Jump to content

ଫେରାସ ସଲ୍ଟ/ଫୋଲିକ ଏସିଡ

ଉଇକିପିଡ଼ିଆ‌ରୁ
ଫେରାସ ସଲ୍ଟ/ଫୋଲିକ ଏସିଡ
Combination of
Ferrous saltmineral
Folic acidvitamin
Clinical data
Trade namesFefol, Galfer FA, others
AHFS/Drugs.com
ATC code

ଫେରାସ ସଲ୍ଟ/ଫୋଲିକ ଏସିଡ (ଇଂରାଜୀ ଭାଷାରେ Ferrous salt/folic acid) ଏକ ଖାଦ୍ୟ ପରିପୂରକ (supplement) ଯାହା ଗର୍ଭାବସ୍ଥାରେ ଲୌହ ଅଭାବ (iron deficiency) ଓ ଫୋଲିକ ଏସିଡ ଅଭାବ (folic acid deficiency) ପୂରଣ କରିବାକୁ ଦିଆଯାଏ । ଏହା ଲୌହ ଅଭାବ ଜନିତ ଆନିମିଆ (iron deficiency anemia) ରୋଗରେ ଦିଆଯାଇପାରେ । ଲୌହ ଲବଣ (ferrous salt) ଓ ଫୋଲିକ ଏସିଡଦ୍ୱୟର (folic acid) ଏହା ସ୍ଥିରୀକୃତ ମାତ୍ରାର ମିଶ୍ରିତ ଔଷଧ । ଏହା ପାଟିରେ ଦିଆଯାଏ []

ଏହାର ପାର୍ଶ୍ୱ ପ୍ରତିକ୍ରିୟାର କଳା ଝାଡ଼ା, କୋଷ୍ଠକାଠିନ୍ୟ ଓ ପେଟ ଯନ୍ତ୍ରଣା ହୋଇପାରେ ।[] ହେମୋକ୍ରୋମାଟୋସିସ (hemochromatosis) ରୋଗ ଥିଲେ ଏହା ବିପଦଜନ‌କ ହୋଇପାରେ । ପିଲାମାନେ ଏହା ଅତ୍ୟଧିକ ଖାଇଲେ ସାଂଘାତିକ ସମସ୍ୟା ହୋଇପାରେ ।[]

ସନ ୧୯୪୬ରେ ଫେରାସ ସଲ୍ଟ/ଫୋଲିକ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୦.୦୭ରୁ ୧.୦୨ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟ ନିମନ୍ତେ ମଳୁନାହିଁ । [] ଇଂଲଣ୍ଡରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୨.୬୪ରୁ ୪.୨୫ ପାଉଣ୍ଡ ।[]

  1. 1 2 WHO Model Formulary 2008 (PDF). World Health Organization. 2009. pp. 249–250. ISBN 9789241547659. Retrieved 8 December 2016.
  2. "Fefol Spansule Capsules - Summary of Product Characteristics (SPC) - (eMC)". www.medicines.org.uk. 2 April 2013. Archived from the original on 20 December 2016. Retrieved 18 December 2016.
  3. 1 2 "Ferrous sulfate and folic acid medical facts from Drugs.com". www.drugs.com. Retrieved 18 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Ferrous Salt + Folic Acid". International Drug Price Indicator Guide. Archived from the original on 14 April 2020. Retrieved 8 December 2016.
  6. British national formulary : BNF 69 (69 ed.). British Medical Association. 2015. p. 661. ISBN 9780857111562.