ଯୋନୀ କର୍କଟ

ଉଇକିପିଡ଼ିଆ ରୁ
Jump to navigation Jump to search

ଯୋନୀ କର୍କଟ ହେଉଛି ଏକ ପ୍ରକାର ଘାତକ ରୋଗ ଯେଉଁଥିରେ ମହିଳାମାନଙ୍କ ଯୋନୀ ମଧ୍ୟସ୍ଥ ଟିସ୍ୟୁରେ ଜୀବକୋଷ ସବୁ ଟ୍ୟୁମର ଆକାରରେ ଅସ୍ୱାଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ । ପ୍ରାଥମିକ ସ୍ତରର ଟ୍ୟୁମର ସବୁ ସ୍କୁଆମସ୍ ସେଲ୍ କାର୍ସିନୋମା (en:Squamous cell carcinoma) ନାମରେ ଜ୍ଞାତ ଯାହାକି ଦୁର୍ଲଭ ବା ସାଧାରଣତଃ ବହୁତ କମ୍ ଦେଖାଯାଏ । ତେବେ ଯୋନୀ କର୍କଟ ସାଧାରଣତଃ ମାଧ୍ୟମିକ ଟ୍ୟୁମର ରୂପରେ ଦେଖାଯାଇଥାଏ । ଏହି ରୋଗ ସାଧାରଣତଃ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ ଯଦ୍ୟପି ଏହି ରୋଗ ଯେ କୌଣସି ବୟସରେ ଏପରିକି ଶିଶୁ ବୟସରେ ମଧ୍ୟ ହେବାର ସମ୍ଭାବନାକୁ ଏଡାଇଦିଆଯାଇ ନ ପାରେ । ପ୍ରାରମ୍ଭିକ ଅବସ୍ଥାରେ ଏହାର ନିଦାନ କରାଯାଇ ସଠିକ ଚିକିତ୍ସା କଲେ ରୋଗ ଭଲ ହେବାର ଯଥେଷ୍ଠ ସମ୍ଭାବନା ରହିଛି । କେବଳ ସର୍ଜରୀ କିମ୍ବା ସର୍ଜରୀ ସହିତ ପେଲଭିକ୍ ବିକୀରଣଦ୍ୱାରା ଏହାର ଚିକିତ୍ସା କରାଯାଏ । ଶିଶୁମାନଙ୍କର ଏକ ଉନ୍ନତ ପ୍ରଣାଳୀରେ ଯୋନୀ କର୍କଟ ରୋଗର ନିଦାନ କରାଯାଇପାରୁଛି ଏବଂ ସର୍ଜରୀ, ବିକୀରଣ ଚିକିତ୍ସା ତଥା କେମୋ ଥେରାପିଦ୍ୱାରା ଏହାର ସଠିକ ଚିକିତ୍ସା ମଧ୍ୟ କରାଯାଇପାରୁଛି । ତେବେ ମନେରଖିବା ଉଚିତ, ଶିଶୁ ମାନଙ୍କ ମଧ୍ୟରେ ଯୋନୀ କର୍କଟ ରୋଗର ପୁନରାବୃତ୍ତି ମଧ୍ୟ ହୋଇପାରେ । ତେବେ ଜୀନ ଥେରାପିଦ୍ୱାରା ଯୋନୀ କର୍କଟ ରୋଗର ସଠିକ ଚିକିତ୍ସା ନେଇ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି ।[୧]

ସବିଶେଷ ତଥ୍ୟ[ସମ୍ପାଦନା]

ରୋଗର ଲକ୍ଷଣ[ସମ୍ପାଦନା]

ଅନେକ ସମୟରେ ଯୋନୀ କର୍କଟର ନିର୍ଦ୍ଦିଷ୍ଟ ପୂର୍ବ ଲକ୍ଷଣ ପ୍ରକାଶ ନ ପାଇଲେ ମଧ୍ୟ ପରବର୍ତ୍ତୀ ସମୟରେ ନିମ୍ନ ବର୍ଣ୍ଣିତ ଏକ ବା ଏକାଧିକ ଲକ୍ଷଣ ଦେଖାଦେଇପାରେ ।

  • ଯୋନୀରୁ ଅସାମାନ୍ୟ ଭାବେ ତରଳ ନିର୍ଗତ ବା ରକ୍ତ କ୍ଷରଣ ହେବା ।
  • ମଳ କିମ୍ବା ମୂତ୍ରରେ ରକ୍ତ କ୍ଷରଣ ହେବା
  • ବାରମ୍ବାର କିମ୍ବା ହଠାତ ମୂତ୍ର ମାଡିବା
  • ଯୌନ ସମ୍ଭୋଗ ବେଳେ ବ୍ୟଥା ଅନୁଭବ କରିବା
  • ଦୁଇଟି ଋତୁସ୍ରାବ ସମୟ ମଧ୍ୟରେ ରକ୍ତ କ୍ଷରଣ
  • ଯୋନୀ ମଧ୍ୟରେ ଏକ ଗୁଳା ଭଳି ମାଂସ ବୃଦ୍ଧି ଅନୁଭବ କରିବା [୨]
  • ମଳତ୍ୟାଗ ବେଲେ କଠିନତା (କବ୍‌ଜ) ଅନୁଭବ କରିବା[୩] ଇତ୍ୟାଦି

ରୋଗ ନିଦାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Unusual Cancers of Childhood Treatment". National Cancer Institute (in ଇଂରାଜୀ). Retrieved 2018-10-07. This article incorporates text from this source, which is in the public domain.
  2. "Symptoms | Vaginal cancer | Cancer Research UK". www.cancerresearchuk.org (in ଇଂରାଜୀ). 10 September 2015. Retrieved 2018-10-07.
  3. "Vaginal and Vulvar Cancer" (PDF). Centers for Disease Control and Prevention. December 2016. Retrieved 2018-10-07. This article incorporates text from this source, which is in the public domain.