Jump to content

ହେପାଟିକ ଏନସେଫାଲୋପାଥି

ଉଇକିପିଡ଼ିଆ‌ରୁ
(Hepatic encephalopathyରୁ ଲେଉଟି ଆସିଛି)
ହେପାଟିକ ଏନସେଫାଲୋପାଥି (Hepatic encephalopathy)
ପୋର୍ଟସିସ୍ଟମିକ ଏନସେଫାଲୋପାଥି (Portosystemic encephalopathy), ହେପାଟିକ କୋମା (hepatic coma),[] କୋମା ହେପାଟିକମ (coma hepaticum)
ବିଭାଗGastroenterology
ଲକ୍ଷଣପରିବର୍ତ୍ତିତ ଚେତନା ସ୍ତର (Altered level of consciousness), ପରିବର୍ତ୍ତିତ ଆବେଗ, ପରିବର୍ତ୍ତିତ ବ୍ୟକ୍ତିତ୍ୱ, ଚଳପ୍ରଚଳ ସମସ୍ୟା[]
କାରଣଯକୃତ ଫେଲ (Liver failure)[]
ବିପଦ କାରକସଂକ୍ରମଣ (Infections), ପାକଅନ୍ତନଳୀ ରକ୍ତସ୍ରାବ (GI bleeding), କୋଷ୍ଟକାଠିନ୍ୟ (constipation), ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems), କେତେକ ଔଷଧ []
ରୋଗ ନିର୍ଣ୍ଣୟ ପଦ୍ଧତିଅନ୍ୟ ସମ୍ଭାବ୍ୟ କାରଣ ଦୂର କରି, ରକ୍ତ ଆମୋନିଆ ସ୍ତର, ଇଲେକ୍ଟ୍ରୋଏନସେଫାଲୋଗ୍ରାମ (electroencephalogram), ସିଟି ସ୍କାନ (CT scan) [][]
ସଠିକ ରୋଗ ନିର୍ଣ୍ଣୟୱେର୍ନିକ-କୋର୍ସାକୋଫସ ସିଣ୍ଡ୍ରୋମ (Wernicke–Korsakoff’s syndrome), କମ୍ପୋନ୍ମାଦ, ନିମ୍ନ ରକ୍ତ ଶର୍କରା, ସବଡୁରାଲ ହେମାଟୋମା (subdural hematoma), ଅଳ୍ପ ସୋଡ଼ିଅମ ରକ୍ତ‌ତା[]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଟ୍ରିଗର ରୋଗମାନଙ୍କ ଚିକିତ୍ସା, ଲାକ୍ଟୁଲୋଜ (lactulose), ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant)[][]
Prognosisସାଂଘାତିକ କେଶ୍ ହୋଇଥିଲେ ଆୟୁଷ life expectancy ପ୍ରାୟ ଏକ ବର୍ଷ । []
ପୁନଃପୌନିକ୪୦% ସିରୋସିସ ରୋଗୀଙ୍କର ଏହି ରୋଗ ହୁଏ । []

ହେପାଟିକ ଏନସେଫାଲୋପାଥି ବା ଏଚଇ (ଇଂରାଜୀ ଭାଷାରେ Hepatic encephalopathy ବା HE) ଏକ ରୋଗ ଯେଉଁଥିରେ ଯକୃତ ଫେଲ (liver failure) ଯୋଗୁ ଚେତନା ସ୍ତର ପରିବର୍ତ୍ତିତ (altered level of consciousness) ହୋଇଥାଏ ।[] ଏହା ଧୀରେ ବା ହଠାତ୍ ଆରମ୍ଭ ହୋଇପାରେ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପରିବର୍ତ୍ତିତ ଚେତନା ସ୍ତର (Altered level of consciousness), ପରିବର୍ତ୍ତିତ ଆବେଗ (mood), ପରିବର୍ତ୍ତିତ ବ୍ୟକ୍ତିତ୍ୱ (en:personality), ଚଳପ୍ରଚଳ ସମସ୍ୟା ଆଦି ଦେଖାଯାଏ । [] ରୋଗ ଆଗେଇ ଗଲେ କୋମା ହୋଇପାରେ ।[]

କ୍ରନିକ ଯକୃତ ରୋଗ ଥିଲେ ହେପାଟିକ ଏନସେଫାଲୋପାଥି ହୋଇପାରେ ।[] ସଂକ୍ରମଣ (Infections), ପାକଅନ୍ତନଳୀ ରକ୍ତସ୍ରାବ (GI bleeding), କୋଷ୍ଟକାଠିନ୍ୟ (constipation), ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems), କେତେକ ଔଷଧ ଆଦି ଏହି ରୋଗ ଟ୍ରିଗର କରିବାରେ ସାହାଯ୍ୟ କରନ୍ତି ।[] ରକ୍ତରେ ଆମୋନିଆ ସ୍ତର ବୃଦ୍ଧି ହେଲେ ଏହି ରୋଗ ହୁଏ କାରଣ ଯକୃତ ଆମୋନିଆ (ammonia) ନିଷ୍କାସନ କରିବାରେ ସାହାଯ୍ୟ କରେ ।[] ଅନ୍ୟ ସମ୍ଭାବ୍ୟ କାରଣ ଦୂର କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ରୋଗ ନିଧାର୍ଯ୍ୟ କରିବାରେ ରକ୍ତ ଆମୋନିଆ ସ୍ତର, ଇଲେକ୍ଟ୍ରୋଏନସେଫାଲୋଗ୍ରାମ (electroencephalogram), ମସ୍ତିଷ୍କର ସିଟି ସ୍କାନ (CT scan) ପରୀକ୍ଷାର ଉପ‌ଯୋଗ କରାଯାଏ । []

ଚିକିତ୍ସା କଲେ ହେପାଟିକ ଏନସେଫାଲୋପାଥି ଭଲ ହେବା ସମ୍ଭାବନା ରହେ । [] ସ‌ହାୟକ ଯତ୍ନ (Supportive care), ଟ୍ରିଗର ରୋଗମାନଙ୍କ ଚିକିତ୍ସା କଲେ ଏହା ସମ୍ଭବ ହୁଏ ।[] ଆମୋନିଆ ସ୍ତର କମେଇବା ପାଇଁ ବାରମ୍ଭାର ଲାକ୍ଟୁଲୋଜ (lactulose) ଦିଆଯାଏ ।[] ଆଣ୍ଟିବାୟୋଟିକ (antibiotics) ଓ ପ୍ରୋବାୟୋଟିକ (probiotics) ମଧ୍ୟ ଦିଆଯାଇପାରେ ।[] ରୋଗ ସାଂଘାତିକ ହୋଇଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରିବା ଫଳରେ ଅବସ୍ଥାରେ ଉନ୍ନତି ହୁଏ ।[] ,

ସିରୋସିସ ରୋଗୀଙ୍କ ମଧ୍ୟରୁ ୪୦% ରୋଗୀଙ୍କର ହେପାଟିକ ଏନସେଫାଲୋପାଥି ରୋଗ ହୁଏ ।[] ସିରୋସିସ ରୋଗ ସ‌ହିତ ହେପାଟିକ ଏନସେଫାଲୋପାଥି ରୋଗ ଥିଲେ ରୋଗୀ ଏକ ବର୍ଷରୁ କମ ସମୟ ବଞ୍ଚିପାରେ । [] ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରାଗଲା ପରବର୍ତ୍ତୀ ୫ ବର୍ଷରେ ୩୦% ଲୋକଙ୍କର ମୃତ୍ୟୁ ସମ୍ଭାବନା ରହେ ।[] ଏହି ରୋଗ ବିଷୟରେ ୧୮୬୦ ମସିହାରୁ ଲିପିବଦ୍ଧ ହୋଇଛି । []

ଚିହ୍ନ ଓ ଲକ୍ଷଣ

[ସମ୍ପାଦନା]

ସାମାନ୍ୟ ଧରଣର ହେପାଟିକ ଏନସେଫାଲୋପାଥି ରୋଗ ହୋଇଥିଲେ ଚିକିତ୍ସାକୀୟ ଚିହ୍ନଟ କଷ୍ଟକର ହୁଏ, କିନ୍ତୁ ନିଉରୋସାଇକୋଲୋଜିକାଲ ପରୀକ୍ଷା (neuropsychological testing) କରି ଦର୍ଶାଯାଇପାରେ । ଭୁଲାପଣିଆ, ସାମାନ୍ୟ ଦ୍ୱନ୍ଦ୍ୱ ଓ ଚିଡ଼ଚିଡ଼ା ପ୍ରକୃତି ଅନୁଭବ ହୁଏ । ରୋଗର ପ୍ରଥମ ସୋପାନରେ ବିପରିତ ଶୟନ ଅଭ୍ୟାସ (ରାତିରେ ଜାଗ୍ରତ ଓ ଦିନରେ ନିଦ୍ରା) ଦେଖାଯାଏ । ଦ୍ୱିତୀୟ ସୋପାନରେ ଅଳସୁଆମି ଓ ବ୍ୟକ୍ତିତ୍ୱ ପରିବର୍ତ୍ତନ ହୁଏ । ତୃତୀୟ ସୋପାନରେ ଅତିଶୟ ଦ୍ୱନ୍ଦ୍ୱ ହେଉଥିବା ଦେଖାଯାଏ । ଚତୁର୍ଥ ସୋପାନରେ କୋମା ହୋଇଯାଏ । []

ହେପାଟିକ ଏନସେଫାଲୋପାଥି ଅଧିକ ସାଂଘାତିକ ହୋଇଥିଲେ ଚେତନା ସ୍ତରରେ ଦୃତ ଅବନତି ହୁଏ, ଅଳସୁଆମିରୁ ତନ୍ଦ୍ରା (somnolence) ଓ ପରିଶେଷରେ କୋମା ହୁଏ । ଏହାର ମଧ୍ୟବର୍ତ୍ତୀ ସୋପାନରେ ରୋଗୀର ଅବ‌ୟବ ଝଟକା ହୁଏ (asterixis, "liver flap" due to its flapping character) ଓ ତନ୍ଦ୍ରା ଗଭୀର ହେଲେ ଏହା ବନ୍ଦ ହୋଇଯାଏ । ଏହା ପରେ ଦ୍ୱନ୍ଦ୍ୱାତ୍ମକ ଭାବ ଓ ସ୍ମୃତିହୀନ ଭାବ ହୁଏ ଓ ବ୍ୟବ‌ହାରିକ ଅସଂଯମତା ଦେଖାଯାଏ । ତୃତୀୟ ସୋପାନରେ ସ୍ନାୟୁ ପରୀକ୍ଷା କଲେ କ୍ଲୋନସ ଓ ଯୁକ୍ତାତ୍ମକ ବାବିନସ୍କି ପ୍ରକାଶ ପାଏ । ଅଧିକ ଅଗ୍ରଗତି ଥିଲେ ବାତ (seizure) ଓ କୋମା ହୁଏ ଓ ସେରାବ୍ରାଲ ଇଡିମା (cerebral oedema) ଯୋଗୁ ମୃତ୍ୟୁ ହୁଏ । []

  1. 1 2 3 4 5 6 7 8 9 10 11 Wijdicks, EF (27 October 2016). "Hepatic Encephalopathy". The New England Journal of Medicine. 375 (17): 1660–1670. doi:10.1056/NEJMra1600561. PMID 27783916.
  2. 1 2 3 4 5 6 7 8 "Hepatic encephalopathy". GARD (in ଇଂରାଜୀ). 2016. Archived from the original on 5 July 2017. Retrieved 30 July 2017.
  3. 1 2 Starr, SP; Raines, D (15 December 2011). "Cirrhosis: diagnosis, management, and prevention". American Family Physician. 84 (12): 1353–9. PMID 22230269.
  4. 1 2 3 4 5 6 7 8 Cash WJ, McConville P, McDermott E, McCormick PA, Callender ME, McDougall NI (January 2010). "Current concepts in the assessment and treatment of hepatic encephalopathy". QJM. 103 (1): 9–16. doi:10.1093/qjmed/hcp152. PMID 19903725.
  5. 1 2 Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 577. ISBN 9780323529570. Archived from the original on 2017-07-30.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ