Jump to content

ଗର୍ଭାବଧି ମଧୁମେହ

ଉଇକିପିଡ଼ିଆ‌ରୁ
(Gestational diabetesରୁ ଲେଉଟି ଆସିଛି)
ଗର୍ଭାବଧି ମଧୁମେହ
ନୀଳ ବୃତ୍ତ, ମଧୁମେହ ରୋଗର ଆନ୍ତର୍ଜାତୀୟ ଚିହ୍ନ ।[]
ବିଭାଗObstetrics and endocrinology
ଆଇସିଡ଼ି-୧୦O24.
ଆଇସିଡ଼ି-୯-ସିଏମ୍648.8
ରୋଗ ଡାଟାବେସ5195
ମେଡ଼ିସିନ-ପ୍ଲସ000896
Patient UKଗର୍ଭାବଧି ମଧୁମେହ
MeSHD016640

ଗର୍ଭାବଧି ମଧୁମେହ (ଇଂରାଜୀ ଭାଷାରେ gestational diabetes mellitus ବା GDM) ନିର୍ଣ୍ଣୟ କରାଯାଏ ଯେତେବେଳେ ପୂର୍ବରୁ ମଧୁମେହ ରୋଗ ନ ଥିବା ମହିଳାଙ୍କର ଗର୍ଭାବସ୍ଥା ସମୟରେ ରକ୍ତରେ ଉଚ୍ଚ ରକ୍ତଶର୍କରା (high blood sugar) ଦେଖାଯାଏ ।[] ଏହି ରୋଗରେ ସ୍ୱଳ୍ପ ଲକ୍ଷଣ ପ୍ରକାଶ ପାଏ । କିନ୍ତୁ ଏହି ଅବସ୍ଥା ଯୋଗୁ ପ୍ରିଏକ୍ଲାମ୍ପସିଆଅବସାଦ ସଙ୍କଟ ରହେ ଓ ସିଜରିଆନ ସେକସନ (Caesarean section) ଆବଶ୍ୟକ ହୋଇପାରେ । ଗର୍ଭାବଧି ମଧୁମେହ ଥିବା ମାତା ଉପ‌ଯୁକ୍ତ ଚିକିତ୍ସା ନ ପାଇଥିଲେ ତାଙ୍କର ଶିଶୁ ଜନ୍ମ ସମୟରେ ବଡ଼ ଆକାର ବିଶିଷ୍ଟ (too large|) ହୋଇପାରେ, କାମଳ ବା ନିମ୍ନ ରକ୍ତଶର୍କରା ରହିପାରେ । ମାତା ଚିକିତ୍ସିତ ନ ହେଲେ ମୃତ ଶିଶୁ (stillbirth) ହୋଇପାରେ । ଦୀର୍ଘ ସମୟ ପରେ ପିଲାର ଅତ୍ୟଧିକ ଓଜନ ଓ ମଧୁମେହ ଟାଇପ ୨ ରୋଗ ହେବା ସଙ୍କଟ ରହେ ।[]

ଇନସୁଲିନ ପ୍ରତିରୋଧ (insulin resistance) ପରିପ୍ରେକ୍ଷୀରେ ଯଥେଷ୍ଟ ଇନସୁଲିନ ନ ମିଳିବାରୁ ଗର୍ଭାବଧି ମଧୁମେହ ରୋଗ ହୁଏ । ଏହି ରୋଗର ସଙ୍କଟାବସ୍ଥା ନିମନ୍ତେ ଓଜନାଧିକ୍ୟ, ପୂର୍ବବର୍ତ୍ତୀ ଗର୍ଭାବଧି ମଧୁମେହ ରୋଗ ଇତିହାସ, ପାରିବାରିକ ଟାଇପ ୨ ମଧୁମେହ ଇତିହାସ ଓ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ଦାୟୀ । ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[] ସଙ୍କଟ ଦାୟକ ଅବସ୍ଥା ଥିଲେ ଗର୍ଭାଧାନର ୨୪ରୁ ୨୮ ସପ୍ତାହ ମଧ୍ୟରେ ସ୍କ୍ରୀନିଙ୍ଗ (screening) କରିବାକୁ ସୁପାରିସ କରାଯାଏ ।[][] ଉଚ୍ଚ ସଙ୍କଟାପନ୍ନ କେଶ୍‌ରେ ପ୍ରଥମ ପ୍ରିନାଟାଲ ଭିଜିଟରେ (prenatal visit) ଟେସ୍ଟ କରାଯାଇପାରେ । []

ଗର୍ଭାବସ୍ଥା ପୂର୍ବରୁ ସଠିକ ଓଜନ ଓ ବ୍ୟାୟାମ କଲେ ଏହି ରୋଗ ପ୍ରତିରୋଧ କରିହୁଏ । ମଧୁମେହ ଖାଦ୍ୟ ବ୍ୟାୟାମ ଓ ସଂମ୍ଭାବ୍ୟ ଇନସୁଲିନ (insulin) ଇଞ୍ଜେକସନ ସାହାଯ୍ୟରେ ଗର୍ଭାବଧି ମଧୁମେହ ରୋଗର ଚିକିତ୍ସା କରାଯାଏ ।[] ଅଧିକାଂଶ ମହିଳା ଉପ‌ଯୁକ୍ତ ଖାଦ୍ୟ ଓ ବ୍ୟାୟାମଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରି ରଖି ପାରନ୍ତି । ଏହି ଧରଣର ରୋଗୀଙ୍କର ଦୈନିକ ୪ଥର ରକ୍ତ ଶର୍କରା ମାପ କରାଯାଏ ।[] ଶିଶୁ ଜନ୍ମ ହେବା ମାତ୍ରେ ସ୍ତନ୍ୟପାନ (Breastfeeding) କରିବାକୁ ସୁପାରିସ କରାଯାଏ ।[]

ସ୍ଥାନ ଅନୁସାରେ ଗର୍ଭାବଧି ମଧୁମେହ ରୋଗ ୩-୯% ଗର୍ଭିଣୀ ମହିଳାଙ୍କୁ ହୁଏ ।[] ଏହା ସାଧାରଣତଃ ତୃତୀୟ ଟ୍ରାଇମେସ୍ଟରରେ (ତ୍ରିମାସିକ) (last third of pregnancy) ହୁଏ ।[] ୨୦ ବର୍ଷ ବୟସ ପୂର୍ବରୁ ୧% ଓ ୪୪ ବର୍ଷ ବୟସ ପରେ ୧୩% ମହିଳାଙ୍କୁ ଏ ରୋଗ ହୁଏ ।[] କେତେକ ନିର୍ଦ୍ଦିଷ୍ଟ ଜାତିର ଲୋକ ଯେପରିକି ଏସିଆ ଲୋକ, ଆମେରିକାନ ଇଣ୍ଡିଆନ, ମୂଳ ଅଷ୍ଟ୍ରେଲିଆ ନିବାସୀ ଓ ପାସିଫିକ ଦ୍ୱୀପ ନିବାସୀ ମହିଳାଙ୍କର ଉଚ୍ଚ ଧରଣର ସଙ୍କଟ ଥାଏ ।[][] ଶିଶୁ ଜନ୍ମ ହେବା ପରେ ୯୦% କେଶ୍‌ରେ ଗର୍ଭାବଧି ମଧୁମେହ ରହେନାହିଁ ।[] କିନ୍ତୁ ଏହି ମହିଳାମାନଙ୍କର ମଧୁମେହ ଟାଇପ ୨ ହେବା ସଙ୍କଟ ରହେ ।[]


  1. "Diabetes Blue Circle Symbol". International Diabetes Federation. 17 March 2006. Archived from the original on 5 August 2007. Retrieved 16 August 2016.
  2. 1 2 3 4 5 6 7 8 9 10 "Gestational Diabetes". NIDDK. September 2014. Archived from the original on 16 August 2016. Retrieved 31 July 2016.
  3. 1 2 3 4 5 6 Donovan, Peter J; McIntyre, H David (1 October 2010). "Drugs for gestational diabetes". Australian Prescriber. 33 (5): 141–144. doi:10.18773/austprescr.2010.066.