (addiction) ହୋଇପାରନ୍ତି ।[୮][୯] ଚାରି ପାଞ୍ଚ ସପ୍ତାହ ଔଷଧ ଖାଇବା ପରେ ଆଉ ଦେବାକୁ ସୁପାରିସ କରାଯାଏନାହିଁ ।[୯] ଅଲଟରନେଟିଭ ମେଡିସିନରେ ଏହାର ଚିକିତ୍ସାର ନିରାପତ୍ତା ଓ ଫଳାଫଳ ସ୍ପଷ୍ଟ ହୋଇନାହିଁ । [୮][୯]

ଜୀବନର କୌଣସି ନା କୌଣସି ସମୟରେ ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ୧୦%ରୁ ୩୦% ନିଦ୍ରାହୀନତା ବେମାରୀ ହୁଏ ।[୩][୫][୧୧] ପ୍ରାୟ ୬% ଲୋକଙ୍କର ଅନ୍ୟ କୌଣସି ସମସ୍ୟା ନ ଥାଇ ମଧ୍ୟ ଏକ ମାସରୁ ଅଧିକ ସମୟ ଧରି ଏହି ବେମାରୀ ହୁଏ ।[୩] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସର ଲୋକ ଯୁବକମାନଙ୍କ ଅପେକ୍ଷା ଅଧିକ ପଡ଼ିତ ହୁଅନ୍ତି ।[୭] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପୀଡ଼ିତ ହୁଅନ୍ତି ।[୫] ପୁରାତନ ଗ୍ରୀସ (ancient Greece) ଦେଶରେ ଏ ରୋଗର ବର୍ଣ୍ଣନା କରାଯାଇଛି ।[୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "What Is Insomnia?". NHLBI. December 13, 2011. Retrieved 9 August 2016.
  2. Golub, R. M. (2012). "Insomnia". JAMA: The Journal of the American Medical Association. 307 (24): 2653–2653. doi:10.1001/jama.2012.6219. PMID 22735439.
  3. ୩.୦ ୩.୧ ୩.୨ ୩.୩ ୩.୪ Roth, T. (2007). "Insomnia: Definition, prevalence, etiology, and consequences". Journal of Clinical Sleep Medicine. 3 (5 Suppl): S7–10. PMC 1978319. PMID 17824495.
  4. ୪.୦ ୪.୧ "What Causes Insomnia?". NHLBI. December 13, 2011. Retrieved 9 August 2016.
  5. ୫.୦ ୫.୧ ୫.୨ "Dyssomnias" (PDF). WHO. pp. 7–11. Retrieved 2009-01-25.
  6. "How Is Insomnia Diagnosed?". NHLBI. December 13, 2011. Retrieved 9 August 2016.
  7. ୭.୦ ୭.୧ ୭.୨ Wilson, JF (1 January 2008). "In the clinic. Insomnia". Annals of internal medicine. 148 (1): ITC13-1-ITC13-16. doi:10.7326/0003-4819-148-1-200801010-01001. PMID 18166757.
  8. ୮.୦ ୮.୧ ୮.୨ "How Is Insomnia Treated?". NHLBI. December 13, 2011. Retrieved 9 August 2016.
  9. ୯.୦ ୯.୧ ୯.୨ ୯.୩ Qaseem, A; Kansagara, D; Forciea, MA; Cooke, M; Denberg, TD; Clinical Guidelines Committee of the American College of, Physicians (3 May 2016). "Management of Chronic Insomnia Disorder in Adults: A Clinical Practice Guideline From the American College of Physicians". Annals of Internal Medicine. doi:10.7326/M15-2175. PMID 27136449.
  10. Trauer, James M.; Qian, Mary Y.; Doyle, Joseph S.; W. Rajaratnam, Shantha M.; Cunnington, David (9 June 2015). "Cognitive Behavioral Therapy for Chronic Insomnia". Annals of Internal Medicine. 163: 191–204. doi:10.7326/M14-2841. PMID 26054060.
  11. Tasman, Allan; Kay, Jerald; Lieberman, Jeffrey A.; First, Michael B.; Riba, Michelle (2015). Psychiatry, 2 Volume Set (in ଇଂରାଜୀ) (4 ed.). John Wiley & Sons. p. 4253. ISBN 9781118753361.
  12. Attarian, Hrayr P. (2003). Clinical Handbook of Insomnia (in ଇଂରାଜୀ). Springer Science & Business Media. p. Chapter 1. ISBN 9781592596621.