ଫେରାସ ସଲ୍ଟ/ଫୋଲିକ ଏସିଡ

ଉଇକିପିଡ଼ିଆ‌ରୁ
(Ferrous salt/folic acidରୁ ଲେଉଟି ଆସିଛି)
ଫେରାସ ସଲ୍ଟ/ଫୋଲିକ ଏସିଡ
Combination of
Ferrous saltmineral
Folic acidvitamin
Clinical data
Trade namesFefol, Galfer FA, others
AHFS/Drugs.com
ATC code

ଫେରାସ ସଲ୍ଟ/ଫୋଲିକ ଏସିଡ (ଇଂରାଜୀ ଭାଷାରେ Ferrous salt/folic acid) ଏକ ଖାଦ୍ୟ ପରିପୂରକ (supplement) ଯାହା ଗର୍ଭାବସ୍ଥାରେ ଲୌହ ଅଭାବ (iron deficiency) ଓ ଫୋଲିକ ଏସିଡ ଅଭାବ (folic acid deficiency) ପୂରଣ କରିବାକୁ ଦିଆଯାଏ । ଏହା ଲୌହ ଅଭାବ ଜନିତ ଆନିମିଆ (iron deficiency anemia) ରୋଗରେ ଦିଆଯାଇପାରେ । ଲୌହ ଲବଣ (ferrous salt) ଓ ଫୋଲିକ ଏସିଡଦ୍ୱୟର (folic acid) ଏହା ସ୍ଥିରୀକୃତ ମାତ୍ରାର ମିଶ୍ରିତ ଔଷଧ । ଏହା ପାଟିରେ ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାର କଳା ଝାଡ଼ା, କୋଷ୍ଠକାଠିନ୍ୟ ଓ ପେଟ ଯନ୍ତ୍ରଣା ହୋଇପାରେ ।[୧] ହେମୋକ୍ରୋମାଟୋସିସ (hemochromatosis) ରୋଗ ଥିଲେ ଏହା ବିପଦଜନ‌କ ହୋଇପାରେ । ପିଲାମାନେ ଏହା ଅତ୍ୟଧିକ ଖାଇଲେ ସାଂଘାତିକ ସମସ୍ୟା ହୋଇପାରେ ।[୨]

ସନ ୧୯୪୬ରେ ଫେରାସ ସଲ୍ଟ/ଫୋଲିକ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୦.୦୭ରୁ ୧.୦୨ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟ ନିମନ୍ତେ ମଳୁନାହିଁ । [୩] ଇଂଲଣ୍ଡରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୨.୬୪ରୁ ୪.୨୫ ପାଉଣ୍ଡ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. pp. 249–250. ISBN 9789241547659. Retrieved 8 December 2016.
  2. "Fefol Spansule Capsules - Summary of Product Characteristics (SPC) - (eMC)". www.medicines.org.uk. 2 April 2013. Archived from the original on 20 December 2016. Retrieved 18 December 2016.
  3. ୩.୦ ୩.୧ "Ferrous sulfate and folic acid medical facts from Drugs.com". www.drugs.com. Retrieved 18 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Ferrous Salt + Folic Acid". International Drug Price Indicator Guide. Archived from the original on 14 April 2020. Retrieved 8 December 2016.
  6. British national formulary : BNF 69 (69 ed.). British Medical Association. 2015. p. 661. ISBN 9780857111562.