ହରିହର ପଟେଲ

ଉଇକିପିଡ଼ିଆ‌ରୁ
(Harihar Patelରୁ ଲେଉଟି ଆସିଛି)
ହରିହର ପଟେଲ
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପୂର୍ବ ଅଧିକାରୀଉଦିତ ପ୍ରତାପ ଶେଖର ଦେଓ, ଗଙ୍ଗାଧର ପ୍ରଧାନ
ପର ଅଧିକାରୀଦିବଲୋଚନ ଶେଖର ଦେଓ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ସାଂସଦ: ରାଜ୍ୟ ସଭା
କାର୍ଯ୍ୟକାଳ
୧୯୫୮ – ୧୯୬୧
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-09-20)୨୦ ସେପ୍ଟେମ୍ବର ୧୯୨୪
ମୃତ୍ୟୁ୧୬ ଡିସେମ୍ବର ୧୯୯୧(1991-12-16) (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ
ଜୀବନ ସାଥୀକ୍ଷୀରୋଦ କୁମାରୀ ପଟେଲ
ବାପା/ବୋଉଦାଶରଥୀ ପଟେଲ (ବାପା)
ବୃତ୍ତିରାଜନୀତିଜ୍ଞ

ହରିହର ପଟେଲ (୨୦ ସେପ୍ଟେମ୍ବର ୧୯୨୪ - ୧୬ ଡିସେମ୍ବର ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ରାଜ୍ୟ ସଭାର ସାଂସଦ ଭାବରେ ଥରେ ଏବଂ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ହରିହର ପଟେଲ ୧୯୨୪ ମସିହାର ସେପ୍ଟେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାଶରଥୀ ପଟେଲ ଓ ପତ୍ନୀଙ୍କ ନାମ କ୍ଷୀରୋଦ କୁମାରୀ ପଟେଲ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ହରିହର ପଟେଲ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାର ସାଂସଦ ଭାବରେ ୧୯୫୮ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲ ।[୨][୩][୪] ପରେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ହରିହର ପଟେଲ ୧୯୯୧ ମସିହାର ଡିସେମ୍ବର ୧୬ ତାରିଖରେ ୬୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Harihar Patel". odishaassembly.nic.in. Odisha Assembly. Retrieved 30 June 2021.
  2. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 19 September 2020.
  3. Sir Stanley Reed (1960). The Times of India Directory and Year Book Including Who's who. Bennett, Coleman & Company. p. 1098. Retrieved 20 September 2020.
  4. India. Parliament. Lok Sabha (1961). Lok Sabha Debates. Lok Sabha Secretariat. p. 7111. Retrieved 20 September 2020.