ହିମାଂଶୁ ଶେଖର ମେହେର
ହିମାଂଶୁ ଶେଖର ମେହେର | |
---|---|
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୮ – ଏବେଯାଏଁ | |
ପୂର୍ବ ଅଧିକାରୀ | ବିକ୍ରମ କେଶରୀ ଦେଓ |
ପର ଅଧିକାରୀ | ଗୋବର୍ଦ୍ଧନ ଦାଶ |
ନିର୍ବାଚନ ମଣ୍ଡଳୀ | ଜୁନାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୭ ଅଗଷ୍ଟ ୧୯୫୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ରତ୍ନ ପ୍ରଭା ମେହେର |
ବାପା/ବୋଉ | ଲମ୍ବୋଦର ମେହେର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ହିମାଂଶୁ ଶେଖର ମେହେର (ଜନ୍ମ: ୨୭ ଅଗଷ୍ଟ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୯୮ ମସିହାରେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ହୋଇଥିବା ଉପ-ନିର୍ବାଚନରେ ସେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ହିମାଂଶୁ ଶେଖର ମେହେର ୧୯୫୬ ମସିହାର ଅଗଷ୍ଟ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲମ୍ବୋଦର ମେହେର ଓ ପତ୍ନୀଙ୍କ ନାମ ରତ୍ନ ପ୍ରଭା ମେହେର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ହିମାଂଶୁ ଶେଖର ମେହେର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୨ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୮ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଜୁନାଗଡ଼ | ଭାରତୀୟ ଜନତା ପାର୍ଟି |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଜୁନାଗଡ଼ | ଭାରତୀୟ ଜନତା ପାର୍ଟି |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ଜୁନାଗଡ଼ | ଭାରତୀୟ ଜନତା ପାର୍ଟି |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Himansu Sekhar Meher". odishaassembly.nic.in. Odisha Assembly. Retrieved 10 June 2021.