ଦୀପିକା ପାଦୁକୋନ

ଉଇକିପିଡ଼ିଆ‌ରୁ
ଦୀପିକା ପାଦୁକୋନ
ରେସ୍-୨ର ପ୍ରମୋଶନ୍ ବେଳେ ଦୀପିକା
Born
ଦୀପିକା ପାଦୁକୋନ

(1986-01-05) ୫ ଜାନୁଆରୀ ୧୯୮୬ (ବୟସ ୩୮)
କୋପେନହାଗେନ୍, ଡେନ୍‌ମାର୍କ
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୬- ଏବେଯାଏଁ
Parent(s)ପ୍ରକାଶ ପାଦୁକୋନ
ଉଜ୍ୱଳା ପାଦୁକୋନ
Relativesଅନିଶା ପାଦୁକୋନ (ସାନ ଭଉଣୀ)

‌ଦୀପିକା ପାଦୁକୋନ‌ (ଜନ୍ମ: ୫ ଜାନୁଆରୀ ୧୯୮୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଦୀପିକା ୩ଟି ଫିଲ୍ମ‌ଫେୟାର ପୁରସ୍କାର ସ‌ହ ୬ଟି ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଦୀପିକା ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନଙ୍କର ଝିଅ ହୋଇଥିବାରୁ ଛୋଟବେଳୁ ବ୍ୟାଡମିଣ୍ଟନ ଖେଳୁଥିଲେ ଏବଂ କୈଶୋର ଅବସ୍ଥାରେ ସେ ଜାତୀୟସ୍ତରର ବିଜେତା ମଧ୍ୟ ଥିଲେ । ମାତ୍ର ପରେ ସେ ଖେଳରୁ ଦୂରେଇ ଯାଇ ମଡେଲିଂରେ ଯୋଗ ଦେଇଥିଲେ । ମେଡେଲିଂରେ ଯୋଗଦେବାପରେ ସେ ୨୦୦୬ରେ ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଦୀପିକାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଏକ କନ୍ନଡ଼ ଚଳଚ୍ଚିତ୍ର ‌ଐଶ୍ୱର୍ଯ୍ୟା‌ ।[୧] ଏହାପରେ ସେ ୨୦୦୭ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନେତା ଶାହାରୁଖ ଖାଁଙ୍କ ଚଳଚ୍ଚିତ୍ର ‌ଓମ୍ ଶାନ୍ତି ଓମ୍‌‌ରେ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନାବାଗତା ପୁରସ୍କାର ମଧ୍ୟ ମିଳିଥିଲା । ଏହାପରେ ଦୀପିକାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଲଭ୍ ଆଜକଲ୍‌, ‌ଲଫଙ୍ଗେ ପରିନ୍ଦେ‌କୁ ଦର୍ଶକ ପସନ୍ଦ କରିଥିବାବେଳେ ‌ବଚ୍‌ନା ୟେ ହସିନୋ‌, ‌ହାଉସଫୁଲ୍‌ ଆଦି ଚଳଚ୍ଚିତ୍ରରେ ଅଭିନୟ ପାଇଁ ନାକାରତ୍ମକ ମନ୍ତବ୍ୟ ମିଳିଥିଲା ।

୨୦୧୨ରେ ଦୀପିକାଙ୍କ ଅଭିନୀତ ଚଳଚ୍ଚିତ୍ର ‌କ‌କ୍‌ଟେଲ୍‌ର ସଫଳତା ପରେ ଦୀପିକାଙ୍କ ଅଭିନୟର ଜୀବନର ମୋଡ଼ ବଦଳିଥିଲା ଏବଂ ସେ ସେହି ଚଳଚ୍ଚିତ୍ର ପାଇଁ ଅନେକ ପୁରସ୍କାର ସଭାରେ ମନୋନୀତ ହୋଇଥିଲେ । ଏହାପରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‌ୟେ ଜବାନୀ ହୈ ଦିୱାନୀ‌, ‌ଚେନ୍ନାଇ ଏକ୍ସ‌ପ୍ରେସ୍‌, ‌ହାପି ନିଉ ଇଅର‌ ଆଦି ସଫଳ ହୋଇଥିଲା । ଦୀପିକାଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ବାଜିରାଓ ମସ୍ତାନୀ, ପିକୁ, ଗୋଲିଓଁକି ରାସଲୀଳା ରାମ୍‌-ଲୀଳା । ଏହାପରେ ୨୦୧୭ରେ ଦୀପିକାଙ୍କର ଅଭିନୀତ ପ୍ରଥମ ଇଂରାଜୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଅଭିନେତା ବିନ୍ ଡିଜେଲ୍‌ଙ୍କ ସ‌ହ ଦୀପିକାଙ୍କର ପ୍ରଥମ ଇଂରାଜୀ ଚଳଚ୍ଚିତ୍ର ଥିଲା ‌xXx: ରିଟର୍ଣ୍ଣ ଅଫ୍ ଜେଣ୍ଡର୍ କେଜ୍‌ ।[୩]

ଚଳଚ୍ଚିତ୍ରରେ ଅଭିନୟ ସ‌ହ ଦୀପିକା କିଛି ମଞ୍ଚରେ ମଧ୍ୟ ଅଭିନୟ କରିଥିଲେ, ସମ୍ବାଦପତ୍ରରେ ମଧ୍ୟ ଦୀପିକା କିଛି ସ୍ତମ୍ଭ ଲେଖିଛନ୍ତି । ଏଥିସ‌ହ ସେ ବିଭିନ୍ନ ଜିନିଷର ବିଜ୍ଞାପନରେ ମଧ୍ୟ କାମ କରୁଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଦୀପିକା ୫ ଜାନୁଆରୀ ୧୯୮୬ରେ ଡେନମାର୍କରେ କୋପେନହାଗେନ୍‌ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ଏକ କୋଙ୍କଣୀ ଭାଷାଭାଷୀ ପରିବାର ।[୪][୫] ଦୀପିକାଙ୍କର ବାପା ପ୍ରକାଶ ପାଦୁକୋନ, ଜଣେ ବ୍ୟାଡମିଣ୍ଟନ ଖେଳାଳୀ ଏବଂ ମାଆ ଉଜ୍ଜ୍ୱଳା ଜଣେ ଗମାନାଗମନ ଏଜେଣ୍ଟ ।[୬] ଏବଂ ତାଙ୍କ ସାନ ଭଉଣୀ ଅନିଶା ଜଣେ ଗଲ୍ଫ ଖେଳାଳୀ ।[୭] ତାଙ୍କ ଜେଜେ ମହିଶୁର ବ୍ୟାଡମିଣ୍ଟନ ସଙ୍ଘର ସଭାପତି ଥିଲେ ।[୮] ଦୀପିକା ବର୍ଷକର ହୋଇଥିବାବେଳେ ତାଙ୍କ ପରିବାର ବାଙ୍ଗାଲୋରକୁ ସ୍ଥାନାନ୍ତରିତ ହୋଇଥିଲେ ।[୯] ସେ ବାଙ୍ଗାଲୋରରୁ ତାଙ୍କର ଶିକ୍ଷା ଶେଷ କରିଥିଲେ ।[୧୦] ଏହାପରେ ସେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକ ପାଇଁ ଯୋଗଦେଇଥିଲେ, ମାତ୍ର କିଛିଦିନ ପରେ ମଡେଲିଂରେ ଯୋଗଦେବାପାଇଁ ବିଶ୍ୱବିଦ୍ୟାଳୟ ତ୍ୟାଗ କରିଥିଲେ ।[୯][୧୧]

ମଡେଲିଂ ଜୀବନ[ସମ୍ପାଦନା]

ମଡେଲିଂରେ ଯୋଗଦେବାପରେ ଦୀପିକାଙ୍କୁ ଅନେକ ଦୂରଦର୍ଶନ ବିଜ୍ଞପନରେ କାମ କରିବାର ସୁଯୋଗ ମିଳଥିଲା ।[୧୨][୧୩] ୨୦୦୫ରେ ଦୀପିକା ‌ଲାକ୍‌ମେ ଫ୍ୟାସନ ଉଇକ୍‌‌ରେ ସୁନୀତ ବର୍ମାଙ୍କ ଡିଜାରନ୍‌ର ମଡେଲ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ କିଙ୍ଗ୍‌ଫିସର୍ ଫ୍ୟାସନ ଆୱାର୍ଡ଼ ସଭାରେ ‌ମଡେଲ ଅଫ୍ ଦ ଇଅର‌ ପୁରସ୍କାର ଜିତିଥିଲେ ।[୧୪][୧୫] ୨୦୦୬ରେ ଯେତେବେଳେ କିଙ୍ଗ୍‌ଫିସର୍‌ର ଲୋକପ୍ରିୟ କ୍ୟାଲେଣ୍ଡରରେ ଦୀପିକାଙ୍କର ଫଟୋ ବାହାରିଲା, ସେତେବେଳେ ଦୀପିକା ଅଧିକରୁ ଅଧିକ ଲୋକଲୋଚନ‌କୁ ଆସିଥିଲେ ।[୧][୧୬][୧୭] ୨୧ ବର୍ଷ ବୟସରେ ଦୀପିକା ମୁମ୍ବାଇ ଆସିଥିଲେ ଏବଂ ତାଙ୍କର ମାଉସୀଙ୍କ ପାଖରେ ରହୁଥିଲେ ।[୯] ସେହି ବର୍ଷ ସେ ହିସେମ ରସୈମିୟାଙ୍କର ଏକ ଗୀତ ‌ନାମ୍ ହୈ ତେରା‌ରେ ଅଭିନୟ କରିଥିଲେ ।[୧୮]

ଏହାପରେ ଦୀପିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା ।[୧୯] ଏହାପରେ ସେ ଅଭିନୟରେ ଥିବା ତୃଟିକୁ ସୁଧାରିବା ପାଇଁ ଅଭିନେତା ଅନୁପମ ଖେରଙ୍କର ନାଟ୍ୟ ଏକାଡେମୀରେ ଯୋଗଦେଇଥିଲେ ।[୨୦] ସେହି ବର୍ଷ ତାଙ୍କୁ ୨୦୧୪ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତର ‌ହାପି ନିଉ ଇଅର‌ରେ ନେବାକୁ ସ୍ଥିର କରାଯାଇଥିଲା, ମାତ୍ର ନିର୍ମାଣରେ ଅସୁବିଧା ହେତୁ ଏହି ଚଳଚ୍ଚିତ୍ରଟି ୮ବର୍ଷ ପରେ ନିର୍ମାଣ କରାଯାଇଥିଲା ।[୯][୧]

ଅଭିନୟ ଜୀବନ[ସମ୍ପାଦନା]

ଦୀପିକା ୨୦୦୬ରେ କନ୍ନଡ଼ ଚଳଚ୍ଚିତ୍ର ‌ଐଶ୍ୱର୍ଯ୍ୟା‌ ଜରିଆରେ ଅଭିନୟ ଆମରହ କରିଥିଲେ ।[୧] ଏହି ଚଳଚ୍ଚିତ୍ରଟି ଅକ୍କିନେନି ନାଗାର୍ଜୁନ ଏବଂ ସୋନାଲୀ ବେନ୍ଦ୍ରେଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ‌ମନ୍ମଧୁଡ଼ୁ‌ର ପୁନଃନିର୍ମାଣ ଥିଲା । ଏହି ଚଳଚ୍ଚିତ୍ରଟି ବ୍ୟବାସାୟିକ ସଫଳ ହୋଇଥିଲା ।[୨୧] ଦୀପିକାଙ୍କର ଏହି ଅଭିନୟକୁ ମଧ୍ୟ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୨୨]

୨୦୦୭ରେ ଦୀପିକା ହିନ୍ଦୀ କଥାଚିତ୍ର ‌ଓମ୍ ଶାନ୍ତି ଓମ୍‌‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ ଫାରା ଖାନା ଏବଂ ମୁଖ୍ୟ ଭୂମିକାରେ ଥିଲେ ଅଭିନେତା ଶାହାରୁଖ ଖାଁ[୨୩][୨୪] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଦୀପିକା ହେମା ମାଳିନୀଙ୍କର କିଛି ଚଳଚ୍ଚିତ୍ର ଦେଖିଥିଲେ ।[୨୫] ଏହି ଚଳଚ୍ଚିତ୍ର ପାଇଁ ଦୀପିକାଙ୍କର ନିଜ କଥା ବ୍ୟବ‌ହାର ହୋଇନଥିଲା । ଦୀପିକାଙ୍କ ପାଇଁ ସ୍ୱର ଦେଇଥିଲେ ‌ମୋନା ଘୋଷ ସେଟ୍ଟି‌ ।[୨୬]

ଏହାପରେ ଦୀପିକା ବଚ୍‌ନା ୟେ ହସିନୋ[୨୭], ଚାନ୍ଦିନୀ ଚୌକ୍ ଟୁ ଚାଇନା[୨୮], ଲଭ୍ ଆଜ୍‌କଲ୍[୨୯][୩୦], ମେ ଔର୍ ମିସେସ୍ ଖାନ୍ନା, କାର୍ତ୍ତିକ କଲିଂ କାର୍ତ୍ତିକ[୩୧][୩୨], ହାଉସଫୁଲ୍[୩୩], ଲଫଙ୍ଗେ ପରିନ୍ଦେ[୩୪], ବ୍ରେକ୍ କେ ବାଦ୍[୩୫][୩୨], ଖେଲେଁ ହମ୍ ଜୀ ଜାନ୍‌ସେ[୩୬], ଆରାକ୍‌ସନ୍[୩୭][୩୮], ଦେସି ବଏଜ୍[୩୯][୪୦] ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଦୀପିକାଙ୍କା ଅଭିନୀତ କଥାଚିତ୍ର ‌କ‌କ୍‌ଟେଲ୍‌ ୨୦୧୨ରେ ସଫଳ ହେବା ପରେ ଦୀପିକାଙ୍କ ଅଭିନୟ ଜୀବନରେ ଏକ ନୂଆ ମୋଡ଼ ଆସିଥିଲା ।[୪୧] ଏହା ପରେ ସେ ରେସ୍-୨[୪୨], ୟେ ଜବାନୀ ହୈ ଦିୱାନୀ[୪୩], ଗୋଲିଓଁକି ରାସ୍‌ଲୀଳା ରାମ-ଳୀଳା[୪୪], ଚେନ୍ନାଇ ଏକ୍ସ‌ପ୍ରେସ୍[୪୫], କୋଚ୍ଚାଡ଼ିଆନ୍[୪୬], ପିକୁ[୪୭], ତମାସା[୪୮][୪୯], ବାଜିରାଓ ମସ୍ତାନୀ[୫୦] ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ହିନ୍ଦୀ କଥାଚିତ୍ର ଜଗତରେ ନିଜକୁ ଏକ ଉଚ୍ଚକୋଟିର ଅଭିନେତ୍ରୀ ଭାବରେ ସ୍ଥାନୀତ କରାଇପାରିଥିଲେ ।

୨୦୧୭ରେ ଦୀପିକା ପ୍ରଥମ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ‌ଫାଷ୍ଟ ଆଣ୍ଡ ଫିଉରିଅସ୍‌ ସିରିଜ୍‌ର ନାୟକ ବିନ୍ ଡିଜେଲ୍‌ଙ୍କ ସ‌ହ ଦୀପିକାଙ୍କ xXx: ରିଟର୍ଣ୍ଣ ଅଫ୍ ଜେଣ୍ଡର୍ କେଜ୍ ମୁକ୍ତିଲାଭ କରିଥିଲା ।[୫୧] ଏହି ଚଳଚ୍ଚିତ୍ରଟି ଇଂରାଜୀ ଭାଷାରେ ମୁକ୍ତିଲାଭ କରିବାର ସପ୍ତାହେ ଆଗରୁ ଭାରତରେ ହିନ୍ଦୀରେ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୬: ଐଶ୍ୱର୍ଯ୍ୟା (କନ୍ନଡ଼ ଚଳଚ୍ଚିତ୍ର)
  • ୨୦୦୭: ଓମ୍ ଶାନ୍ତି ଓମ୍
  • ୨୦୦୮: ବଚ୍‌ନା ୟେ ହସିନୋ
  • ୨୦୦୯: ଚାନ୍ଦିନୀ ଚୌକ୍ ଟୁ ଚାଇନା
  • ୨୦୦୯: ବିଲ୍ଲୁ
  • ୨୦୦୯: ଲଭ୍ ଆଜ୍‌କଲ୍
  • ୨୦୦୯: ମେ ଔର୍ ମିସେସ୍ ଖାନ୍ନା
  • ୨୦୧୦: କାର୍ତ୍ତିକ କଲିଂ କାର୍ତ୍ତିକ
  • ୨୦୧୦: ହାଉସଫୁଲ୍
  • ୨୦୧୦: ଲଫଙ୍ଗେ ପରିନ୍ଦେ
  • ୨୦୧୦: ବ୍ରେକ୍ କେ ବାଦ୍
  • ୨୦୧୦: ଖେଲେଁ ହମ୍ ଜୀ ଜାନ୍‌ସେ
  • ୨୦୧୧: ଦମ୍ ମାରୋ ଦମ୍
  • ୨୦୧୧: ଆରାକ୍‌ସନ୍
  • ୨୦୧୧: ଦେସି ବଏଜ୍
  • ୨୦୧୨: କ‌କ୍‌ଟେଲ୍
  • ୨୦୧୩: ବମ୍ବେ ଟକିଜ୍
  • ୨୦୧୩: ରେସ୍-୨
  • ୨୦୧୩: ୟେ ଜବାନୀ ହୈ ଦିୱାନୀ
  • ୨୦୧୩: ଗୋଲିଓଁକି ରାସ୍‌ଲୀଳା ରାମ-ଳୀଳା
  • ୨୦୧୩: ଚେନ୍ନାଇ ଏକ୍ସ‌ପ୍ରେସ୍
  • ୨୦୧୪ : କୋଚ୍ଚାଡ଼ିଆନ୍
  • ୨୦୧୪ : ଫାଇଣ୍ଡିଂ ଫେନି
  • ୨୦୧୪ : ହାପି ନିଉ ଇଅର
  • ୨୦୧୫ : ମାଇଁ ଚଏସ୍
  • ୨୦୧୫ : ପିକୁ
  • ୨୦୧୫ : ତମାସା
  • ୨୦୧୫ : ବାଜିରାଓ ମସ୍ତାନୀ
  • ୨୦୧୭: xXx: ରିଟର୍ଣ୍ଣ ଅଫ୍ ଜେଣ୍ଡର୍ କେଜ୍
  • ୨୦୧୭: ରାବ୍‌ତା
  • ୨୦୧୭: ପଦ୍ମାବତୀ

ଅଭିନୀତ ଗୀତ[ସମ୍ପାଦନା]

  • ୨୦୦୫: ନାମ୍ ହୈ ତେରା[୫୨]
  • ୨୦୧୦: ଫିର୍ ମିଲେ ସୁର୍ ହେ ତୁମାଃରା[୫୩]
  • ୨୦୧୨: ବଲ୍ଲି ଡୁଡ୍ ଗଣେଶାନ୍[୫୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Vijayasarathy, R.G. (14 March 2006). "Meet Deepika Padukone". Rediff.com. Retrieved 28 April 2017.
  2. "'I was pulling SRK's hair out!'". Rediff.com. 10 December 2007. Retrieved 28 April 2017.
  3. Goyal, Divya (13 May 2016). "Deepika Padukone Wraps xXx 3 Shoot and in Such Style". NDTV. Retrieved 28 April 2017.
  4. "Biography: Deepika Padukone". Hindustan Times. 23 July 2012. Archived from the original on 31 December 2014. Retrieved 28 April 2017.
  5. Baksi, Dibyojyoti (13 June 2013). "Shah Rukh Khan made Deepika Padukone learn Tamil". Hindustan Times. Retrieved 28 April 2017.
  6. "She's the model of success". The Star (South Africa). 4 August 2008. Archived from the original on 10 June 2014. Retrieved 28 April 2017.
  7. Kaura, Neha (11 June 2012). "Deepika's link-ups don't bother us, says sister". The Times of India. Retrieved 28 April 2017.
  8. "An exciting tournament". The Hindu. 5 January 2006. Retrieved 28 April 2017.
  9. ୯.୦ ୯.୧ ୯.୨ ୯.୩ Gupta, Priya (13 October 2012). "Ranbir and I are still friends: Deepika Padukone". The Times of India. Retrieved 28 April 2017.
  10. "Just How educated are our Bollywood heroines?: Deepika Padukone". Rediff.com. Retrieved 28 April 2017.
  11. "Deepika Padukone has not put studies on back-burner". The Times of India. 30 December 2007. Retrieved 28 April 2017.
  12. Gahlaut, Kanika (12 ଅପ୍ରେଲ 2004). "Making a splash". India Today. Archived from the original on 27 September 2013. Retrieved 28 April 2017.
  13. "Deepika Padukone: Biography". Zee News. Retrieved 28 April 2017.
  14. Menon, Sita (21 April 2005). "Go white this summer". Rediff.com. Retrieved 3 August 2013.
  15. Chowdhury, Smita R. (5 May 2005). "Glamour, glitz & grace". The Telegraph. Retrieved 28 April 2017.
  16. "Young achievers: Deepika Padukone to Aditya Mittal, MS Dhoni to Rabbi Shergill". India Today. 20 ଫେବୃଆରୀ 2006. Archived from the original on 27 September 2013. Retrieved 28 April 2017.
  17. Vasudev, Shefalee (2012). Powder Room. Random House India. p. 61. ISBN 978-81-8400-297-3.
  18. Iyer, Meena (17 November 2011). "Deepika Padukone in awe of beauty pageant winners". The Times of India. Retrieved 28 April 2013.
  19. "The hottest heroine in Kannada cinema". Rediff.com. 24 August 2006. Retrieved 28 April 2017.
  20. "On course: Deepika Padukone joins Anupam Kher's Film Academy". India Today. 11 ଜୁଲାଇ 2005. Archived from the original on 27 September 2013. Retrieved 28 April 2017.
  21. Kumar, S.S (29 September 2006). "Ramya in a rush". The Hindu. Retrieved 28 April 2017.
  22. Vijayasarathy, R.G. (15 September 2006). "Deepika's Aishwarya is a must watch". Rediff.com. Retrieved 28 April 2017.
  23. "'I was pulling SRK's hair out!'". Rediff.com. 10 December 2007. Retrieved 28 April 2017.
  24. Ray, Sarit (2 November 2007). "I'm a shy person: Deepika". The Times of India. Archived from the original on 28 September 2013. Retrieved 28 April 2017.
  25. Thakur, Shweta (17 November 2007). "I saw Hema Malini films for '70s look: Deepika". Hindustan Times. Retrieved 28 April 2017.
  26. "Why is Deepika's Hindi in Kochadaiiyaan dubbed?". The Times of India. 2 January 2013. Archived from the original on 5 January 2014. Retrieved 28 April 2017.
  27. "Bachna Ae Haseeno scores at box office". Rediff.com. Retrieved 28 April 2017.
  28. Anderson, Jason (16 January 2009). "Chandni Chowk to China: Kung fusion hustle". Toronto Star. Retrieved 28 April 2017.
  29. Guha, Aniruddha (31 July 2009). "Review: Love Aaj Kal is the perfect date movie". Daily News and Analysis. Retrieved 28 April 2017.
  30. Kazmi, Nikhat (30 July 2009). "Love Aaj Kal". The Times of India. Retrieved 28 April 2017.
  31. Elley, Derek (8 March 2010). "Review: "Karthik Calling Karthik"". Variety (magazine). Retrieved 28 April 2017.
  32. ୩୨.୦ ୩୨.୧ "Box Office 2010". Box office India. Archived from the original on 14 October 2013. Retrieved 28 April 2017.
  33. Sen, Raja (30 April 2010). "Gags that'll make you gag". Rediff.com. Retrieved 28 April 2017.
  34. "To play a blind dancer was very challenging: Deepika Padukone". India Today. 22 ଜୁଲାଇ 2010. Archived from the original on 27 September 2013. Retrieved 28 April 2017.
  35. Masand, Rajeev (16 December 2010). "Masand: Break Ke Baad is an engaging film". CNN-IBN. Archived from the original on 9 October 2013. Retrieved 28 April 2017.
  36. "First look: Deepika in Khelein Hum Jee Jaan Sey". Rediff.com. Retrieved 28 April 2017.
  37. "Will Aarakshan draw in the crowds?". Rediff.com. Retrieved 28 April 2017.
  38. "It's raining flops at the box office". Rediff.com. Retrieved 28 April 2017.
  39. "Review: Desi Boyz". NDTV. Archived from the original on 17 September 2013. Retrieved 28 April 2017.
  40. Tuteja, Joginder (12 August 2013). "Exploring the Box Office journey of Deepika Padukone – Part III". Bollywood Hungama. Retrieved 28 April 2017.
  41. Singh, Harneet (7 June 2013). "Deepika Padukone: Ranbir Kapoor excites me as an actor, co-star". The Indian Express. Retrieved 28 April 2017.
  42. "Critics report: Race 2 not worth it". Hindustan Times. 25 January 2013. Retrieved 28 April 2017.
  43. KBR, Upala (7 April 2013). "Party girl Deepika Padukone gets serious". Daily News and Analysis. Retrieved 28 April 2017.
  44. "First look Ram Leela: Meet Romeo Ranveer and Juliet Deepika". India Today. Archived from the original on 27 September 2013. Retrieved 28 April 2017.
  45. "Not spoofing South India in Chennai Express: Deepika Padukone". India Today. 6 ଅଗଷ୍ଟ 2013. Archived from the original on 27 September 2013. Retrieved 28 April 2017.
  46. "'Kochadaiiyaan' released nationwide, Rajinikanth turns moviemaking pioneer in India". The Financial Express. Press Trust of India. 23 March 2014. Retrieved 28 April 2017.
  47. Mehta, Ankita (7 May 2015). "'Piku' Review Roundup: A Film that's all Heart". International Business Times. Retrieved 28 April 2017.
  48. Khuranaa, Amann (15 December 2015). "Deepika Padukone reacts to Tamasha's box-office failure". The Times of India. Retrieved 28 April 2017.
  49. Verma, Sukanya (24 December 2015). "Sukanya Verma's Best Actresses of 2015". Rediff.com. Retrieved 28 April 2017.
  50. Awaasthi, Kavita (23 January 2015). "Deepika Padukone to learn sword-fighting for Bajirao Mastani". Hindutan Times. Retrieved 28 April 2017.
  51. Goyal, Divya (13 May 2016). "Deepika Padukone Wraps xXx 3 Shoot and in Such Style". NDTV. Retrieved 14 May 2016.
  52. "Naam Hai Tera". Saavn. Retrieved 28 April 2017.
  53. "Amitabh launches new version of Mile sur mera tumhara". Hindustan Times. 25 January 2010. Archived from the original on 8 July 2015. Retrieved 28 April 2017.
  54. Birajdar, Laxmi (15 February 2012). "Ganesh Hegde makes Pune dance". The Times of India. Retrieved 28 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]