ଡେନିଲିଉକିନ ଡିଫ୍ଟିଟକ୍ସ
| Clinical data | |
|---|---|
| Pronunciation | den" i loo' kin dif' ti tox[୧] |
| Trade names | Ontak |
| AHFS/Drugs.com | monograph |
| MedlinePlus | a611024 |
| Pregnancy category |
|
| Routes of administration | Intravenous |
| Legal status | |
| Legal status |
|
| Pharmacokinetic data | |
| Elimination half-life | 70-80 min |
| Identifiers | |
| |
| Chemical and physical data | |
| Formula | C2560H4042N678O799S17 |
| Molar mass | ୫୭,୬୪୭.୪୬ g·mol−1 |
| (verify) | |
ଡେନିଲିଉକିନ ଡିଫ୍ଟିଟକ୍ସ, (ଇଂରାଜୀ ଭାଷାରେ Denileukin diftitox), ଓଣ୍ଟାକ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ୟୁଟାନିଅସ ଟି-ଜୀବକୋଷ ଲିମ୍ଫୋମା (CTCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] କେତେକ ନିର୍ଦ୍ଦିଷ୍ଟ ମାମଲାରେ ଏହା ବ୍ୟବହୃତ ହୁଏ ଯାହା ନିମନ୍ତେ ଅନ୍ୟ ଚିକିତ୍ସା ବିଫଳ ହୋଇଥାଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାଣ, ଜ୍ୱର, ବାନ୍ତି, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟାପିଲାରୀ ଲିକ୍ ସିଣ୍ଡ୍ରୋମ, ନିମ୍ନ ରକ୍ତଚାପ, ଯକୃତ ସମସ୍ୟା, ସଂକ୍ରମଣ, ରକ୍ତ ଜମାଟ ବାନ୍ଧିବା, ଅଗ୍ନାଶୟ ରୋଗ ଏବଂ ଫୁସଫୁସ ଇଡିମା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଏକ ଫ୍ୟୁଜନ୍ ପ୍ରୋଟିନ୍ ଯାହା ମାନବ ଇଣ୍ଟରଲିଉକିନ୍-୨ (ଆଇଏଲ୍-୨) ସହିତ ଡିଫଥେରିଆ ଟକ୍ସିନ୍ ଖଣ୍ଡର ମିଶ୍ରଣ ହୋଇଥାଏ ।[୧]
୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେନିଲିଉକିନ ଡିଫ୍ଟିଟକ୍ସ ଅନୁମୋଦିତ ହୋଇଥିଲା ।[୨] ପ୍ରସ୍ତୁତ ହେବା ପରେ ଏହି ଔଷଧ ଦେବା ଆରମ୍ଭ ହେଲାବେଳେ ଚିକିତ୍ସିତ ବ୍ୟକ୍ତିଙ୍କ ପାଇଁ ପ୍ରାୟ ୨୫,୦୦୦ରୁ ୫୦,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[୩] ଏହା ଅବଶ୍ୟ ଉତ୍ପାଦନରେ ଅସୁବିଧା ହେତୁ ୨୦୧୪ ମସିହାରେ ବନ୍ଦ ହୋଇଗଲା । [୪]
ଆଧାର
[ସମ୍ପାଦନା]- 1 2 3 4 5 "Denileukin Diftitox". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 8 May 2021. Retrieved 23 December 2021.
- 1 2 3 "Denileukin Monograph for Professionals". Drugs.com (in ଇଂରାଜୀ). Archived from the original on 30 November 2021. Retrieved 23 December 2021.
- ↑ "FDA approves Ligand's Ontak for cutaneous T cell lymphoma - Pharmaceut". www.thepharmaletter.com. Archived from the original on 11 January 2022. Retrieved 23 December 2021.
- ↑ Shafiee, Fatemeh; Aucoin, Marc G.; Jahanian-Najafabadi, Ali (18 October 2019). "Targeted Diphtheria Toxin-Based Therapy: A Review Article". Frontiers in Microbiology. 10: 2340. doi:10.3389/fmicb.2019.02340.
{{cite journal}}: CS1 maint: unflagged free DOI (link)