Jump to content

ହରିଲାଲ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
Justice

ହରିଲାଲ ଅଗ୍ରୱାଲ
12th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
01 May 1986 – 31 July 1989
ପୂର୍ବ ଅଧିକାରୀଡମ୍ବରୁଧର ପାଠକ
ପର ଅଧିକାରୀବନୱାରୀଲାଲ ହଂସାରିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-08-01)୧ ଅଗଷ୍ଟ ୧୯୨୭

ହରିଲାଲ ଅଗ୍ରୱାଲ (ଜନ୍ମ: ୦୧ ଅଗଷ୍ଟ ୧୯୨୭) ଜଣେ ଭାରତୀୟ ବିଚାରପତି । ସେ ୧ ମେ ୧୯୮୬ ରୁ ୩୧ ଜୁଲାଇ ୧୯୮୯ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିଲେ ।[]

ବୃତ୍ତି

[ସମ୍ପାଦନା]

ହରିଲାଲ ଅଗ୍ରୱାଲଙ୍କ ଜନ୍ମ ୧୯୨୭ ଖ୍ରୀଷ୍ଟାବ୍ଦର ଅଗଷ୍ଟ ୧ ତାରିଖରେ ହୋଇଥିଲା । ସେ ୧୯୫୫ ମସିହାର ୧୯ ଡିସେମ୍ବରରେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ଓକିଲ ଭାବେ ତାଙ୍କ ପେଶା ଆରମ୍ଭ କରିଥିଲେ । ୧୯୭୨ ମସିହାର ମେ ୧୯ ରେ ସେ ଏହି ନ୍ୟାୟାଳୟର ବରିଷ୍ଠ ଓକିଲ ଭାବେ ପଦସ୍ଥ ହୋଇଥିଲେ । ଅଗ୍ରୱାଲ ମୁଖ୍ୟତଃ ଦେୱାନୀ ମାମଲାରେ ଓକିଲାତି କରୁଥିଲେ । ସେ ୧୯୭୩ ଖ୍ରୀଷ୍ଟାବ୍ଦର ଏପ୍ରିଲ ୧୨ରେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୭୪ ମସିହାର ଜାନୁଆରୀ ୧ରୁ ଉକ୍ତ ନ୍ୟାୟାଳୟରେ ସ୍ଥାୟୀ ବିଚାରପତି ଭାବେ ପଦସ୍ଥ ହୋଇଥିଲେ ।

ସେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ୧୯୮୬ ମସିହାର ୧ ମେରୁ ୧୯୮୯ ମସିହାର ୩୧ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ ।[]

  1. "Orissa High Court". Academic Dictionaries and Encyclopedias (in ଇଂରାଜୀ). Retrieved 2024-12-19.
  2. "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 2024-12-19.