ପାପିଲୋମାଭୁତାଣୁ ସଂକ୍ରମଣ

ଉଇକିପିଡ଼ିଆ ରୁ
(Human papillomavirus infection ରୁ ଲେଉଟି ଆସିଛି)
Jump to navigation Jump to search
ମାନବ ପାପିଲୋମାଭୁତାଣୁ ସଂକ୍ରମଣ
ପ୍ରତିଶବ୍ଦ - ମାନବ ପାପିଲୋମାଭୁତାଣୁ (Human papillomavirus)
PDB 1svm EBI.jpg
ପାପିଲୋମାଭୁତାଣୁ ବଡ଼ଟି ଆଣ୍ଟିଜେନ ହେଲିକେଶ ଡୋମେନ (Papillomavirus large T antigen helicase domain)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease, gynecology
ଆଇସିଡ଼ି-୧୦B97.7
ଆଇସିଡ଼ି-୯-ସିଏମ୍078.1 079.4
ରୋଗ ଡାଟାବେସ6032
ଇ-ମେଡ଼ିସିନmed/1037
MeSHD030361

ପାପିଲୋମାଭୁତାଣୁ ସଂକ୍ରମଣ ବା ମାନବ ପାପିଲୋମାଭୁତାଣୁ ସଂକ୍ରମଣ (ଇଂରାଜୀ ଭାଷାରେ Human papillomavirus infection ଏକ ସଂକ୍ରାମକ ରୋଗ (infection) ଯାହା ମାନବ ପାପିଲୋମାଭୁତାଣୁଦ୍ୱାରା (human papillomavirus ବା ଏଚପିଭି/HPV) ହୁଏ ।[୧] ଅଧିକାଂଶ ଏଚପିଭି ରୋଗରେ କୌଣସି ଲକ୍ଷଣ ନ ଥାଏ ଓ ସ୍ୱୟଂ ଉପଶମ ହୋଇଯାଏ ।[୨] କେତେକ କ୍ଷେତ୍ରରେ ଏହା ରହି ଭାତୁଡ଼ି (wart) ବା ପ୍ରାକ୍‌କର୍କଟ ବିକୃତିରେ (precancerous lesions) ପରିଣତ ହୁଏ ।[୩] ଏହି ପ୍ରାକ୍‌କର୍କଟ ବିକୃତି ସମୟ କ୍ରମେ ଗର୍ଭଶୟ ଗ୍ରୀବା କର୍କଟ, ଯୋନୀ କର୍କଟ (vulva), ଯୋନୀପଥ କର୍କଟ (vagina), ଲିଙ୍ଗ କର୍କଟ (penis), ମଳଦ୍ୱାର କର୍କଟ (anus), ପାଟି ଓ ଗଳା କର୍କଟ (mouth, or throat) ଇତ୍ୟାଦି ରୋଗ ସଙ୍କଟ ସୃଷ୍ଟି କରିପାରେ ।[୨][୩] ପ୍ରାୟ ୭୦% ଗର୍ଭଶୟ ଗ୍ରୀବା କର୍କଟ ରୋଗ ଦୁଇ ପ୍ରକାର ଏଚପିଭି (ଏଚପିଭି ୧୬ ଓ ଏଚପିଭି ୧୮) ଯୋଗୁ ହୁଏ ।[୨][୪] ଅନ୍ୟାନ୍ୟ କର୍କଟ ରୋଗ ମଧ୍ୟରୁ ୬୦ରୁ ୯୦% ରୋଗ ସ‌ହିତ ଏଚପିଭି ଲିଙ୍କ ହୋଇଥାଏ ।[୪] ଯୌନାଙ୍ଗ ଭାତୁଡ଼ି (genital wart) ଓ ରେସପିରେଟୋରି ପାପିଲୋମାଟୋସିସ (respiratory papillomatosis) ରୋଗମାନଙ୍କର କାରଣ ସାଧାରଣତଃ ଏଚପିଭି୬ ଓ ଏଚପିଭି୧୧ ହୋଇଥିବା ଜଣାଯାଏ ।[୨]

ପାପିଲୋମାଭୁତାଣୁ ପରିବାରର ୧୫୦ ଟାଇପର ଭୁତାଣୁ ମଧ୍ୟରୁ ଗୋଟିଏ ଡିଏନଏ ଭୁତାଣୁର (DNA virus) ନାମ ମାନବ ପାପିଲୋମାଭୁତାଣୁ ଯାହା ଯୋଗୁ ଏଚପିଭି ସଂକ୍ରମଣ ହୁଏ । [୧][୫] ଏହି ଧରଣର ୪୦ ଟାଇପର ଭୁତାଣୁ ଯୌନ‌କ୍ରିୟାଦ୍ୱାରା ସଞ୍ଚାରିତ ହୋଇ ମଳଦ୍ୱାର ଓ ଯୌନାଙ୍ଗକୁ ସଂକ୍ରମିତ କରନ୍ତି ।[୫] ନିରନ୍ତର ଏଚପିଭି ସଂକ୍ରମଣ ହେଉଥିବା ସଙ୍କଟଦାୟକ ଅବସ୍ଥାମାନଙ୍କ ନାମ ଯଥାକ୍ରମେ ଅଳ୍ପ ବୟସରେ ପ୍ରଥମ ଯୌନ ସଂଭୋଗ, ଅନେକ ଯୌନସାଥୀ, ଧୂମ୍ରପାନ ଓ ଇମ୍ମ୍ୟୁନିଟି ଅଭାବ ।[୨] ସାଧାରଣତଃ ଯୋନୀପଥ ଓ ମଳଦ୍ୱାର ମାଧ୍ୟମରେ ଯୌନ ସମ୍ଭୋଗ ସମୟରେ ଚର୍ମ ଚର୍ମ ମଧ୍ୟରେ ସ୍ପର୍ଶ ଯୋଗ ଏହି ସଂକ୍ରମଣ ହୁଏ ।[୫] ଗର୍ଭାବସ୍ଥାରେ ଏହି ସଂକ୍ରମଣ ମାତାଠାରୁ ଶିଶୁକୁ ସଞ୍ଚାରିତ ହୋଇପାରେ । ଟଏଲେଟ ସିଟ୍‌ଦ୍ୱାରା ଏହି ରୋଗ ବ୍ୟାପେ ନାହିଁଁ ।[୬] ଏକାଧିକ ଟାଇପର ଭୁତାଣୁଦ୍ୱାରା ଲୋକ ସଂକ୍ରମିତ ହୋଇପାରେ ।[୬] ଏଚପିଭି କେବଳ ମଣିଷକୁ ଆକ୍ରମଣ କରେ ।[୧]

ଏଚପିଭି ଟିକା (HPV vaccine ଅଧିକାଂଶ ଟାଇପର ଏଚପିଭି ଭୁତାଣୁମାନଙ୍କୁ ପ୍ରତିରୋଧ କରିପାରେ ।[୫] ଏହି ଟିକା ପ୍ରଭାବଶାଳୀ ହେବା ନିମନ୍ତେ ସଂକ୍ରମଣ ହେବା ପୂର୍ବରୁ ଓ ୯ରୁ ୧୩ ବର୍ଷ ବୟସ ମଧ୍ୟରେ ଦିଆଯିବା ଆବଶ୍ୟକ । ସର୍ଭାଇକାଲ କ୍ୟାନସର ସ୍କ୍ରୀନିଙ୍ଗରେ (Cervical cancer screening) ପାପାନିକୋଲୌ (Papanicolaou test ବା pap) ) ପରୀକ୍ଷା କରି କର୍କଟ ରୋଗକୁ ଗତି କରୁଥିବା ଅସାଧାରଣ ଜୀବକୋଷ ଓ ଆସେଟିକ ଏସିଡ (acetic acid) ବ୍ୟବ‌ହାର ପରେ ଜରାୟୁଗ୍ରୀବା ଦର୍ଶନ କରି ପ୍ରାକ୍‌କର୍କଟ ଚିହ୍ନି ହୁଏ । ଏହି ପ୍ରାକ୍ ଚିହ୍ନଟ ଫଳରେ ଶୀଘ୍ରାତିଶୀଘ୍ର ଚିକିତ୍ସା ଆରମ୍ଭ କଲେ ଉତ୍ତମ ଫଳ ମିଳିପାରେ ।[୨] ସ୍କ୍ରୀନିଙ୍ଗ ଯୋଗୁ ବିକଶିତ ଦେଶମାନଙ୍କରେ ରୋଗ ଓ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମିଯାଇଛି ।[୭] କ୍ରାୟୋ ଥେରାପି (freezing) ଫଳରେ ଭାତୁଡ଼ି ନିର୍ମୁଳ କରିଦିଆଯାଇପାରେ ।[୧]

ପୃଥିବୀରେ ଯୌନ ସଞ୍ଚାରିତ ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ରୋଗ ହେଉଛି ଏଚପିଭି ରୋଗ ।[୧] ଅଧିକାଂଶ ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୫] ପୃଥିବୀରେ ସନ ୨୦୧୨ରେ ପ୍ରାୟ ୫୨୮,୦୦୦ ନୂଆ ଗର୍ଭାଶୟ ଗ୍ରୀବା ରୋଗ ଚିହ୍ନଟ ହୋଇଥିଲା ଓ ୨୬୬,୦୦୦ ମୃତ୍ୟୁ ହୋଇଥିଲା ।[୮] ଏହି ରୋଗର ୮୫% କେବଳ ବିକାଶଶୀଳ ଦେଶମାନଙ୍କରେ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏଚପିଭି ଯୋଗୁ ପ୍ରତିବର୍ଷ ୨୭,୦୦୦ କର୍କଟ ରୋଗ ହେଉଛି । ଯୌନ‌କ୍ରିୟା ସକ୍ରିୟ ବୟସ୍କ ଲୋକଙ୍କ ମଧ୍ୟରୁ ୧% ଲୋକଙ୍କର ଯୌନାଙ୍ଗ ଭାତୁଡ଼ି ହୁଏ ।[୬] ପୁରାତନ ଗ୍ରୀସ୍ ଦେଶ ସମୟରୁ ଭାତୁଡ଼ି କେଶ୍‌ମାନଙ୍କର ବର୍ଣ୍ଣନା ଥିବା ବେଳେ ସେମାନଙ୍କର ଭୁତାଣୁ ସମ୍ବନ୍ଧ ସନ ୧୯୦୭ରେ ଆବିଷ୍କୃତ ହୋଇଥିଲା ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Milner, Danny A. (2015). Diagnostic Pathology: Infectious Diseases (in ଇଂରାଜୀ). Elsevier Health Sciences. p. 40. ISBN 9780323400374.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Human papillomavirus (HPV) and cervical cancer". WHO. June 2016. Retrieved 10 August 2016.
  3. ୩.୦ ୩.୧ Ljubojevic, Suzana; Skerlev, Mihael (2014). "HPV-associated diseases". Clinics in Dermatology. 32 (2): 227–234. doi:10.1016/j.clindermatol.2013.08.007. ISSN 0738-081X. PMID 24559558.
  4. ୪.୦ ୪.୧ "The Link Between HPV and Cancer". CDC. September 30, 2015. Retrieved 11 August 2016.
  5. ୫.୦ ୫.୧ ୫.୨ ୫.୩ ୫.୪ "What is HPV?". CDC. December 28, 2015. Retrieved 10 August 2016.
  6. ୬.୦ ୬.୧ ୬.୨ "Human Papillomavirus (HPV) Questions and Answers". CDC. December 28, 2015. Retrieved 11 August 2016.
  7. Sawaya, GF; Kulasingam, S; Denberg, TD; Qaseem, A; Clinical Guidelines Committee of American College of, Physicians (16 June 2015). "Cervical Cancer Screening in Average-Risk Women: Best Practice Advice From the Clinical Guidelines Committee of the American College of Physicians". Annals of internal medicine. 162 (12): 851–9. doi:10.7326/M14-2426. PMID 25928075.
  8. World Cancer Report 2014. World Health Organization. 2014. pp. Chapter 5.12. ISBN 9283204298.
  9. Tyring, Stephen; Moore, Angela Yen; Lupi, Omar (2016). Mucocutaneous Manifestations of Viral Diseases: An Illustrated Guide to Diagnosis and Management (in ଇଂରାଜୀ) (2 ed.). CRC Press. p. 207. ISBN 9781420073133.