ଡାଏନା ପେଣ୍ଟୀ
ଡାଏନା ପେଣ୍ଟୀ | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୫–ଏବେଯାଏଁ |
ଡାଏନା ପେଣ୍ଟୀ (ଜନ୍ମ: ୨ ନଭେମ୍ବର ୧୯୮୫) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ମୁମ୍ବାଇରେ ଜନ୍ମ ହୋଇଥିବା ଡାଏନା ସେଣ୍ଟ ଜାଭିଅର କଲେଜ, ମୁମ୍ବାଇରୁ ତାଙ୍କ ଶିକ୍ଷା ଶେଷ କରିଥିଲେ । କଲେଜରେ ପଢ଼ିବା ବେଳେ ଡାଏନା ମଡେଲିଂରେ ଯୋଗଦେଇଥିଲେ ।
ପରେ ପରେ ସେ ୨୦୦୫ରେ ସମ୍ପୂର୍ଣ୍ଣରୂପେ ମଡେଲିଂରେ ଯୋଗଦେଇଥିଲେ ଏବଂ ଇଲାଇଟ୍ ମଡେଲ୍ସ୍ ଇଣ୍ଡିଆ ସଂସ୍ଥା ସହ ଏକ ଚୁକ୍ତି କରିଥିଲେ । ଏହପରେ ସେ କିଛି ରାମ୍ପରେ ଭାରତର ପ୍ରମୁଖ ଡିଜାନରଙ୍କ ପୋଷାକ ପିନ୍ଧି ଚାଲିବା ପରେ ନିଜକୁ ମଡେଲିଂରେ ପ୍ରତିଷ୍ଠିତ କରାଇପାରିଥିଲେ । ୨୦୧୨ରେ ଡାଏନା କକ୍ଟେଲ କଥାଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ପାଇଁ ମନୋନୀତ କରାଯାଇଥିଲା ।
ପ୍ରଥମ ଚଳଚ୍ଚିତ୍ରର ଚାରିବର୍ଷ ପରେ ସେ ପୁଣିଥରେ ୨୦୧୬ରେ ହାପି ଭାଗ୍ ଯାଏଗି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ନୋକିଆ ଏବଂ TREସେମ୍ମେର ବିଜ୍ଞାପନରେ ଅଭିନୟ କରୁଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଡାଏନା ୨ ନଭେମ୍ବର ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପାର୍ସୀ ଏବଂ ମାଆ ଜଣେ କୋଙ୍କଣୀ ।[୧][୨] ସେ ମୁମ୍ବାଇର ସେଣ୍ଟ ଆଗ୍ନେସ୍ ହାଇସ୍କୁଲରେ ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ସେଣ୍ଟ ଜାଭିଅର କଲେଜରୁ ଗଣଯୋଗାଯୋଗରେ ସ୍ନାତକ ହାସଲ କରିଥିଲେ ।[୩][୪]
ମଡେଲିଂ ଜୀବନ
[ସମ୍ପାଦନା]ଡାଏନା କଲେଜରେ ପଢ଼ୁଥିବାବେଳେ ଇଲାଇଟ୍ ମଡେଲ ମ୍ୟାନେଜମେଣ୍ଟକୁ ତାଙ୍କର ଫଟୋ ପଠାଇଥିଲେ ଏବଂ ସେଠାରେ ତାଙ୍କୁ ମଡେଲ ଭାବରେ କାମ କରିବାରୁ ପ୍ରସ୍ତାବ ଦେଇଥିଲେ । ତେଣୁ ସେ କଲେଜରେ ପଢ଼ିବା ସହ ମଡେଲିଂ ପାଇଁ କିଛି ସମୟ ଦେଉଥିଲେ ।[୫] ଏହାପରେ ୨୦୦୫ରେ ସେ ଇଲାଇଟ ମଡେଲ ଇଣ୍ଡିଆ ସହ ସମ୍ପୁର୍ଣ୍ଣରୂପେ ଯୋଡ଼ିହୋଇଥିଲେ ଏବଂ ଇଣ୍ଡୋ-ଇଟାଲିଆନ ଫେସନ ମେଳାରେ ସେ ତାଙ୍କର ମଡେଲିଂ ଜୀବନ ଆରମ୍ଭ କରିଥିଲେ ।[୬] ଏହାପରେ ସେ ଅନେକ ଭାରତୀୟ ଡିଜାଇନର୍ଙ୍କ ପାଇଁ ମଡେଲିଂ କରିଥିଲେ ।[୭] ୨୦୦୭ ସୁଦ୍ଧା ଭାରତୀୟ ଗଣମଧ୍ୟମର ବିଭିନ୍ନ ଖବରକାଜଗରେ ଏବଂ ପତ୍ରିକାରେ ତାଙ୍କ ଫଟୋ ବାହାରିଥିଲା । ଅନେକ ବଡ଼ ବଡ଼ ପତ୍ରିକାରେ ତାଙ୍କ ଫଟୋ ବାହାରିବା ସହ ମଡେଲିଂରେ ସେ ନିଜକୁ ସୁଦୃଢ଼ କରାଇପାରିଥିଲେ ।[୮][୯]
୨୦୦୭ରେ ଡାଏନାକୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ମଡେଲିଂ କରିବା ପାଇଁ ସୁଯୋଗ ମିଳିଥିଲା । ଆନ୍ତର୍ଜାତୀୟସ୍ତରରେ ମେବେଲ୍ଲିନେ, ଗାର୍ନିୟର୍, ଫୋର୍ଭର ୨୧ ଭଳି ଜିନିଷର ବିଜ୍ଞାପନରେ ଡାଏନା ଅଭିନୟ କରିଥିଲେ ।[୯] ଡାଏନାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ମଡେଲିଂର ସୁଯୋଗ ମିଳିବା ପରେ ଇଲାଇଟ୍ ମଡେଲ୍ସ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଷମା ପୁରି ତାଙ୍କୁ ପ୍ରଶଂସା କରିବା ସହ କହିଥିଲେ କି ଡାଏନାଙ୍କ ମୁଖ ଏବଂ ଗୁଣ ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସଫଳ କରାଇବ ।[୧୦] ମଡେଲିଂ ସମୟରେ ଡାଏନାଙ୍କୁ ଚଳଚ୍ଚିତ୍ରରରେ ଅଭିନୟର ସୁଯୋଗ ମିଳିଥିଲା । ମାତ୍ର ସେ ମଡେଲିଂରେ ଅଧିକ ଧ୍ୟାନ ଦେଇଥିଲ ଏବଂ ଚଲଚ୍ଚିତ୍ରରେ ଅଭିନୟରୁ ଦୂରେଇ ରହିଥିଲେ ।[୧୧] ୨୦୦୮ରୁ ୨୦୧୧ ମଧ୍ୟରେ ଡାଏନା ଅନେକ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ୟାରିସ୍ ଫ୍ୟାସନ୍ ଉଇକ୍ ଏବଂ ନିଉ ୟର୍କ ଫ୍ୟାସନ ଉଇକ୍ ଭଳି ବଡ଼ ବଡ଼ କାର୍ଯ୍ୟକ୍ରମରେ ସେ ଭାଗନେଇଥିଲେ ।[୧୨][୧୩]
ଅଭିନୟ ଜୀବନ
[ସମ୍ପାଦନା]ଡାଏନା ତାଙ୍କର ପ୍ରଥମ ଅଭିନୟ ହିନ୍ଦୀ କଥାଚିତ୍ର ରକ୍ଷ୍ଟାର ଜରିଆରେ ଆରମ୍ଭ କରିବାର ଥିଲା, ମାତ୍ର ଏହି କଥାଚିତ୍ର ପାଇଁ ଡାଏନା ମନା କରିଥିଲେ, ତେଣୁ ରଣବୀରଙ୍କ ସାଙ୍ଗରେ ନର୍ଗିସ୍ ଫକ୍ରେଙ୍କୁ ନିଆଯାଇଥିଲା । [୧୪] ପରେ ସେ ୨୦୧୨ରେ ହିନ୍ଦୀ କଥାଚିତ୍ର କକ୍ଟେଲ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୧୫] ଏହି ଚଳଚ୍ଚିତ୍ରରେ ଡାଏନାଙ୍କ ସହ ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ପାଦୁକୋନ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଡାଏନାଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୧୬][୧୭][୧୮] ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା ।[୧୯]
ଚାରିବର୍ଷ ପରେ ଡାଏନା ତାଙ୍କର ୨ୟ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ସେ ହାପି ଭାଗ୍ ଯାଏଗି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୦] ଏହି ଚଳଚ୍ଚିତ୍ରଟି ମିଶ୍ରିତ ମନ୍ତବ୍ୟ ପାଇଥିଲା ।[୨୦][୨୧][୨୨][୨୩]
୨୦୧୭ରେ ଡାଏନାଙ୍କର ଦୁଇଟି କଥାଚିତ୍ର ମୁକ୍ତିଲାଭ କରିବାର ଅଛି । ନିଖିଳ ଆଡଭାନୀଙ୍କର ଚଳଚ୍ଚିତ୍ର ଲକ୍ଷ୍ନୋ ସେଣ୍ଟ୍ରାଲରେ ଫରହାନ ଅଖତାରଙ୍କ ସହ ସେ ଅଭିନୟ କରୁଛନ୍ତି ।[୨୪] ହାପି ଭାଗ୍ ଯାଏଗିର ଆଗାମୀ ଭାଗରେ ଡାଏନା ଅବିନୟ କରିବେ ବୋଲି ନିଶ୍ଚିତ କରିଛନ୍ତି ।[୨୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୧୨: କକ୍ଟେଲ୍
- ୨୦୧୬: ହାପି ଭାଗ୍ ଯାଏଗି
ଆଧାର
[ସମ୍ପାଦନା]- ↑ "Diana Penty". Fashion Model Directory. Retrieved 13 May 2017.
- ↑ Agrawal, Rati (27 April 2013). "Bollywood Celebs with Inter-Faith Parents". iDiva. Retrieved 13 May 2017.
- ↑ Jajoo, Amar A. (8 February 2013). "Bollywood actors who have good academic background". The Times of India. Archived from the original on 12 August 2013. Retrieved 30 September 2013.
- ↑ Ajmera, Ankit (29 August 2012). "Diana Penty has a huge appetite for desserts". The Times of India. Archived from the original on 2 December 2013. Retrieved 13 May 2017.
- ↑ Sharma, Viseshika (January 2013). "Flaming Blush". Verve (magazine). Retrieved 13 May 2017.
- ↑ Hari, Veena (21 September 2006). "These faces have made their mark". Rediff.com. Retrieved 13 May 2017.
- ↑ "Acting is more demanding, says Diana Penty". Hindustan Times. 30 January 2013. Archived from the original on 1 February 2013. Retrieved 13 May 2017.
- ↑ "Debut Deck: Diana Penty". MSN. 11 July 2012. Archived from the original on 28 July 2014. Retrieved 13 May 2017.
- ↑ ୯.୦ ୯.୧ Singh, Prashant (18 June 2009). "Indian sizzler for New York fashion runway". India Today. Retrieved 13 May 2017.
- ↑ "Indian model Diana Penty is new brand ambassador of Maybelline". BNO News. 12 December 2008. Archived from the original on 3 December 2013. Retrieved 13 May 2017.
- ↑ "Diana replaces Deepika as a brand ambassador!". The Indian Express. 22 December 2008. Retrieved 13 May 2017.
- ↑ Singh, Prashant (9 July 2012). "Diana Penty quits ramp for Bollywood". Hindustan Times. Archived from the original on 3 December 2013. Retrieved 13 May 2017.
- ↑ Prabhu, Vidya (21 August 2009). "Models in India are very impatient, says Diana Penty". Daily News and Analysis. Retrieved 13 May 2017.
- ↑ Saini, Minakshi (21 July 2012). "Rockstar was offered to me first: Diana Penty". Hindustan Times. Archived from the original on 23 August 2012. Retrieved 13 May 2017.
- ↑ "Ranbir's girl goes to Saif". 6 April 2011. Retrieved 13 May 2017.
- ↑ Adarsh, Taran (13 July 2012). "Cocktail (2012) Review". Bollywood Hungama. Retrieved 13 May 2017.
- ↑ Sen, Raja (13 July 2012). "Review: Cocktail is let down by its inane plot". Rediff.com. Retrieved 13 May 2017.
- ↑ Chopra, Anupama (13 July 2012). "Anupama Chopra's review: Cocktail". Hindustan Times. Archived from the original on 14 July 2012. Retrieved 13 May 2017.
- ↑ "Box Office Earnings 10/08/12 - 16/08/12". Box Office India. Archived from the original on 25 August 2012. Retrieved 13 May 2017.
- ↑ ୨୦.୦ ୨୦.୧ Upadhyay, Karishma (24 September 2016). "Diana is happy". The Telegraph. Retrieved 13 May 2017.
- ↑ Goswami, Parismita (19 August 2016). "'Happy Bhag Jayegi' review round-up: Here is what critics have to say about Abhay Deol and Diana Penty's film". International Business Times. Retrieved 13 May 2017.
- ↑ Bhatnagar, Rohit (19 August 2016). "Happy Bhag Jayegi movie review: A perfect family entertainer". Deccan Chronicle. Retrieved 13 May 2017.
- ↑ Vetticad, Anna M.M. (19 August 2016). "Happy Bhag Jayegi review: Diana Penty brims with potential; film is funny, but forgettable". Firstpost. Retrieved 13 May 2017.
- ↑ "Diana Penty to play an NGO worker in 'Lucknow Central'". Daily News and Analysis. 22 February 2017. Retrieved 13 May 2017.
- ↑ "Confirmed! Abhay Deol and Diana Penty's 'Happy Bhaag Jayegi' to have a sequel!". Daily News and Analysis. 15 February 2017. Retrieved 13 May 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଡାଏନା ପେଣ୍ଟୀ