ଧରତୀ ଭଟ୍ଟ
ଧରତୀ ଭଟ୍ଟ | |
|---|---|
| ଜନ୍ମ | ୭ ସେପ୍ଟେମ୍ବର ଅହମ୍ମଦାବାଦ, ଗୁଜରାଟ, ଭାରତ |
| ଜାତୀୟତା | ଭାରତୀୟ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୨-ଏବେଯାଏଁ |
| ପ୍ରସିଦ୍ଧି |
|
ଧରତୀ ଭଟ୍ଟ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ସକ୍ରିୟ ଭାବରେ କାମ କରୁଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ମାହିସାଗରରେ ମାହି ଭୂମିକା ପାଇଁ, କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍?ରେ ପ୍ରତିଭା ପାଇଁ, ୱୋ ତୋ ହୈ ହି ଅଲବେଲାରେ ରଶ୍ମି ଭୂମିକା ପାଇଁ ଏବଂ ଦଙ୍ଗଲ ଟିଭିରେ ପ୍ରସାରିତ ଧାରାବାହିକ ପୂର୍ଣ୍ଣିମାରେ ବତ୍ସାଲା ଭୂମିକା ପାଇଁ ସେ ମୁଖ୍ୟତଃ ଜଣାଶୁଣା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଧରତୀ ଅହମ୍ମଦାବାଦର ଏକ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]୨୦୧୨ ମସିହାରେ, ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ଲଭ୍ ମ୍ୟାରେଜ୍ ୟା ଆରେଞ୍ଜ୍ ମ୍ୟାରେଜ୍, ଯେଉଁଥିରେ ସେ ନେତ୍ରା ସିଶୋଦିୟା ଭୂମିକାରେ ଅଭିନୟ କରିଥିଲେ । ୨୦୧୩ ମସିହାରେ, ସେ ଯୋଦ୍ଧା ଆକବର ଧାରାବାହିକରେ ସୁକନ୍ୟା ଭୂମିକାରେ ଅଭିନୟ କରିଥିଲେ । ୨୦୧୩ ମସିହାରୁ ୨୦୧୫ ଯାଏଁ, ସେ ମାହିସାଗର ଧାରାବାହିକରେ ମାହି ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ, ନୟା ମାହିସାଗରରେ ସେ ପୁଣିଥରେ ମାହି ଭୂମିକାରେ ଅଭିନୟ କରିଥିଲେ ।[୨]
୨୦୧୭ରୁ ୨୦୧୯ ମସିହା ଯାଏଁ, ଷ୍ଟାର୍ ଭାରତରେ ପ୍ରସାରିତ ଧାରାବାହିକ କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍?ରେ ସେ ପ୍ରତିଭା ପାଞ୍ଚାଲ ଭୂମିକାରେ ଅଭିନୟ କରିଥିଲେ ।[୩] ଆଣ୍ଡ୍ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ପରମାବତାର ଶ୍ରୀ କୃଷ୍ଣରେ ସେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ରୂପ୍ - ମର୍ଦ କା ନୟା ସ୍ୱରୂପରେ ସେ ସେୱା ଭୂମିକାରେ ଅଭିନୟ କରିଥିଲେ ।
୨୦୨୦ ମସିହାରେ, ସେ ଆଣ୍ଡ୍ ଟିଭିରେ ପ୍ରସାରିତ ଧାରାବାହିକ ସନ୍ତୋଷୀ ମାଆ - ସୁନାୟେଁ ବ୍ରତ କଥାୟେଁରେ ଡ. ନିଧି ଭୂମିକାରେ ଅଭିନ୍ୟ କରିଥିଲେ । ୨୦୨୧ରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଶକ୍ତି - ଅସ୍ତିତ୍ୱ କେ ଏହସାସ୍ କିରେ ନୟନତାରା ଭୂମିକାରେ ଅଭିନୟ କରିଥିଲେ । ଡିସେମ୍ବର ୨୦୨୨ରୁ ଜୁନ ୨୦୨୩ ଯାଏଁ, ସେ ଷ୍ଟାର୍ ଭାରତରେ ୱୋ ତୋ ହୈ ଅଲ୍ବେଲା ଧାରାବାହିକରେ ରଶ୍ମି ନକୁଲ ଚୌଧୁରୀ ଭାବରେ ଅଭିନୟ କରିଥିଲେ ।[୪][୫]
ଅଭିନୀତ ଧାରାବାହିକ
[ସମ୍ପାଦନା]| Year | Title | Role | Ref. |
|---|---|---|---|
| ୨୦୧୨–୨୦୧୩ | ଲଭ୍ ମ୍ୟାରେଜ୍ ୟା ଆରେଞ୍ଜ୍ ମ୍ୟାରେଜ୍ | ନେତ୍ରା ସିଶୋଦିୟା | |
| ୨୦୧୩ | ଯୋଦ୍ଧା ଆକବର | ସୁକନ୍ୟା | |
| ୨୦୧୩–୨୦୧୫ | ମାହିସାଗର | ମାହି | [୬] |
| ୨୦୧୬ | ନୟା ମାହିସାଗର | ମାହି | [୨] |
| ୨୦୧୭–୨୦୧୯ | କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍? | ପ୍ରତିଭା ପାଞ୍ଚାଲ | [୩] |
| ୨୦୧୯ | ପରମାବତାର ଶ୍ରୀ କୃଷ୍ଣ | ଦେବୀ ପାର୍ବତୀ | |
| ରୂପ୍ - ମର୍ଦ କା ନୟା ସ୍ୱରୂପ | ସେୱା | ||
| ୨୦୨୦ | ସନ୍ତୋଷୀ ମାଆ - ସୁନାୟେଁ ବ୍ରତ କଥାୟେଁ | ଡ. ନିଧି | |
| ୨୦୨୧ | ଶକ୍ତି - ଅସ୍ତିତ୍ୱ କେ ଏହସାସ୍ କି | ନୟନତାରା | |
| ସରଗମ କି ସାଢ଼େ ସାତି | ପିଙ୍କି | ||
| ୨୦୨୨–୨୦୨୩ | ୱୋ ତୋ ହୈ ଅଲ୍ବେଲା | ରଶ୍ମି ନକୁଲ ଚୌଧୁରୀ | [୪][୫] |
| ୨୦୨୩–୨୦୨୪ | ପୂର୍ଣ୍ଣିମା | ବତ୍ସଲା |
ପୁରସ୍କାର ଓ ନାମାଙ୍କନ
[ସମ୍ପାଦନା]| ବର୍ଷ | କାମ | ପୁରସ୍କାର | ବର୍ଗ | ଫଳାଫଳ |
|---|---|---|---|---|
| ୨୦୧୯ | କ୍ୟା ହାଲ୍, ମିଷ୍ଟର୍ ପାଞ୍ଚାଲ୍? | ଇଣ୍ଡିଅନ୍ ଟେଲି ଆୱାର୍ଡ଼ସ୍ | ହାସ୍ୟ ଅଭିନୟରେ ଶ୍ରେଷ୍ଠ ଅଭିନେତ୍ରୀ | ମନୋନୀତ |
ଆଧାର
[ସମ୍ପାଦନା]- ↑ "Gujaratis take the lead on prime time TV". Times of India. Archived from the original on 2016-01-17. Retrieved 2016-8-4
- ↑ ୨.୦ ୨.୧ "Big Magic to launch new season of 'Mahisagar' on 22 Feb | TelevisionPost.com". www.televisionpost.com. Archived from the original on 2016-09-15. Retrieved 2016-09-04.
- ↑ ୩.୦ ୩.୧ "'Kya Haal Mr Paanchal?' star Dharti Bhatt learning photography". The New Indian Express. Retrieved 2023-08-12.
- ↑ ୪.୦ ୪.୧ "Dharti Bhatt on REPLACING Rachi Sharma as Rashmi in Woh Toh Hai Albela and new twist in the show". Zoom TV (in ଇଂରାଜୀ). Retrieved 2023-05-01.
- ↑ ୫.୦ ୫.୧ "Dharti Bhatt on her character Rashmi in 'Woh Toh Hai Albela'". Tribune India.
- ↑ "Hats Off Production | Mahisagar". www.hatsoffproduction.com. Retrieved 2023-08-12.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଧରତୀ ଭଟ୍ଟ
- ଇନଷ୍ଟାଗ୍ରାମରେ ଧରତୀ ଭଟ୍ଟ