Jump to content

ହରିଲାଲ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
(Hari Lal Agrawalରୁ ଲେଉଟି ଆସିଛି)
Justice

ହରିଲାଲ ଅଗ୍ରୱାଲ
12th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
01 May 1986  31 July 1989
ପୂର୍ବ ଅଧିକାରୀଡମ୍ବରୁଧର ପାଠକ
ପର ଅଧିକାରୀବନୱାରୀଲାଲ ହଂସାରିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-08-01)୧ ଅଗଷ୍ଟ ୧୯୨୭

ହରିଲାଲ ଅଗ୍ରୱାଲ (ଜନ୍ମ: ୦୧ ଅଗଷ୍ଟ ୧୯୨୭) ଜଣେ ଭାରତୀୟ ବିଚାରପତି । ସେ ୧ ମେ ୧୯୮୬ରୁ ୩୧ ଜୁଲାଇ ୧୯୮୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିଲେ ।[]

ବୃତ୍ତି

[ସମ୍ପାଦନା]

ହରିଲାଲ ଅଗ୍ରୱାଲଙ୍କ ଜନ୍ମ ୧୯୨୭ ଖ୍ରୀଷ୍ଟାବ୍ଦର ଅଗଷ୍ଟ ୧ ତାରିଖରେ ହୋଇଥିଲା । ସେ ୧୯୫୫ ମସିହାର ୧୯ ଡିସେମ୍ବରରେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ଓକିଲ ଭାବେ ତାଙ୍କ ପେଶା ଆରମ୍ଭ କରିଥିଲେ । ୧୯୭୨ ମସିହାର ମେ ୧୯ରେ ସେ ଏହି ନ୍ୟାୟାଳୟର ବରିଷ୍ଠ ଓକିଲ ଭାବେ ପଦସ୍ଥ ହୋଇଥିଲେ । ଅଗ୍ରୱାଲ ମୁଖ୍ୟତଃ ଦେୱାନୀ ମାମଲାରେ ଓକିଲାତି କରୁଥିଲେ । ସେ ୧୯୭୩ ଖ୍ରୀଷ୍ଟାବ୍ଦର ଏପ୍ରିଲ ୧୨ରେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୭୪ ମସିହାର ଜାନୁଆରୀ ୧ରୁ ଉକ୍ତ ନ୍ୟାୟାଳୟରେ ସ୍ଥାୟୀ ବିଚାରପତି ଭାବେ ପଦସ୍ଥ ହୋଇଥିଲେ ।

ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ୧୯୮୬ ମସିହାର ୧ ମେରୁ ୧୯୮୯ ମସିହାର ୩୧ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ ।[]

  1. "Orissa High Court". Academic Dictionaries and Encyclopedias (in ଇଂରାଜୀ). Retrieved 2024-12-19.
  2. "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 2024-12-19.