ଡାରବେପୋଏଟିନ ଆଲଫା

ଉଇକିପିଡ଼ିଆ‌ରୁ
ଡାରବେପୋଏଟିନ ଆଲଫା
Clinical data
Pronunciation/dɑːrbəˈpɪtɪn/
Trade namesAranesp, Cresp, others
AHFS/Drugs.commonograph
MedlinePlusa604022
data
Pregnancy
category
Routes of
administration
Intravenous, subcutaneous injection
Legal status
Legal status
  • AU: S4 (Prescription only)
  • US: ℞-only
  • ℞ (Prescription only)
Chemical and physical data
FormulaC815H1317N233O241S5
Molar mass୧୮,୩୯୬.୧୯ g·mol−1
  (verify)

ଡାରବେପୋଏଟିନ ଆଲଫା, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାରଣ୍ଡ ନାମ ଆରାନେସପ, ନାମରେ ହେଉଛି ଏକ ଔଷଧ ଯାହା କ୍ରନିକ୍ ବୃକ୍‌କ ବିଫଳତା କିମ୍ବା କେମୋଥେରାପି କାରଣରୁ ସ୍ୱଳ୍ପ ଲାଲ ରକ୍ତ କଣିକା ହେଉଥିଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୨] ୧୧୦ଗ୍ରା/ଲିରୁ ଅଧିକ ହେମୋଗ୍ଲୋବିନ ହାସଲ କରିବାକୁ ଏହା ସୁପାରିଶ କରାଯାଏ ନାହିଁ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ଆଲର୍ଜି ପ୍ରତିକ୍ରିୟା ଏବଂ ଫୁଲା ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ କର୍କଟ ରୋଗ ଖରାପ ଦିଗକୁ ଗତି କରିପାରେ ।[୩] ଏହା ଏରିଥ୍ରୋପୋଏଟିନ ଭଳି କାମ କରେ ଯାହା ଅସ୍ଥି ମଜ୍ଜାରୁ ଲାଲ ରକ୍ତ କଣିକା ଉତ୍ପାଦନ କରେ ।[୪] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ହୁଏ । [୩]

୨୦୦୧ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡାରବେପୋଏଟିନ ଆଲଫା ଅନୁମୋଦିତ ହୋଇଥିଲା ।[୪] [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୫] ଯୁକ୍ତରାଜ୍ୟରେ ସପ୍ତାହକୁ ୪୦ ମାଇକ୍ରୋଗ୍ରାମ ମାତ୍ରା ହିସାବରେ ୪ ସପ୍ତାହ ଖର୍ଚ୍ଚ କଲେ ଏହାର ମୂଲ୍ୟ ପ୍ରାୟ ୨୩୫ ପାଉଣ୍ଡ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Darbepoetin alfa (Aranesp) Use During Pregnancy". Drugs.com. 31 December 2018. Archived from the original on 7 April 2020. Retrieved 7 April 2020.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1059. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ "Darbepoetin Alfa Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 21 December 2021.
  4. ୪.୦ ୪.୧ ୪.୨ "Aranesp". Archived from the original on 12 November 2020. Retrieved 21 December 2021.
  5. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  6. "Darbepoetin Alfa Prices, Coupons & Savings Tips - GoodRx". GoodRx. Retrieved 21 December 2021.