Jump to content

ଦୀକ୍ଷା ସେଠ

ଉଇକିପିଡ଼ିଆ‌ରୁ
(Deeksha Sethରୁ ଲେଉଟି ଆସିଛି)
ଦୀକ୍ଷା ସେଠ
୨୦୧୨ରେ ଦୀକ୍ଷା
ଜନ୍ମ (1990-02-14) ୧୪ ଫେବୃଆରୀ ୧୯୯୦ (ବୟସ ୩୪)
ଶିକ୍ଷାନୁଷ୍ଠାନମାୟୋ କଲେଜ ଗାର୍ଲସ୍ ସ୍କୁଲ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ
ଉଚ୍ଚତା୧.୭୫ m (୫ ft 9 in)[]

ଦୀକ୍ଷା ସେଠ (ଜନ୍ମ: ୧୪ ଫେବୃଆରୀ ୧୯୯୦)[][] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ସେ ୨୦୦୯ରେ ଫେମିନା ମିସ୍ ଇଣ୍ଡିଆର ଫାଇନାଲର ପ୍ରତିଭାଗୀ ଥିଲେ । ୨୦୧୦ ମସିହାରେ ସେ ବେଦମ୍ ଚଳଚ୍ଚିତ୍ର ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଦୀକ୍ଷା ୧୪ ଫେବୃଆରୀ ୧୯୯୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[] ଯେହେତୁ ତାଙ୍କ ବାପା ଆଇ.ଟି.ସି ଲିମିଟେଡରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କର ବାରମ୍ବାର ବଦଳି ପାଇଁ ତାଙ୍କ ପରିବାର ସବୁବେଳେ ଭାରତର ବିଭିନ୍ନ ସ୍ଥାନ ଯଥା, ମୁମ୍ବାଇ, ଚେନ୍ନାଇ, କଲିକତା, ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ ଏବଂ ନେପାଳର କାଠମାଣ୍ଡୁ ଭଳି ସ୍ଥାନରେ ଅବସ୍ଥାନ କରିଥିଲେ ।[] ସେ ଚେନ୍ନାଇରେ ତୃତୀୟ ଶ୍ରେଣୀ ଯାଏଁ ପଢ଼ିଥିଲେ ।[] ଏବଂ ମୁମ୍ବାଇରେ ମହାବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ତାଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି ଯିଏକି ଏବେ ମୁମ୍ବାଇରେ କାର୍ଯ୍ୟରତ ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୦୯ରେ ଦୀକ୍ଷା ତାଙ୍କ କଲେଜର ପ୍ରଥମ ବର୍ଷରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ଭାବ ନେଇଥିଲେ । ଏହାପରେ ସେ ମଡେଲିଂରେ ଯୋଗ ଦେଇଥିଲେ ।[] ସେ ତାଙ୍କ ବାପାଙ୍କର ଜଣେ ବନ୍ଧୁଙ୍କ ସ‌ହାୟତାରେ ଏକ ପୋର୍ଟଫୋଲିଓ ତିଆରି କରିଥିଲେ, ମାତ୍ର ଅଭିଜ୍ଞତାର ଅଭାବ ଯୋଗୁଁ ସେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ରହିଥିଲେ, ଅଧିକ ଉପରକୁ ଯାଇପାରିନଥିଲେ ଏବଂ ଫ୍ରେସ୍ ଫେସ୍ ଶୀର୍ଷକ ତାଙ୍କୁ ମିଳିଥିଲା ।[]

ମଡେଲିଂ କାମ ସ‌ମୟରେ ତେଲୁଗୁ କଥାଚିତ୍ର ନିର୍ଦ୍ଦେଶକ କ୍ରିସ୍ ତାଙ୍କୁ ବେଦମ୍ ଚଳଚ୍ଚିତ୍ର ପାଇଁ ନେଇଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ଅଲ୍ଲୁ ଅର୍ଜୁନ, ଅନୁଷ୍କା ସେଟ୍ଟୀ ପ୍ରମୁଖ ଅଭିନୟ କରିଥିଲେ ।[] ଏହି ଚଳଚ୍ଚିତ୍ର ପାଇଁ ୭୦ଜଣେ ଝିଅଙ୍କର ଅଡ଼ିସନ୍ ନେବା ପରେ ସେମାନେ ଦୀକ୍ଷାଙ୍କୁ ବାଛିଥିଲେ ।[] ଦୀକ୍ଷାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟି ଅନେକ ସଫଳତା ପାଇବା ସ‌ହ ବିଭିନ୍ନ ପୁରସ୍କାର ମଧ୍ୟ ପାଇଥିଲା । ଏହାପରେ ଦୀକ୍ଷା ରବି ତେଜାଙ୍କ ସ‌ହ ମିରାପାକାୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[] ଏହି ଚଳଚ୍ଚିତ୍ରଟି ମଧ୍ୟ ଅନେକ ସଫଳତା ପାଇଥିଲା ।[][୧୦] ଏହାର ୨ ସପ୍ତାହ ପରେ ତାଙ୍କର ୩ୟ ଚଳଚ୍ଚିତ୍ର ୱାଣ୍ଟେଡ୍ ଗୋପିଚାନ୍ଦଙ୍କ ସ‌ହ ମୁକ୍ତିଲାଭ କରିଥିଲା ।[୧୧] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇପାରିନଥିଲା ।[୧୨] ଏହାପରେ ୨୦୧୨ରେ ପ୍ରଭାସଙ୍କ ସ‌ହ ତାଙ୍କର ରେବେଲ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସ‌ହ ତମନ୍ନା ଭାଟିଆ ମଧ୍ୟ ଅଭିନୟ କରିଥିଲେ ।[୧୩] ୨୦୧୨ରେ ରବି ତେଜାଙ୍କ ସ‌ହ ନିପ୍ପୁ ଚଳଚ୍ଚିତ୍ରରେ ଦୀକ୍ଷା ଅଭିନୟ କରିଥିଲେ ।[୧୪] ଏଥିସ‌ହ ୨୦୧୨ରେ ତାଙ୍କର ଉ କୋଡ଼ାଥାରା ଉକି ପଡ଼ାଥାରା ମଧ୍ୟ ମୁକ୍ତିଲାଭ କରିଥିଲା ।[୧୫]

୨୦୧୧ରେ ସେ ଅଭିନେତା ବିକ୍ରମଙ୍କ ସ‌ହ ରାଜାପଟ୍ଟାଇ ଚଳଚ୍ଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ମଧ୍ୟ ଅଭିନୟ ଆରମ୍ଭ କରିଥିଲେ ।[୧୬] ୨୦୧୪ରେ ଦୀକ୍ଷା ହିନ୍ଦୀ କଥାଚିତ୍ର ଲେକର୍ ହମ୍ ଦିୱାନା ଦିଲ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ୨୦୧୦: ବେଦମ୍ (ତେଲୁଗୁ)
  • ୨୦୧୧: ମୀରାପାକାୟ (ତେଲୁଗୁ)
  • ୨୦୧୧: ୱାଣ୍ଟେଡ୍ (ତେଲୁଗୁ)
  • ୨୦୧୧: ରାଜାପଟ୍ଟାଇ (ତାମିଲ)
  • ୨୦୧୨: ନିପ୍ପୁ (ତେଲୁଗୁ)
  • ୨୦୧୨: ଉ କୋଡ଼ାଥାରା ଉକି ପଡ଼ାଥାରା (ତେଲୁଗୁ)
  • ୨୦୧୨: ରେବେଲ୍ (ତେଲୁଗୁ)
  • ୨୦୧୪: ଲେକର୍ ହମ୍ ଦିୱାନା ଦିଲ୍ (ହିନ୍ଦୀ)
  • ୨୦୧୪: ଦ ହାଉସ୍ ଅଫ୍ ଦ ଡେଡ୍ ୨ (ହିନ୍ଦୀ)
  • ୨୦୧୬: ଜଗ୍ଗୁ ଦାଦା (କନ୍ନଡ଼)
  • ୨୦୧୬: ସାତ୍ କଦମ୍ (ହିନ୍ଦୀ)
  1. ୧.୦ ୧.୧ "DEEKSHA SETH – PROFILE". The Times Of India. India. Archived from the original on 2013-05-15. Retrieved 2017-05-31.
  2. "Miss India 2009: Deeksha Seth". Times Of India. Archived from the original on 12 May 2014. Retrieved 31 May 2017.
  3. "Deeksha Seth turns 22 on Valentine's day". Kolly Talk. 15 February 2012. Archived from the original on 14 July 2014. Retrieved 31 May 2017.
  4. ୪.୦ ୪.୧ Bhat, Prashant (5 January 2011). "Deeksha: I'm not insecure". Times of India. India. Archived from the original on 4 November 2012. Retrieved 31 May 2017.
  5. ୫.୦ ୫.୧ ୫.୨ Deeksha Seth | Vedam Heroine Deeksha Seth | Mirapakay | Femina Miss India Finalist | Video Interview – Video Interviews & Specials Archived 2011-01-19 at the Wayback Machine.. CineGoer.com (1 January 2008). Retrieved on 31 May 2017.
  6. "I don`t give a damn about rumors". Sify.com (22 July 2011). Retrieved on 31 May 2017.
  7. ୭.୦ ୭.୧ ୭.୨ Gupta, Rinku (17 August 2011). "Deeksha Seth returns to Chennai". The New Indian Express. India. Retrieved 31 May 2017.[permanent dead link]
  8. Brahmi terms Deeksha a 'Tolly Katrina' – Telugu Movie News. IndiaGlitz. Retrieved on 31 May 2017.
  9. Mirapakay completes 100 days – Telugu Movie News. IndiaGlitz. Retrieved on 31 May 2017.
  10. Mirapakay Collections | Mirapakay Box-office Collections | Ravi Teja | Ramesh Puppala | Harish Shankar | Deeksha Seth | Richa Gangopadhyay. CineGoer.com (21 January 2011). Retrieved on 31 May 2017.
  11. Narasimham, ML (27 November 2010). "Police drama with a twist". The Hindu. Chennai, India. Retrieved 31 May 2017.
  12. 'Mogudu' title confirmed for Gopichand's next – Telugu Movie News. IndiaGlitz. Retrieved on 31 May 2017.
  13. Prabhas with Anushka, Deeksha Seth. Sify.com (16 May 2011). Retrieved on 31 May 2017.
  14. Deeksha opposite Ravi Teja again. Sify.com (25 May 2011). Retrieved on 31 May 2017.
  15. Gandharva Mahal gets ready for 'OKUP' – Telugu Movie News. IndiaGlitz. Retrieved on 31 May 2017.
  16. "Deeksha to begin Kollywood career". The Times Of India. India. 1 March 2011. Archived from the original on 2012-06-12. Retrieved 2017-05-31.

ଅଧିକ ତ‌ଥ୍ୟ

[ସମ୍ପାଦନା]