Jump to content

ଡାରବେପୋଏଟିନ ଆଲଫା

ଉଇକିପିଡ଼ିଆ‌ରୁ
(Darbepoetin alfaରୁ ଲେଉଟି ଆସିଛି)
ଡାରବେପୋଏଟିନ ଆଲଫା
Clinical data
Pronunciation/dɑːrbəˈpɪtɪn/
Trade namesAranesp, Cresp, others
AHFS/Drugs.commonograph
MedlinePlusa604022
data
Pregnancy
category
    Routes of
    administration
    Intravenous, subcutaneous injection
    Legal status
    Legal status
    • AU: S4 (Prescription only)
    • US: ℞-only
    • ℞ (Prescription only)
    Chemical and physical data
    FormulaC815H1317N233O241S5
    Molar mass୧୮,୩୯୬.୧୯ g·mol−1
      (verify)

    ଡାରବେପୋଏଟିନ ଆଲଫା, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାରଣ୍ଡ ନାମ ଆରାନେସପ, ନାମରେ ହେଉଛି ଏକ ଔଷଧ ଯାହା କ୍ରନିକ୍ ବୃକ୍‌କ ବିଫଳତା କିମ୍ବା କେମୋଥେରାପି କାରଣରୁ ସ୍ୱଳ୍ପ ଲାଲ ରକ୍ତ କଣିକା ହେଉଥିଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[] ୧୧୦ଗ୍ରା/ଲିରୁ ଅଧିକ ହେମୋଗ୍ଲୋବିନ ହାସଲ କରିବାକୁ ଏହା ସୁପାରିଶ କରାଯାଏ ନାହିଁ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ଆଲର୍ଜି ପ୍ରତିକ୍ରିୟା ଏବଂ ଫୁଲା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ କର୍କଟ ରୋଗ ଖରାପ ଦିଗକୁ ଗତି କରିପାରେ ।[] ଏହା ଏରିଥ୍ରୋପୋଏଟିନ ଭଳି କାମ କରେ ଯାହା ଅସ୍ଥି ମଜ୍ଜାରୁ ଲାଲ ରକ୍ତ କଣିକା ଉତ୍ପାଦନ କରେ ।[] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ହୁଏ । []

    ୨୦୦୧ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡାରବେପୋଏଟିନ ଆଲଫା ଅନୁମୋଦିତ ହୋଇଥିଲା ।[] [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ଯୁକ୍ତରାଜ୍ୟରେ ସପ୍ତାହକୁ ୪୦ ମାଇକ୍ରୋଗ୍ରାମ ମାତ୍ରା ହିସାବରେ ୪ ସପ୍ତାହ ଖର୍ଚ୍ଚ କଲେ ଏହାର ମୂଲ୍ୟ ପ୍ରାୟ ୨୩୫ ପାଉଣ୍ଡ ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅଟେ ।[]

    1. 1 2 "Darbepoetin alfa (Aranesp) Use During Pregnancy". Drugs.com. 31 December 2018. Archived from the original on 7 April 2020. Retrieved 7 April 2020.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1059. ISBN 978-0857114105.
    3. 1 2 3 4 "Darbepoetin Alfa Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 21 December 2021.
    4. 1 2 3 "Aranesp". Archived from the original on 12 November 2020. Retrieved 21 December 2021.
    5. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    6. "Darbepoetin Alfa Prices, Coupons & Savings Tips - GoodRx". GoodRx. Retrieved 21 December 2021.