ଦିଗମ୍ବର ବେହେରା

ଉଇକିପିଡ଼ିଆ‌ରୁ
(Digambar Beheraରୁ ଲେଉଟି ଆସିଛି)
ଦିଗମ୍ବର ବେହେରା
ଦିଗମ୍ବର ବେହେରା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ୧୯୫୩
ଜାତୀୟତାଭାରତୀୟ
ବୃତ୍ତିଚିକିତ୍ସକ
ପୁରସ୍କାରପଦ୍ମଶ୍ରୀ

ଦିଗମ୍ବର ବେହେରା ( ଜନ୍ମ - ୧୯୫୩), ଜଣେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚିକିତ୍ସକ ।[୧] ସେ ଫୁସଫୁସ ସମ୍ବନ୍ଧୀୟ ରୋଗର ବିଶେଷଜ୍ଞ ଓ ଫୁସଫୁସ କର୍କଟ ବେମାରୀରେ ଦରକାର କେମୋଥେରାପିରେ ଧୁରନ୍ଧର ଡାକ୍ତର ଭାବରେ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ରହିଛି ।[୨] ୨୦୨୦ ମସିହାରେ ଭାରତ ସରକାର ଦିଗମ୍ବରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।[୩] କରୋନା ଭୂତାଣୁ ସଂକ୍ରମଣ ବିଷୟରେ ଭାରତରେ ହେଉଥିବା ଗବେଷଣା ନିମନ୍ତେ ଗଠିତ ୬ ଜଣିଆ କ୍ଲିନିକାଲ୍‌ ରିସର୍ଚ୍ଚ ଗ୍ରୁପର ଅଂଶ ଭାବରେ ସେ ଭାରତ ସରକାରଙ୍କଦ୍ୱାରା(ଆଇସିଏମାଅର) ମନୋନୀତ ହୋଇଛନ୍ତି ।[୪] ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ସେ ବହୁ ଦେଶୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଛନ୍ତି ।[୫]

ଜୀବନୀ[ସମ୍ପାଦନା]

ଦିଗମ୍ବର ୧୯୫୩ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଏକ ମଧ୍ୟବିତ୍ତ ପରିବାର ଥିଲା ଓ ତାଙ୍କ ପିତାମାତା ଅଶିକ୍ଷିତ ଥିଲେ । ଦିଗମ୍ବରଙ୍କ ୪-୫ କିଲୋମିଟର ଦୂର ବିଦ୍ୟାଳୟକୁ ଖାଲି ପାଦରେ ଚାଲି ଚାଲି ଯିବାକୁ ପଡୁଥିଲା । ପାଠ ପଢ଼ିବା ସହ ସେ ନିଜ ପିତାଙ୍କୁ ଚାଷ କାମରେ ମଧ୍ୟ ସାହାଯ୍ୟ କରୁଥିଲେ ।[୬] ୧୯୭୮ ମସିହାରେ ସେ କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମବିବିଏସ ଡିଗ୍ରୀ ଅର୍ଜନ କରିଥିଲେ । ୧୯୮୧ରେ ଚଣ୍ଡିଗଡ଼ର ପିଜିଆଇ ମେଡିକାଲ କଲେଜରୁ ଫୁସଫୁସ ସମ୍ବନ୍ଧୀୟ ମେଡିସିନର ବିଶେଷଜ୍ଞ ଭାବରେ ଏମ୍‌ଡି ଡିଗ୍ରୀ ହାସଲ କରିଥିଲେ । ଏମ୍‌ଡି ଡିଗ୍ରୀ ହାସଲପରେ ସେ ପିଜିଆଇ ମେଡିକାଲ କଲେଜରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଛନ୍ତି ।

ବୃତିଗତ ଜୀବନ[ସମ୍ପାଦନା]

ଯକ୍ଷ୍ମା ଦୂରୀକରଣ ଓ ଫୁସଫୁସ କର୍କଟ ଚିକିତ୍ସାରେ ଡାକ୍ତର ବେହେରା ସିଦ୍ଧହସ୍ତ । ତାଙ୍କର ୫୫୦ ଡାକ୍ତରୀ ଗବେଷଣା ପ୍ରବନ୍ଧ ପ୍ରକାଶ ପାଇଛି ଓ ସେ ୯ଟି ପୁସ୍ତକ ରଚନା କରିଛନ୍ତି ।[୭] ଇଣ୍ଡିଆନ୍‌ ଷ୍ଟଡି ଫର୍‌ ଦି ଷ୍ଟଡି ଅଫ୍‌ ଲଙ୍ଗ୍‌ କ୍ୟାନ୍‌ସରର ସେ ପ୍ରତିଷ୍ଠାତା ସଭାପତି ଅଟନ୍ତି । ସେ ଇଣ୍ଡିଆନ୍‌ କଲେଜ ଅଫ୍‌ ଫିଜିସିଆନ୍‌, ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ ଏଞ୍ଜିଓଲୋଜି, ଇଣ୍ଡିଆନ୍‌ ଚେଷ୍ଟ ସୋସାଇଟି ଏବଂ ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଅଙ୍କଲୋଜିର ଫେଲୋ ଭାବେ ମନୋନୀତ । ୨୦୦୬ରୁ ୨୦୧୨ ଯାଏ ଏଲ୍‌ଆର୍‌ଏସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ୟୁବରକ୍ୟୁଲୋସିସ୍‌ ଆଣ୍ଡ୍‌ ରେସ୍‌ପିରେଟୋରି ଡିଜିଜେସ୍‌ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଟ୍ୟୁବରକ୍ୟୁଲୋସିସ୍‌ ଆଣ୍ଡ୍‌ ଦି ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଚେଷ୍ଟ ଡିଜିଜେସ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍‌ସେସ୍‌ ଆଦି ବୈଜ୍ଞାନିକ ପତ୍ରିକାରେ ସମ୍ପାଦନା ମଣ୍ଡଳିରେ ମଧ୍ୟ ସେ ସ୍ଥାନ ପାଇଛନ୍ତି ।[୮] ୨୦୨୦ରେ ଗଠିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ଆଧୁନିକୀକରଣର ଉପଦେଷ୍ଟା କମିଟିରେ ମଧ୍ୟ ସେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।[୯]

ଆଧାର[ସମ୍ପାଦନା]

  1. "Padma Awards 2020". padmaawards.gov.in. ଭାରତ ସରକାର. Retrieved 12 April 2020.
  2. "Dr. Digambar Behera" (PDF). www.odishabigyanacademy.nic.in/. odisha bigyan academy. Archived from the original (PDF) on 12 April 2020. Retrieved 12 April 2020.
  3. "କରୋନା ଲଢ଼େଇ: ଗବେଷକ ଗୋଷ୍ଠୀରେ ଓଡ଼ିଆ ଡାକ୍ତର ପଦ୍ମଶ୍ରୀ ଦିଗମ୍ବର". odishareporter.in/. Archived from the original on 12 April 2020. Retrieved 12 April 2020.
  4. "ଆର୍କାଇଭ୍ କପି". www.dharitri.com. ଧରିତ୍ରୀ. Archived from the original on 12 April 2020. Retrieved 12 April 2020. {{cite web}}: Cite has empty unknown parameter: |1= (help)
  5. "Dr D Behera, Professor". indiachest.org. indiachest.org. Archived from the original on 12 April 2020. Retrieved 12 April 2020.
  6. "Padma Shri for PGI's Dr Digambar Behera". timesofindia.indiatimes.com/. times of india. Retrieved 12 April 2020.
  7. "Dr Behera, lung cancer specialist, gets Padma Shri". www.tribuneindia.com/. tribune. Retrieved 12 April 2020.
  8. ଜିତେନ୍ଦ୍ର କୁମାର ନାୟକ. "କୋଭିଡ୍‌-୧୯ ବିଶେଷଜ୍ଞ". www.dharitri.com. ଧରିତ୍ରୀ. Archived from the original on 12 April 2020. Retrieved 12 April 2020.
  9. "ଏସ୍‌ସିବି ପାଇଁ ଉପଦେଷ୍ଟା କମିଟି ଗଢ଼ିଲେ ନବୀନ : ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ୍‌ କଲେଜ". sambad.in/. ସମ୍ବାଦ. Archived from the original on 12 April 2020. Retrieved 12 April 2020.