ହୁବଳି

ଉଇକିପିଡ଼ିଆ ରୁ
(Hubliରୁ ଲେଉଟି ଆସିଛି)
Jump to navigation Jump to search
ହୁବଳି

ಹುಬ್ಬಳ್ಳಿ
ହୁବଳି
ନୃପତୁଙ୍ଗା ପାହାଡ ଉପରୁ ପୂର୍ବ ହୁବଳିର ଦୃଶ୍ୟ ହୁବଳି କେନ୍ଦ୍ର ରେଳ ଷ୍ଟେସନ
ନୃପତୁଙ୍ଗା ପାହାଡ ଉପରୁ ପୂର୍ବ ହୁବଳିର ଦୃଶ୍ୟ
Nickname(s): 
ଛୋଟ ମୁମ୍ବାଇ,[୧] ଯାଆଁଳା ସହର, ହୁବଳି-ଧାରଓ୍ବାଡ଼, ହୁବଳି-ଧାରଓ୍ବାଡ଼ ମହାନଗରୀର କ୍ଷେତ୍ର ।
ଦେଶ ଭାରତ
ରାଜ୍ୟକର୍ଣ୍ଣାଟକ
ସରକାର
 • ମେୟର୍ଅଶ୍ୱିନୀ ମାଜଗୀ
କ୍ଷେତ୍ରଫଳ
 • ମହାନଗରୀ460.2 km2 (177.7 sq mi)
Elevation
671 m (2,201 ft)
ଜନସଂଖ୍ୟା
 (୨୦୧୧)
 • ମହାନଗରୀ୧୮୪୭୦୨୩
 • କ୍ରମାଙ୍କ୧୪
 • ଘନତା4,000/km2 (10,000/sq mi)
 • ମହାନଗର୧୩୪୯୫୬୩
ସମୟ ମଣ୍ଡଳUTC+୦୫:୩୦ (ଆଇ ଏସ୍ ଟି)
ପିନ କୋଡ଼
୫୮୦୦୦୧ - ୫୮୦୦୬୪[ଧାରଓ୍ବାଡ଼ ପଶ୍ଚିମ ସୀମା ପର୍ଯ୍ୟନ୍ତ]
ଏସଟିଡି କୋଡ଼+୯୧-୮୩୬
ଗାଡ଼ି ପଞ୍ଜିକରଣକେଏ ୨୫[ହୁବଳି ମଧ୍ୟାଞ୍ଚଳ],କେଏ ୬୩[ହୁବଳି ପଶ୍ଚିମାଞ୍ଚଳ]
ଛାଞ୍ଚ:ନଓରାପ୍କନ୍ନଡ
ୱେବସାଇଟhttp://www.hdmc.gov.in

ହୁବଳି ସରକାରୀ ଭାବେ ଯାହା ହୁବାଲୀ ଭାବେ ପରିଚିତ, କର୍ଣ୍ଣାଟକରାଜ୍ୟର ଦ୍ୱିତୀୟ ବୃହତ୍ତମ ସହର । ଭାରତରେ ଦୃତଗତିରେ ବିକାଶ କରୁଥିବା କର୍ଣ୍ଣାଟକ,ଭାରତର ସହର ମାନଙ୍କ ମଧ୍ୟରେ ଏହା ଅନ୍ୟତମ । କନ୍ନଡ ଭାଷାରେ ହୁବାଲୀର ଅର୍ଥ ପୁଷ୍ପମୟ ଲତା । ଦୈତ ନଗରୀ ହୁବଳି ଓ ଧାରୱାଡ, ଏକସଙ୍ଗରେ ଯାହାକୁ ହୁବଳି-ଧାରୱାଡ କୁହାଯାଏ, ବେଙ୍ଗାଲୁରୁ ପାରେ କର୍ଣ୍ଣାଟକରର ସର୍ବବୃହତ ସହର । ଧାରଓ୍ବାଡ ପ୍ରଶାସନିକ କ୍ଷେତ୍ରର ମୁଖ୍ୟ କାର୍ଯ୍ୟାଳୟ ହେଲାବେଳେ, ହୁବଳି, ଯାହାକି ଧାରଓ୍ବାଡ ଠାରୁ ୨0 କିଲୋମିଟର୍ ଦକ୍ଷିଣ-ପୂର୍ବରେ ଅବସ୍ଥିତ, ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବାଣିଜ୍ୟ ଓ ବ୍ୟବସାୟର ମୁଖ୍ୟ କେନ୍ଦ୍ର । ଏଠାରେ ଗ୍ରାମ୍ୟ କୃଷିଭୂମିରେ, ଶସ୍ୟ ଯଥା ତୁଳା, ଗୋଲମରିଚଚିନାବାଦାମ ବହୁଳ ଭାବରେ ଚାଷ କରାଯାଏ ଓ ହୁବଳି ଏହିସବୁ ପଣ୍ୟଦ୍ରବ୍ୟର ମୁଖ୍ୟ ବାଣିକ୍ୟିକ କେନ୍ଦ୍ର । ଏହା ମଧ୍ୟ ଭାରତୀୟ ରେଳର ଏକ ମୁଖ୍ୟ ସହର ଅଟେ, କାରଣ ଏଠାରେ ଦକ୍ଷିଣ-ପଶ୍ଚିମ ରେଳକ୍ଷେତ୍ର ଓ ହୁବଳି ରେଳ ଡିଭିଜନ୍ର ମୁଖ୍ୟ କାର୍ଯ୍ୟାଳୟ ଅଛି । ହୁବଳି ଉତ୍ତର କର୍ଣ୍ଣାଟକର ଏକ ବୃହତ୍ତ ରେଳ ସଂଯୋଗସ୍ଥଳ ଅଟେ । ଏହା ମଧ୍ୟ ଉତ୍ତର ପଶ୍ଚିମ କର୍ଣାଟକ ରାସ୍ତା ପରିବହନ ନିଗମର ମୁଖ୍ୟ କାର୍ଯ୍ୟାଳୟ । ଏଠାରେ ମଧ୍ୟ ବେଙ୍ଗାଲୁରୁ ବାହାରେ ସର୍ବାଧିକ ସରକାରୀ କାର୍ଯ୍ୟାଳୟ ଅଛି । ଦୈତ ନଗରୀ ହୁବଳି-ଧାରୱାଡ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସ୍ମାର୍ଟ ନଗରୀ ଲକ୍ଷ୍ୟରେ, ସ୍ମାର୍ଟ ନଗରୀ ଭାବେ ବିକଶିତ ହେବାକୁ ଥିବା ଶହେ ଭାରତୀୟ ସହର ମଧ୍ୟରେ ସ୍ଥାନ ପାଇଛି । [୩]

ହୁବଳି-ଧାରଓ୍ବାଡ ସୌର ନଗରୀ/ ସବୁଜ ନଗରୀ ପାଇଁ ମଧ୍ୟ ବଛାଯାଇଚି । [୪]

ଇତିହାସ[ସମ୍ପାଦନା]

ରାୟରା ହୁବଳି ଯାହାକୁ, 'ଏଲିୟା ପୂର୍ବଡା ହାଲି' କିମ୍ବା 'ପୂର୍ବାଳି' ମଧ୍ୟ କୁହାଯାଏ, ପୂର୍ବତନ ହୁବଳି ଥିଲା, ଯେଉଁଠାରେ ଭବାନୀ ଶଙ୍କର ମନ୍ଦିର ଓ ଜୈନ ବସ୍ତି ଅଛି । ବିଜୟନଗର ରାୟସ ଅଧୀନରେ, ରାୟରା ହୁବଳି ଏକ ବାଣିଜ୍ୟ କେନ୍ଦ୍ର ରୂପେ ଗଢିଉଠିଲା, ଯାହା ତୁଳା, ଗୋଲମରିଚ ଓ ଲୁହାର ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା । ଆଦିଲସାହିସଙ୍କ ଅଧୀନରେ, ବ୍ରିଟିସମାନେ ଏଠାରେ ଏକ ଗୋଦାମ ଘର ତିଆରି କରିଥିଲା । ୧୬୭୩ ମସିହାରେ ଏହି ଗୋଦାମ ଘରଟି ଶିବାଜୀଙ୍କଦ୍ୱାରା ଲୁଟ ହୋଇଥିଲା । ମୋଗଲମାନେ ରାୟରା ହୁବଳିକୁ ଅଧିକାର କରିଥିଲେ ଓ ସେହିଦିନ ଠାରୁ ଏହା ସାଭାନୁର ନବାବଙ୍କ ଶାସନ ଅଧୀନରେ ଥିଲା, ଯିଏ ଏଠାରେ ଏକ ନୂଆ ସମ୍ପ୍ରସାରଣ କରି ଏହାର ନାମ ମାଜିଦପୁର ଦେଇଥିଲେ । ପରେ ବ୍ୟବସାୟୀ ବସପ୍ପା ଶେଟ୍ଟାର ରାୟରା ହୁବଳିର ଏକ ଅଂଶ ଦୂର୍ଗାବେଲ (ମିଦାନ ଦୂର୍ଗ) ଚାରିପଟେ ଏକ ନୂତନ ହୁବଳିର ନିର୍ମାଣ କରିଥିଲେ । ହୁବଳିର ପ୍ରସିଦ୍ଧ ମୂରୁସାଭିରା ମଠ, ବସଭେସ୍ୱରଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିବାର ଦାବି କରାଯାଏ । ୧୭୫୫-୫୬ ମସିହାରେ ହୁବଳି ସାଭାନୁରଙ୍କ ନବାବଙ୍କ ଠାରୁ ମରାଠା ମାନଙ୍କଦ୍ୱାରା ଅକ୍ତିଆର କାରାଯାଇଥିଲା ।ଏହା ପରେ ହାଇଦର ଅଲ୍ଲୀଙ୍କଦ୍ୱାରା ପୁନର୍ବାର ୧୭୯୦ ମସିହାରେ ଅକ୍ତିଆର କରାଯାଇଥିଲା । ଏହି ସମୟରେ ପୁରୁଣା ସହରଟି ପେଶଓ୍ବାଙ୍କ ଅଧୀନରେ ଫାଡକେ ନାମକ ଜଣେ ବ୍ୟକ୍ତିଙ୍କଦ୍ୱାରା ଓ ନୂଆ ସହରଟି ସାଙ୍ଗଲି ପଟ୍ଟବର୍ଦ୍ଧନଙ୍କ ଅଧୀନରେ ଶାସନ କରାଯାଉଥିଲା । ୧୮୧୭ ମସିହାରେ ବ୍ରିଟିଶମାନେ ପେଶଓ୍ବାଙ୍କ ଠାରୁ ପୁରୁଣା ହୁବଳିକୁ ନେଇ ଯାଇଥିଲେ । ୧୮୨୦ ମସିହାରେ, ୪୭ଟି ଗ୍ରାମ ସହ ନୂଆ ସହରଟିକୁ ସାଙ୍ଗଲି ପଟ୍ଟବର୍ଦ୍ଧନଙ୍କଦ୍ୱାରା ସାହାଯ୍ୟ ଅର୍ଥରେ ବ୍ରିଟିଶ ମାନଙ୍କୁ ଦିଆଯାଇଥିଲା । ପରେ ୧୮୮୦ ମସିହାରେ, ବ୍ରିଟିଶମାନେ ରେଳ କାରଖାନା ତିଆରି କଲେ ଓ ଏହା ସହିତ ହୁବଳି ଭାରତର ଏହି ଅଂଶରେ ଏକ ମୁଖ୍ୟ ଶିଳ୍ପାଞ୍ଚଳ ରୂପେ ପରିଣତ ହେଲା ।

ଉଙ୍କଳରେ ଥିବା ଚିତ୍ତାକର୍ଷକ ଚନ୍ଦ୍ରମୁଳେଶ୍ୱର/ ଚତୁର୍ଲିଙ୍ଗ ମନ୍ଦିର, ଚାଲୁକ୍ୟଙ୍କ ରାଜତ୍ୱ ସମୟର । କୁଣ୍ଡଗୋ ଯାହା, ହୁବଳିର 15 କିମି ଦକ୍ଷିଣରେ ଅଛି, ସେଠାରେ ଚାଲୁକ୍ୟଙ୍କ ସମୟର ବୃହତ୍ତ ଶମ୍ଭୁ ଲିଙ୍ଗ ମନ୍ଦିର ଅଛି ।[୫]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜଙ୍ଗଣନା ଅନୁଯାୟୀ ହୁବଳି-ଧାରଓ୍ବାଡର ଜନସଂଖ୍ୟା ୧,୩୪୯,୫୬୩ ।[୬] ହୁବଳି-ଧାରଓ୍ବାଡର ଜନସଂଖ୍ୟା ୧୯୮୧ରୁ ୧୯୯୧ ମସିହା ମଧ୍ୟରେ ୨୨.୯୯% ବୃଦ୍ଧି ପାଇ ୫୨୭,୧୦୮ରୁ ୬୪୮,୨୯୮କୁ ଓ ୧୯୯୧ରୁ ୨୦୦୧ ମସିହା ମଧ୍ୟରେ ୨୧.୨% ବୃଦ୍ଧି ପାଇଛି । ଏହି ନିଗମଟି ୨୦୨ କିମି ଅଞ୍ଚଳ ଅଧିକାର କରିଛି ।2 କର୍ଣ୍ଣାଟକରା ଏହା ଦ୍ୱିତୀୟ ସର୍ବବୃହତ ଓ ଦ୍ୱିତୀୟ ସର୍ବାଧିକ ଜନବହୁଳ ସହର । ଏହାର ଜନସଂଖ୍ୟା ୨ ଲକ୍ଷରୁ ଅଧିକ, ଯାହା ବେଙ୍ଗାଲୁରୁ ପରେ କର୍ଣ୍ଣାଟକରେ ଦ୍ୱିତୀୟ । ହୁବୁଳିର ଲୋକାମାନେ କଥାବାର୍ଟାରେ ବହୁଳ ଭାବେ କନ୍ନଡ ବ୍ୟବହାର କରିଥାନ୍ତି ।

ହୁବଳି-ଧାରଓ୍ବାଡରେ ଧର୍ମ
ଧର୍ମ ପ୍ରତିଶତ
ହିନ୍ଦୁ
  
73%
ମୁସଲିମ
  
21%
ଖ୍ରୀଷ୍ଟିଆନ
  
5.5%
ଅନ୍ୟାନ୍ୟ†
  
0.4%
ଧର୍ମର ବଣ୍ଟନ
ଶିଖ୍ (0.2%), ବୌଦ୍ଧ (<0.2%). ଅନ୍ତର୍ଭୁକ୍ତ

ଜଳବାୟୁ[ସମ୍ପାଦନା]

ହୁବଳି-ଧାରୱାଡର ଜଳବାୟୁ କ୍ରାନ୍ତୀୟ ଆର୍ଦ୍ର ଓ ଶୁଷ୍କ ଜଳବାୟୁ ଅଟେ । ଗ୍ରୀଷ୍ମ ଗରମ ଓ ଶୁଷ୍କ ଏବଂ ଫେବୃଆରୀର ଶେଷଭାଗରୁ ଜୁନର ଆରମ୍ଭ ପର୍ଯ୍ୟନ୍ତ ଏହା ଲାଗି ରହିଥାଏ । ଏହା ମଦ୍ଧମ ତାପମାତ୍ରା ଓ ବହୁଳ ପରିମାଣରେ ଅଧଃପାତ ସହ ମୌସୁମୀ ଋତୁର ପରେ ପରେ ଆସିଥାଏ । ଅକ୍ଟୋବର ଶେଷରୁ ଫେବୃଅରୀର ଆରମ୍ଭ ପର୍ଯ୍ୟନ୍ତ, ପ୍ରାୟତଃ ବିନା ବର୍ଷାରେ, ତାପମାତ୍ରା ମଦ୍ଧମ ଧରଣର ରହିଥାଏ । ହୁବଳି ଏମ୍.ଏସ୍.ଏଲ୍.ର ୬୪୦ ମି ଉଚ୍ଚରେ ଅବସ୍ଥିତ । ବାର୍ଷିକ ହାରାହାରି ବୃଷ୍ଟିପାତ ୮୩୮ ମିମି ।[୭]

Climate data for ହୁବଳି
Month Jan Feb Mar Apr May Jun Jul Aug Sep Oct Nov Dec Year
Average high °C (°F) 29.1
(84.4)
31.7
(89.1)
34.5
(94.1)
36
(97)
34.5
(94.1)
28.2
(82.8)
25.9
(78.6)
25.6
(78.1)
27.7
(81.9)
29.2
(84.6)
28.7
(83.7)
28.2
(82.8)
29.94
(85.93)
Average low °C (°F) 14.5
(58.1)
15.7
(60.3)
18.6
(65.5)
22
(72)
22
(72)
20.9
(69.6)
20.9
(69.6)
20.2
(68.4)
19.6
(67.3)
18.8
(65.8)
16.5
(61.7)
14.3
(57.7)
18.67
(65.67)
Average rainfall mm (inches) 0
(0)
0
(0)
10
(0.39)
40
(1.57)
60
(2.36)
150
(5.91)
210
(8.27)
200
(7.87)
110
(4.33)
60
(2.36)
30
(1.18)
0
(0)
870
(34.24)
Source: source=YR

ହୁବଳି-ଧାରଓ୍ବାଡ଼ ପୌରାଞ୍ଚଳ[ସମ୍ପାଦନା]

ହୁବଳି-ଧାରଓ୍ବାଡ଼ ପୌରାଞ୍ଚଳ ୧୯୬୨ ମସିହାରେ ୨୦ କିମି ଦୂରତାରେ ଥିବା ଦୁଇଟି ସହରକୁ ମିଶାଯାଇ କରାଯାଇଥିଲା । ଏହି ପୌରାଞ୍ଚଳ  202.3 km2 ତଥା ୪୫ଟି ଗ୍ରାମର ଅଞ୍ଚଳରେ ପରିବ୍ୟାପ୍ତ ଏବଂ କର୍ଣ୍ଣାଟକରେ ଏହା ବେଙ୍ଗାଲୁରୁ ପରେ ଦ୍ୱିତୀୟ ସର୍ବବୃହତ ସହର । ୧୯୯୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ୭ ଲକ୍ଷ ଥିଲା । ବର୍ତ୍ତମାନର ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ ।ହୁବଳି ପୌରାଞ୍ଚଳ 'ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ' ୧୮୫୦ ଅଧୀନରେ ତିଆରି କରାଯାଇଥିଲା ଓ ଧାରଓ୍ବାଡ଼ ପୌରାଞ୍ଚଳ ୧୮୫୬ ମସିହା ଜାନୁଆରୀ ମାସରେ ତିଆରି କରାଯାଇଥିଲା । ପରେ ଉଭୟ ମିଶି ଯାଇଥିଲେ ଓ ରାଜଧାନୀ ସହର ବେଙ୍ଗାଲୁରୁ ପରେ ଏହା ରାଜ୍ୟର ବୃହତ୍ତମ ପୌରାଞ୍ଚଳ ।[୮][୮]

ଅର୍ଥନୀତି[ସମ୍ପାଦନା]

ହୁବଳି କର୍ଣ୍ଣଟକର ବାଣିଜ୍ୟ କେନ୍ଦ୍ର ଏବଂ ଏଠାରେ ୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ରହିଛି ।[୯] ଭାରତ ସରକାର ପୁନେ-ବେଙ୍ଗାଲୁରୁ ରାସ୍ତାରେ ଏକ ସଫ୍ଟଓ୍ବେର ପ୍ରଯୁକ୍ତିବିଦ୍ୟା ପାର୍କ, ଭାରତ ଏବଂ ହୁବଳିର ନାଭାନଗର ଅଞ୍ଚଳରେ ଆର୍ଯ୍ୟଭଟ୍ଟ ପ୍ରଯୁକ୍ତିବିଦ୍ୟା ପାର୍କ ତିଆରି କରିଛନ୍ତି । ଏହି ସହରଟି ମଲନାଡ ଓ ଡେକାନ ମାଳଭୂମିର ସୀମାରେ ଅବସ୍ଥିତ । ମଲନାଡ, ଏହାର ଜଙ୍ଗଲ ଓ ଜଙ୍ଗଲ ଉପରେ ଆଧାରିତ ଶିଳ୍ପ ପାଇଁ ପ୍ରସିଦ୍ଧ । ଏହାର ଅନ୍ୟ ତିନୋଟି ଦିଗ କୃଷିଜାତ ଦ୍ରବ୍ୟ ଯଥା କପା, ଚିନାବାଦାମ ଓ ତୈଳବୀଜ ଏବଂ ମାଙ୍ଗାନିଜ ଓ ଗ୍ରାନାଇଟ ପାଇଁ ପ୍ରସିଦ୍ଧ । ଏହି ସହରରେ ଭାରତୀୟ ରେଳଦ୍ୱାରା ପ୍ରତିଷ୍ଠିତ ନୂତନ ପିଢିର ଡିଜେଲ ଇଞିନ କାରଖାନା, ଏହି ଅଞ୍ଚଳରେ ଶିଳ୍ପର ଉନ୍ନତି ପାଇଁ ଏକ ବୃହତ ଘଟଣା ଥିଲା, କାରଣ ଏହା ଭାରତୀୟ ରେଳ ଇତିହାସରେ ପ୍ରଥମ ଥିଲା । ହୁବଳିର ଏହି ଡିଜେଲ ଇଞିନ କାରଖାନା ୧୮୮୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଏବଂ ଭାରତରେ ଏହା ଇ ଏମ୍ ଡି ଇଞିନର ସର୍ବବୃହତ ଧାରକ । ହୁବଳିର ଆମାରଗୋଲରେ ଥିବା କୃଷି ଜାତୀୟ ଦ୍ରବ୍ୟର ବଜାର ଏସିଆର ସର୍ବବୃହତ ଓ ହୁବଳିର କପା ବଜାର ଭାରତର ସର୍ବବୃହତ ।


ଆଧାର[ସମ୍ପାଦନା]

  1. Raggi Mudde. "Hubli – The Commercial Hub Explored". Karnataka.com.
  2. "Dharwad District Population Census 2011, Karnataka literacy sex ratio and density".
  3. http://www.firstpost.com/business/why-only-98-cities-instead-of-100-announced-all-questions-answered-about-smart-cities-project-2410576.html
  4. "Ministry of New and Renewable Energy - Solar / Green Cities". mnre.gov.in. Retrieved 2016-03-14.
  5. New City, Names to Karnatka. "New name for cities". The Hindu. Retrieved 1 November 2014.
  6. [୧]
  7. [୨]
  8. ୮.୦ ୮.୧ [୩]
  9. "'Twin cities emerging as SME hub'". The Times of India.

ବାହାର ତଥ୍ୟ[ସମ୍ପାଦନା]