ଗୋକୁଳନାଥ
ଦେଖଣା
(Gokulnathରୁ ଲେଉଟି ଆସିଛି)
ଗୋକୁଳନାଥ | |
|---|---|
| ଜନ୍ମ | ୧୨ ଅଗଷ୍ଟ ୧୯୮୪ |
| ଅନ୍ୟ ନାମ | ମାନାଦା ମୟିଲାଦା ଗୋକୁଳନାଥ ଅମ୍ବୁଲି ଗୋକୁଳନାଥ |
| ବୃତ୍ତି(ସମୂହ) | ନୃତ୍ୟ ନିର୍ଦ୍ଦେଶକ, ଅଭିନେତା |
| ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ଗୋକୁଳନାଥ (ଜନ୍ମ: ୧୨ ଅଗଷ୍ଟ ୧୯୮୪; ଜନ୍ମସ୍ଥାନ: ଚେନ୍ନାଇ) ଜଣେ ଭାରତୀୟ ନୃତ୍ୟ ନିର୍ଦ୍ଦେଶକ ତଥା ଅଭିନେତା, ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି ।[୧] ସେ ଅମ୍ବୁଲି ଗୋକୁଳନାଥ ନାମରେ ମଧ୍ୟ ଜଣାଶୁଣା[୨][୩]
ଅଭିନୟ ଜୀବନ
[ସମ୍ପାଦନା]ସେ ଜଣେ ଗ୍ରାଫିକ୍ ଡିଜାଇନର୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ଜଣେ ମିମ୍ ଆଟିଷ୍ଟ ଭାବରେ କାମ କରୁଥିଲେ । ଏହା ସହିତ କିଛି ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ସେ କଳାକାପୋବଧୁ ୟାରୁ, ମାନାଡା ମାୟିଲାଡ଼ୁ ଏବଂ ନାଲାୟା ଇୟାକ୍କୁନାର ଭଳି ଡ୍ୟାନ୍ସ ରିଆଲିଟି ଶୋ'ରେ ଭାଗ ନେଇଥିଲେ । ପରବର୍ତ୍ତୀ ସମୟରେ ସେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଅମ୍ବୁଲି, ଆହା ଏବଂ ଜୁମ୍ବୁଲିଙ୍ଗମ୍ ୩ଡି ଭଳି ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୨୦୧୦ | ଚାଷ୍ଟର୍ ୬ | ତେଲୁଗୁ | ||
| ୨୦୧୧ | ପଥାୟେରାମ କୋଡ଼ି | ଗୋକୁଳ | ତାମିଲ୍ | |
| ୨୦୧୨ | ଅମ୍ବୁଲି | ଅମ୍ବୁଲି | ତାମିଲ୍ | |
| ୨୦୧୪ | ଆହା | ତମିଜ୍ | ତାମିଲ୍ | |
| ୨୦୧୬ | ଜୁମ୍ବୁଲିଙ୍ଗମ୍ ୩ଡି | ଜୁମ୍ବୁଲିଙ୍ଗମ୍ | ତାମିଲ୍ | |
| ୨୦୧୭ | ମଗାଲିର ମାଟ୍ଟୁମ୍ | ବାଲାଜୀ | ତାମିଲ୍ | |
| ୨୦୧୯ | ଆୟାର | ଫ୍ରାନ୍ସିସ୍ | ତାମିଲ୍ | |
| ୨୦୧୯ | ଏନ୍ କାଧାଲି ସିନ୍ ପୋଦୁରୁ | ତାମିଲ୍ | ||
| ୨୦୨୨ | ବିକ୍ରମ୍ | ଭେଟ୍ଟି ଭାଗୈୟାର ଦଳର ସଦସ୍ୟ | ତାମିଲ୍ | |
| ୨୦୨୨ | କ୍ୟାପ୍ଟେନ୍ | କରୁଣା | ତାମିଲ୍ |
ଆଧାର
[ସମ୍ପାଦନା]- ↑ Rangarajan, Malathi (18 February 2012). "Ambuli: Where's the thrill?". The Hindu.
- ↑ Raghavan, Nikhil (8 May 2016). "A Japanese adventure". The Hindu.
- ↑ Raghavan, Nikhil (16 May 2015). "Triple treat, one for the family, salony is farsighted". The Hindu.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୋକୁଳନାଥ