Jump to content

ଧରତୀ ଭଟ୍ଟ

ଉଇକିପିଡ଼ିଆ‌ରୁ
(Dharti Bhattରୁ ଲେଉଟି ଆସିଛି)
ଧରତୀ ଭଟ୍ଟ
ଜନ୍ମ୭ ସେପ୍ଟେମ୍ବର
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୨-ଏବେଯାଏଁ
ପ୍ରସିଦ୍ଧି
  • ମାହିସାଗର
  • କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍?
  • ସନ୍ତୋଷୀ ମାଆ - ସୁନାୟେଁ ବ୍ରତ କଥାୟେଁ
  • ୱୋ ତୋ ହୈ ହି ଅଲବେଲା

ଧରତୀ ଭଟ୍ଟ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ସକ୍ରିୟ ଭାବରେ କାମ କରୁଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ମାହିସାଗରରେ ମାହି ଭୂମିକା ପାଇଁ, କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍?ରେ ପ୍ରତିଭା ପାଇଁ, ୱୋ ତୋ ହୈ ହି ଅଲବେଲାରେ ରଶ୍ମି ଭୂମିକା ପାଇଁ ଏବଂ ଦଙ୍ଗଲ ଟିଭିରେ ପ୍ରସାରିତ ଧାରାବାହିକ ପୂର୍ଣ୍ଣିମାରେ ବତ୍ସାଲା ଭୂମିକା ପାଇଁ ସେ ମୁଖ୍ୟତଃ ଜଣାଶୁଣା ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଧରତୀ ଅହମ୍ମଦାବାଦର ଏକ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୧୨ ମସିହାରେ, ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ଲଭ୍ ମ୍ୟାରେଜ୍ ୟା ଆରେଞ୍ଜ୍ ମ୍ୟାରେଜ୍, ଯେଉଁଥିରେ ସେ ନେତ୍ରା ସିଶୋଦିୟା ଭୂମିକାରେ ଅଭିନୟ କରିଥିଲେ । ୨୦୧୩ ମସିହାରେ, ସେ ଯୋଦ୍ଧା ଆକବର ଧାରାବାହିକରେ ସୁକନ୍ୟା ଭୂମିକାରେ ଅଭିନୟ କରିଥିଲେ । ୨୦୧୩ ମସିହାରୁ ୨୦୧୫ ଯାଏଁ, ସେ ମାହିସାଗର ଧାରାବାହିକରେ ମାହି ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ, ନୟା ମାହିସାଗରରେ ସେ ପୁଣିଥରେ ମାହି ଭୂମିକାରେ ଅଭିନୟ କରିଥିଲେ ।[]

୨୦୧୭ରୁ ୨୦୧୯ ମସିହା ଯାଏଁ, ଷ୍ଟାର୍ ଭାରତରେ ପ୍ରସାରିତ ଧାରାବାହିକ କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍?ରେ ସେ ପ୍ରତିଭା ପାଞ୍ଚାଲ ଭୂମିକାରେ ଅଭିନୟ କରିଥିଲେ ।[] ଆଣ୍ଡ୍ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ପରମାବତାର ଶ୍ରୀ କୃଷ୍ଣରେ ସେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ରୂପ୍ - ମର୍ଦ କା ନୟା ସ୍ୱରୂପରେ ସେ ସେୱା ଭୂମିକାରେ ଅଭିନୟ କରିଥିଲେ ।

୨୦୨୦ ମସିହାରେ, ସେ ଆଣ୍ଡ୍ ଟିଭିରେ ପ୍ରସାରିତ ଧାରାବାହିକ ସନ୍ତୋଷୀ ମାଆ - ସୁନାୟେଁ ବ୍ରତ କଥାୟେଁରେ ଡ. ନିଧି ଭୂମିକାରେ ଅଭିନ୍ୟ କରିଥିଲେ । ୨୦୨୧ରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଶକ୍ତି - ଅସ୍ତିତ୍ୱ କେ ଏହସାସ୍ କିରେ ନୟନତାରା ଭୂମିକାରେ ଅଭିନୟ କରିଥିଲେ । ଡିସେମ୍ବର ୨୦୨୨ରୁ ଜୁନ ୨୦୨୩ ଯାଏଁ, ସେ ଷ୍ଟାର୍ ଭାରତରେ ୱୋ ତୋ ହୈ ଅଲ୍‌ବେଲା ଧାରାବାହିକରେ ରଶ୍ମି ନକୁଲ ଚୌଧୁରୀ ଭାବରେ ଅଭିନୟ କରିଥିଲେ ।[][]

ଅଭିନୀତ ଧାରାବାହିକ

[ସମ୍ପାଦନା]
Year Title Role Ref.
୨୦୧୨–୨୦୧୩ ଲଭ୍ ମ୍ୟାରେଜ୍ ୟା ଆରେଞ୍ଜ୍ ମ୍ୟାରେଜ୍ ନେତ୍ରା ସିଶୋଦିୟା
୨୦୧୩ ଯୋଦ୍ଧା ଆକବର ସୁକନ୍ୟା
୨୦୧୩–୨୦୧୫ ମାହିସାଗର ମାହି []
୨୦୧୬ ନୟା ମାହିସାଗର ମାହି []
୨୦୧୭–୨୦୧୯ କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍? ପ୍ରତିଭା ପାଞ୍ଚାଲ []
୨୦୧୯ ପରମାବତାର ଶ୍ରୀ କୃଷ୍ଣ ଦେବୀ ପାର୍ବତୀ
ରୂପ୍ - ମର୍ଦ କା ନୟା ସ୍ୱରୂପ ସେୱା
୨୦୨୦ ସନ୍ତୋଷୀ ମାଆ - ସୁନାୟେଁ ବ୍ରତ କଥାୟେଁ ଡ. ନିଧି
୨୦୨୧ ଶକ୍ତି - ଅସ୍ତିତ୍ୱ କେ ଏହସାସ୍ କି ନୟନତାରା
ସରଗମ କି ସାଢ଼େ ସାତି ପିଙ୍କି
୨୦୨୨–୨୦୨୩ ୱୋ ତୋ ହୈ ଅଲ୍‌ବେଲା ରଶ୍ମି ନକୁଲ ଚୌଧୁରୀ [][]
୨୦୨୩–୨୦୨୪ ପୂର୍ଣ୍ଣିମା ବତ୍ସଲା

ପୁରସ୍କାର ଓ ନାମାଙ୍କନ

[ସମ୍ପାଦନା]
ବର୍ଷ କାମ ପୁରସ୍କାର ବର୍ଗ ଫଳାଫଳ
୨୦୧୯ କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍? ଇଣ୍ଡିଅନ୍ ଟେଲି ଆୱାର୍ଡ଼ସ୍ ହାସ୍ୟ ଅଭିନୟରେ ଶ୍ରେଷ୍ଠ ଅଭିନେତ୍ରୀ ମନୋନୀତ
  1. "Gujaratis take the lead on prime time TV". Times of India. Archived from the original on 2016-01-17. Retrieved 2016-8-4
  2. ୨.୦ ୨.୧ "Big Magic to launch new season of 'Mahisagar' on 22 Feb | TelevisionPost.com". www.televisionpost.com. Archived from the original on 2016-09-15. Retrieved 2016-09-04.
  3. ୩.୦ ୩.୧ "'Kya Haal Mr Paanchal?' star Dharti Bhatt learning photography". The New Indian Express. Retrieved 2023-08-12.
  4. ୪.୦ ୪.୧ "Dharti Bhatt on REPLACING Rachi Sharma as Rashmi in Woh Toh Hai Albela and new twist in the show". Zoom TV (in ଇଂରାଜୀ). Retrieved 2023-05-01.
  5. ୫.୦ ୫.୧ "Dharti Bhatt on her character Rashmi in 'Woh Toh Hai Albela'". Tribune India.
  6. "Hats Off Production | Mahisagar". www.hatsoffproduction.com. Retrieved 2023-08-12.

ବାହାର ଲିଙ୍କ୍

[ସମ୍ପାଦନା]