Jump to content

ପାପିଲୋମାଭୁତାଣୁ ସଂକ୍ରମଣ

ଉଇକିପିଡ଼ିଆ‌ରୁ
(Human papillomavirus infectionରୁ ଲେଉଟି ଆସିଛି)
ମାନବ ପାପିଲୋମାଭୁତାଣୁ ସଂକ୍ରମଣ
ପ୍ରତିଶବ୍ଦ - ମାନବ ପାପିଲୋମାଭୁତାଣୁ (Human papillomavirus)
ପାପିଲୋମାଭୁତାଣୁ ବଡ଼ଟି ଆଣ୍ଟିଜେନ ହେଲିକେଶ ଡୋମେନ (Papillomavirus large T antigen helicase domain)
ବିଭାଗInfectious disease, gynecology
ଆଇସିଡ଼ି-୧୦B97.7
ଆଇସିଡ଼ି-୯-ସିଏମ୍078.1 079.4
ରୋଗ ଡାଟାବେସ6032
ଇ-ମେଡ଼ିସିନmed/1037
MeSHD030361

ପାପିଲୋମାଭୁତାଣୁ ସଂକ୍ରମଣ ବା ମାନବ ପାପିଲୋମାଭୁତାଣୁ ସଂକ୍ରମଣ (ଇଂରାଜୀ ଭାଷାରେ human papillomavirus infection ଏକ ସଂକ୍ରାମକ ରୋଗ (infection) ଯାହା ମାନବ ପାପିଲୋମାଭୁତାଣୁଦ୍ୱାରା (human papillomavirus ବା ଏଚପିଭି/HPV) ହୁଏ ।[] ଅଧିକାଂଶ ଏଚପିଭି ରୋଗରେ କୌଣସି ଲକ୍ଷଣ ନ ଥାଏ ଓ ସ୍ୱୟଂ ଉପଶମ ହୋଇଯାଏ ।[] କେତେକ କ୍ଷେତ୍ରରେ ଏହା ରହି ଭାତୁଡ଼ି (wart) ବା ପ୍ରାକ୍‌କର୍କଟ ବିକୃତିରେ (precancerous lesions) ପରିଣତ ହୁଏ ।[] ଏହି ପ୍ରାକ୍‌କର୍କଟ ବିକୃତି ସମୟ କ୍ରମେ ଗର୍ଭଶୟ ଗ୍ରୀବା କର୍କଟ, ଯୋନୀ କର୍କଟ (vulva), ଯୋନୀପଥ କର୍କଟ (vagina), ଲିଙ୍ଗ କର୍କଟ (penis), ମଳଦ୍ୱାର କର୍କଟ (anus), ପାଟି ଓ ଗଳା କର୍କଟ (mouth, or throat) ଇତ୍ୟାଦି ରୋଗ ସଙ୍କଟ ସୃଷ୍ଟି କରିପାରେ ।[][] ପ୍ରାୟ ୭୦% ଗର୍ଭଶୟ ଗ୍ରୀବା କର୍କଟ ରୋଗ ଦୁଇ ପ୍ରକାର ଏଚପିଭି (ଏଚପିଭି ୧୬ ଓ ଏଚପିଭି ୧୮) ଯୋଗୁ ହୁଏ ।[][] ଅନ୍ୟାନ୍ୟ କର୍କଟ ରୋଗ ମଧ୍ୟରୁ ୬୦ରୁ ୯୦% ରୋଗ ସ‌ହିତ ଏଚପିଭି ଲିଙ୍କ ହୋଇଥାଏ ।[] ଯୌନାଙ୍ଗ ଭାତୁଡ଼ି (genital wart) ଓ ରେସପିରେଟୋରି ପାପିଲୋମାଟୋସିସ (respiratory papillomatosis) ରୋଗମାନଙ୍କର କାରଣ ସାଧାରଣତଃ ଏଚପିଭି୬ ଓ ଏଚପିଭି୧୧ ହୋଇଥିବା ଜଣାଯାଏ ।[]

ପାପିଲୋମାଭୁତାଣୁ ପରିବାରର ୧୫୦ ଟାଇପର ଭୁତାଣୁ ମଧ୍ୟରୁ ଗୋଟିଏ ଡିଏନଏ ଭୁତାଣୁର (DNA virus) ନାମ ମାନବ ପାପିଲୋମାଭୁତାଣୁ ଯାହା ଯୋଗୁ ଏଚପିଭି ସଂକ୍ରମଣ ହୁଏ । [][] ଏହି ଧରଣର ୪୦ ଟାଇପର ଭୁତାଣୁ ଯୌନ‌କ୍ରିୟାଦ୍ୱାରା ସଞ୍ଚାରିତ ହୋଇ ମଳଦ୍ୱାର ଓ ଯୌନାଙ୍ଗକୁ ସଂକ୍ରମିତ କରନ୍ତି ।[] ନିରନ୍ତର ଏଚପିଭି ସଂକ୍ରମଣ ହେଉଥିବା ସଙ୍କଟଦାୟକ ଅବସ୍ଥାମାନଙ୍କ ନାମ ଯଥାକ୍ରମେ ଅଳ୍ପ ବୟସରେ ପ୍ରଥମ ଯୌନ ସଂଭୋଗ, ଅନେକ ଯୌନସାଥୀ, ଧୂମ୍ରପାନ ଓ ଇମ୍ମ୍ୟୁନିଟି ଅଭାବ ।[] ସାଧାରଣତଃ ଯୋନୀପଥ ଓ ମଳଦ୍ୱାର ମାଧ୍ୟମରେ ଯୌନ ସମ୍ଭୋଗ ସମୟରେ ଚର୍ମ ଚର୍ମ ମଧ୍ୟରେ ସ୍ପର୍ଶ ଯୋଗ ଏହି ସଂକ୍ରମଣ ହୁଏ ।[] ଗର୍ଭାବସ୍ଥାରେ ଏହି ସଂକ୍ରମଣ ମାତାଠାରୁ ଶିଶୁକୁ ସଞ୍ଚାରିତ ହୋଇପାରେ । ଟଏଲେଟ ସିଟ୍‌ଦ୍ୱାରା ଏହି ରୋଗ ବ୍ୟାପେ ନାହିଁଁ ।[] ଏକାଧିକ ଟାଇପର ଭୁତାଣୁଦ୍ୱାରା ଲୋକ ସଂକ୍ରମିତ ହୋଇପାରେ ।[] ଏଚପିଭି କେବଳ ମଣିଷକୁ ଆକ୍ରମଣ କରେ ।[]

ଏଚପିଭି ଟିକା (HPV vaccine ଅଧିକାଂଶ ଟାଇପର ଏଚପିଭି ଭୁତାଣୁମାନଙ୍କୁ ପ୍ରତିରୋଧ କରିପାରେ ।[] ଏହି ଟିକା ପ୍ରଭାବଶାଳୀ ହେବା ନିମନ୍ତେ ସଂକ୍ରମଣ ହେବା ପୂର୍ବରୁ ଓ ୯ରୁ ୧୩ ବର୍ଷ ବୟସ ମଧ୍ୟରେ ଦିଆଯିବା ଆବଶ୍ୟକ । ସର୍ଭାଇକାଲ କ୍ୟାନସର ସ୍କ୍ରୀନିଙ୍ଗରେ (Cervical cancer screening) ପାପାନିକୋଲୌ (Papanicolaou test ବା pap) ) ପରୀକ୍ଷା କରି କର୍କଟ ରୋଗକୁ ଗତି କରୁଥିବା ଅସାଧାରଣ ଜୀବକୋଷ ଓ ଆସେଟିକ ଏସିଡ (acetic acid) ବ୍ୟବ‌ହାର ପରେ ଜରାୟୁଗ୍ରୀବା ଦର୍ଶନ କରି ପ୍ରାକ୍‌କର୍କଟ ଚିହ୍ନି ହୁଏ । ଏହି ପ୍ରାକ୍ ଚିହ୍ନଟ ଫଳରେ ଶୀଘ୍ରାତିଶୀଘ୍ର ଚିକିତ୍ସା ଆରମ୍ଭ କଲେ ଉତ୍ତମ ଫଳ ମିଳିପାରେ ।[] ସ୍କ୍ରୀନିଙ୍ଗ ଯୋଗୁ ବିକଶିତ ଦେଶମାନଙ୍କରେ ରୋଗ ଓ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମିଯାଇଛି ।[] କ୍ରାୟୋ ଥେରାପି (freezing) ଫଳରେ ଭାତୁଡ଼ି ନିର୍ମୁଳ କରିଦିଆଯାଇପାରେ ।[]

ପୃଥିବୀରେ ଯୌନ ସଞ୍ଚାରିତ ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ରୋଗ ହେଉଛି ଏଚପିଭି ରୋଗ ।[] ଅଧିକାଂଶ ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ପୃଥିବୀରେ ସନ ୨୦୧୨ରେ ପ୍ରାୟ ୫୨୮,୦୦୦ ନୂଆ ଗର୍ଭାଶୟ ଗ୍ରୀବା ରୋଗ ଚିହ୍ନଟ ହୋଇଥିଲା ଓ ୨୬୬,୦୦୦ ମୃତ୍ୟୁ ହୋଇଥିଲା ।[] ଏହି ରୋଗର ୮୫% କେବଳ ବିକାଶଶୀଳ ଦେଶମାନଙ୍କରେ ହୋଇଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏଚପିଭି ଯୋଗୁ ପ୍ରତିବର୍ଷ ୨୭,୦୦୦ କର୍କଟ ରୋଗ ହେଉଛି । ଯୌନ‌କ୍ରିୟା ସକ୍ରିୟ ବୟସ୍କ ଲୋକଙ୍କ ମଧ୍ୟରୁ ୧% ଲୋକଙ୍କର ଯୌନାଙ୍ଗ ଭାତୁଡ଼ି ହୁଏ ।[] ପୁରାତନ ଗ୍ରୀସ୍ ଦେଶ ସମୟରୁ ଭାତୁଡ଼ି କେଶ୍‌ମାନଙ୍କର ବର୍ଣ୍ଣନା ଥିବା ବେଳେ ସେମାନଙ୍କର ଭୁତାଣୁ ସମ୍ବନ୍ଧ ସନ ୧୯୦୭ରେ ଆବିଷ୍କୃତ ହୋଇଥିଲା ।[]

  1. 1 2 3 4 5 Milner, Danny A. (2015). Diagnostic Pathology: Infectious Diseases (in ଇଂରାଜୀ). Elsevier Health Sciences. p. 40. ISBN 9780323400374.
  2. 1 2 3 4 5 6 7 "Human papillomavirus (HPV) and cervical cancer". WHO. June 2016. Retrieved 10 August 2016.
  3. 1 2 Ljubojevic, Suzana; Skerlev, Mihael (2014). "HPV-associated diseases". Clinics in Dermatology. 32 (2): 227–234. doi:10.1016/j.clindermatol.2013.08.007. ISSN 0738-081X. PMID 24559558.
  4. 1 2 "The Link Between HPV and Cancer". CDC. September 30, 2015. Retrieved 11 August 2016.
  5. 1 2 3 4 5 "What is HPV?". CDC. December 28, 2015. Retrieved 10 August 2016.
  6. 1 2 3 "Human Papillomavirus (HPV) Questions and Answers". CDC. December 28, 2015. Retrieved 11 August 2016.
  7. Sawaya, GF; Kulasingam, S; Denberg, TD; Qaseem, A; Clinical Guidelines Committee of American College of, Physicians (16 June 2015). "Cervical Cancer Screening in Average-Risk Women: Best Practice Advice From the Clinical Guidelines Committee of the American College of Physicians". Annals of internal medicine. 162 (12): 851–9. doi:10.7326/M14-2426. PMID 25928075.
  8. World Cancer Report 2014. World Health Organization. 2014. pp. Chapter 5.12. ISBN 9283204298.
  9. Tyring, Stephen; Moore, Angela Yen; Lupi, Omar (2016). Mucocutaneous Manifestations of Viral Diseases: An Illustrated Guide to Diagnosis and Management (in ଇଂରାଜୀ) (2 ed.). CRC Press. p. 207. ISBN 9781420073133.