ଡାପ୍ସୋନ୍
| Clinical data | |
|---|---|
| Trade names | Aczone |
| AHFS/Drugs.com | monograph |
| MedlinePlus | a682128 |
| Pregnancy category | |
| Routes of administration | Oral, Topical |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 70 to 80% |
| Protein binding | 70 to 90% |
| Metabolism | Hepatic (mostly CYP2E1-mediated) |
| Elimination half-life | 20 to 30 hours |
| Excretion | Renal |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.001.136 |
| Chemical and physical data | |
| Formula | C12H12N2O2S |
| Molar mass | 248.302 gmol−1 |
| 3D model (JSmol) | |
| |
| |
| (verify) | |
ଡାପ୍ସୋନ୍ ବା ଡାଇଆମିନୋଡାଇଫିନାଇଲସଲ୍ଫୋନ୍, ସଂକ୍ଷେପରେ ଡିଡିଏସ୍ (ଇଂରାଜୀରେ ଯଥାକ୍ରମେ Dapsone, diaminodiphenyl sulfone, DDS),[୧] ଏକ ଆଣ୍ଟିବାୟୋଟିକ ଯାହା କୁଷ୍ଠ ରୋଗ ନିମନ୍ତେ ରିଫାମ୍ପିସିନ ଓ କ୍ଲୋଫାଜିମିନ ସହିତ ଦିଆଯାଏ । [୨] ନିମୋସିସ୍ଟାଇଟିସ ନିମୋନିଆର ଚିକିତ୍ସା ତଥା ପ୍ରତିଷେଧ ଆକାରରେ ଓ ଇମ୍ମ୍ୟୁନିଟି କମ ଥିବା ଟକ୍ସୋପ୍ଲାଜ୍ମୋସିସ ରୋଗର ପ୍ରତିଷଧକ ରୂପେ ଏହି ଔଷଧ ଦିଆଯାଏ । [୨] ଅଧିକନ୍ତୁ ଏହା ମୁଖବ୍ରଣ ଓ ଅନ୍ୟାନ୍ୟ ଚର୍ମ ରୋଗ ନିମନ୍ତେ ଦିଆଯାଏ । [୩] ଡାପ୍ସୋନ୍ ପାଟିବାଟେ ଦିଆଯାଏ ଓ ସ୍ଥାନୀୟ ଭାବରେ ମଧ୍ୟ ଦିଆଯାଏ । [୪]
ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ ଯଥାକ୍ରମେ ରକ୍ତ କଣିକା କମିଯିବା, ଗ୍ଲୁକୋଜ-୬-ଫସ୍ଫେଟ ଡିହାଇଡ୍ରଜେନେଜ ଅଭାବ ଥିବା ଲୋକଙ୍କର ଲୋହିତ ରକ୍ତ କଣିକା ନଷ୍ଟ ହେବା, କିମ୍ବା ହାଇପରସେନ୍ସିଟିଭିଟି । [୨] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଓକାଳ ଲାଗିବା ଓ ଖାଦ୍ୟ ରୁଚି ଅଭାବ ହେବା । [୪] ଯକୃତ ପ୍ରଦାହ ଓ ଅନେକ ପ୍ରକାରର ଚର୍ମ ରାସ ହୁଏ । [୨] ଅନେକ ଚିକିତ୍ସକ ଗର୍ଭାବସ୍ଥାରେ କୁଷ୍ଠ ହୋଇଥିଲେ ଏହା ଦେବାକୁ ସୁପାରିସ କରୁଥିଲେ ମଧ୍ୟ ଏହାର ବିପଦମୁକ୍ତତା ଜଣାନାହିଁ । [୨] ଏହା ସଲଫୋନ୍ ଶ୍ରେଣୀର ଔଷଧ । [୨]
ଆଣ୍ଟିବାୟୋଟକ ହିସାବରେ ଡାପ୍ସୋନ୍ର ଅନୁଶୀଳନ ପ୍ରଥମେ ୧୯୩୭ ମସିହାରେ ହୋଇଥିଲା । [୩] ସନ ୧୯୪୫ରୁ କୁଷ୍ଠ ରୋଗ ନିମନ୍ତେ ଏହି ବ୍ୟବହାର ହେଲା [୩] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଯାହା ସାଧାରଣ ସ୍ୱାସ୍ଥ୍ୟ ପ୍ରଣାଳିରେ ଆବଶ୍ୟକ ହୁଏ । । [୫] ଏହା ଜେନେରିକ ନାମରେ ମିଳେ ଓ ଅତି ଶସ୍ତା । [୨][୬]
ଆଧାର
[ସମ୍ପାଦନା]- ↑ Thomas L. Lemke (2008). Foye's Principles of Medicinal Chemistry. Lippincott Williams & Wilkins. p. 1142. ISBN 9780781768795.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dapsone". The American Society of Health-System Pharmacists. Retrieved Jan 12, 2015.
- ↑ ୩.୦ ୩.୧ ୩.୨ Zhu,, YI; Stiller, MJ; et al. (2001). "Dapsone and sulfones in dermatology: overview and update". Journal of the American Academy of Dermatology. 45 (3): 420–34. doi:10.1067/mjd.2001.114733. PMID 11511841.
{{cite journal}}: CS1 maint: extra punctuation (link) - ↑ ୪.୦ ୪.୧ Joel E. Gallant (2008). Johns Hopkins HIV Guide 2012. Jones & Bartlett Publishers. p. 193. ISBN 9781449619794.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ Greenwood, David (2008). Antimicrobial Drugs: Chronicle of a Twentieth Century Medical Triumph. Oxford University Press. p. 197. ISBN 9780199534845.