ଦାମିନୀ (୧୯୯୩ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Daminiରୁ ଲେଉଟି ଆସିଛି)
ଦାମିନୀ
ନିର୍ଦ୍ଦେଶକରାଜକୁମାର ସନ୍ତୋଷୀ
ପ୍ରଯୋଜକଏଲି ମୋରାନୀ, କରିମ ମୋରାନୀ, ବଣ୍ଟି ସୁରମା
ସଂଳାପରାଜକୁମାର ସନ୍ତୋଷୀ
କାହାଣୀସୁତନୁ ଗୁପ୍ତା(କାହାଣୀ)
କଳାକାରମୀନାକ୍ଷି ଶେଷାଦ୍ରୀ, ସନ୍ନି ଦେଓଲ, ଋଷି କପୁର, ରୋହିଣୀ ହତଙ୍ଗଡି, କୁଳଭୂଷଣ ଖରବନ୍ଦା, ଅମରୀଶ ପୁରୀ, ଅମିର ଖାଁ
ସଙ୍ଗୀତନଦୀମ- ଶ୍ରାବଣ, ସମୀର(ଗୀତିକାର)
ମୁକ୍ତିଲାଭ ତାରିଖ
୪ ଏପ୍ରିଲ, ୧୯୯୩
କଥାଚିତ୍ରର ସମୟ
୧୭୬ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ

ଦାମିନୀ ହେଉଛି ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ରାଜକୁମାର ସନ୍ତୋଷୀ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମୀନାକ୍ଷି ଶେଷାଦ୍ରୀ, ସନ୍ନି ଦେଓଲ, ଋଷି କପୁର, ରୋହିଣୀ ହତଙ୍ଗଡି, କୁଳଭୂଷଣ ଖରବନ୍ଦା, ଅମରୀଶ ପୁରୀ ଇତ୍ୟାଦି । ଏଲି ମୋରାନୀ, କରିମ ମୋରାନୀ ଓ ବଣ୍ଟି ସୁରମା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ତତ୍‌କାଳୀନ ସମୟର ଏକ ଜଣାଶୁଣା ନାରିକୈନ୍ଦ୍ରିକ ହିନ୍ଦୀ ଚଳଚ୍ଚିତ । ସାମାଜିକ କୁସଂସ୍କାର ବିରୁଦ୍ଧରେ ଏକାକୀ ଲଢୁଥିବା ଜଣେ ନାରୀର ସଂଘର୍ଷ ଉପରେ କାହାଣିଟି ରଚିତ ।[୧][୨]

କାହାଣୀ[ସମ୍ପାଦନା]

ଶେଖର ଗୁପ୍ତା (ଋଷି କପୁର ଅଭିନୀତ), ଯିଏକି ଜଣେ ଧନୀ ବ୍ୟବସାୟୀ, ଦାମିନୀ (ମୀନାକ୍ଷି ଶେଷାଦ୍ରୀ ଅଭିନୀତ) ସହ ପ୍ରଥମ ଦେଖାରେ ହିଁ ପ୍ରେମରେ ପଡିଯାଆନ୍ତି । ବିବାହ ପରେ ଦିହେଁ ଏକ ଆଲିଶାନ ବଙ୍ଗଳାକୁ ଚାଲିଆସନ୍ତି । ହୋଲି ବେଳର କଥା । ଘରେ କେହି ନ ଥିବା ବେଳେ ଶେଖରର ଛୋଟ ଭାଇ ରାକେଶ (ଅଶ୍ୱିନୀ କୌଶାଲ ଅଭିନିତ) ଏବଂ ତାର କିଛି ଖଳ ପ୍ରକୃତିର ସାଙ୍ଗ ମାନଙ୍କଦ୍ୱାରା ଘରର ଚାକରାଣୀ ଉର୍ମୀକୁ ଧର୍ଷଣର ଶିକାର ହୁଏ । ତେବେ ଏ କଥା ଦାମିନୀ ଦେଖିପାରି ଶେଖରକୁ କହିବାକୁ ଦୌଡିଯାଏ । ହେଲେ ଶେଖର ଆସିବାରେ ଡେରି ହୋଇଯାଏ ଏବଂ ଇତିମଧ୍ୟରେ ଘଟଣା ପ୍ରଘଟ ହୋଇଯିବା ଭୟରେ ଧର୍ଷିତା ଉର୍ମୀକୁ ହତ୍ୟା କରିଦିଆଯାଏ । ଶେଖର ପରିବାର ଏକଥା ଜାଣିବା ପରେ ଲୋକ ଲଜ୍ଜ୍ୟା ତଥା ଆଇନ ଗତ କାର୍ଯ୍ୟାନୁଷ୍ଠାନ ଭୟରେ ଘଟଣାକୁ ଲୁଚାଇବାପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରନ୍ତି । ବାପା ଓ ମାଆ ସାନ ପୁଅ ରାକେଶର କୁକର୍ମ ଘୋଡାଇବାପାଇଁ ଚେଷ୍ଟା କରୁଥିବାବେଳେ ଦାମିନୀ କିନ୍ତୁ ଉର୍ମୀର ଧର୍ଷଣ ତଥା ହତ୍ୟା କରିଥିବା ଦୋଷୀକୁ ଦଣ୍ଡ ଦିଆଇ ଉର୍ମୀକୁ ନ୍ୟାୟ ଦେବାକୁ ଅଡିବସେ । ଶେଖର ଗୋଟିଏ ପକ୍ଷରେ ବାପ, ମାଅଙ୍କ କଥା ରଖିବା ସହିତ ସାମାଜିକ ସମ୍ମାନ ହାନିକୁ ଭୟ କରୁଥିବା ବେଳେ ସ୍ତ୍ରୀ ଦାମିନୀର ଅପ୍ରିୟ ସତ୍ୟକୁ ସାମନା କରିବାକୁ ସାହସ ଜୁଟାଇପାରେ ନି । ହେଲେ ଦାମିନୀ କିନ୍ତୁ ଶତ ବାଧା ବିଧ୍ନ ସତ୍ତ୍ୱେ ବି ଉର୍ମୀକୁ ନ୍ୟାୟ ଦେବାକୁ ଅଣ୍ଟା ଭିଡେ । ଦାମିନୀର ସଂଘର୍ଷ, ଶେଖର ଗୁପ୍ତାର ମାନସିକ ଦ୍ୱନ୍ଦ ତଥା ଅଦାଲତରେ ଦାମିନୀକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଓକିଲଙ୍କ ପେଞ୍ଚ ମଧ୍ୟରେ କାହାଣୀ ବହୁ ରୋମାଞ୍ଚକର ପରିସ୍ଥିତି ମଧ୍ୟରେ ଗତି କରିଛି ।

ପରିଶେଷରେ ସତ୍ୟର ଜୟ ହୋଇଛି । ଶେଖର ମଧ୍ୟ ନିଜର କର୍ତ୍ତବ୍ୟ ବୁଝିପାରି ଦାମିନୀର ପକ୍ଷ ନେଇଛି ଏବଂ ଉର୍ମୀର ଦୋଷୀକୁ ଦଣ୍ଡ ଦିଆଇବାରେ ସକ୍ଷମ ହୋଇଛି ।

ଚରିତ୍ର[ସମ୍ପାଦନା]

ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଅମିର ଖାଁ, ଟିନୁ ଆନନ୍ଦ ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ
ଜବ୍ ସେ ତୁମ୍‌କୋ ଦେଖା ହେ ସନମ୍ କୁମାର ସାନୁ, ସାଧନା ସରଗମ୍
ଗବାହ ହେ ଚାନ୍ଦ ତାରେ କୁମାର ସାନୁ, ଆଲ୍‌କା ୟାଗ୍ନିକ୍‌
ବିନ୍ ସାଜନ ଝୁଲା ଝୁଲୁ କୁମାର ସାନୁ, ସାଧନା ସରଗମ୍
ସଚ୍ଚା ଆଶିକ ହେ ତୋ କୁମାର ସାନୁ, ଆଲ୍‌କା ୟାଗ୍ନିକ୍‌
କାଗା ତୋ ଉଡ୍ ଗୟା ଆଲ୍‌କା ୟାଗ୍ନିକ୍‌

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଫିଲ୍ମଫେୟାର ଆୱାର୍ଡ[ସମ୍ପାଦନା]

  • ଶ୍ରେଷ୍ଠ ନିର୍ଦ୍ଦେଶକ --- ରାଜ କୁମାର ସନ୍ତୋଷୀ
  • ଶ୍ରେଷ୍ଠ ସହ ଅଭିନେତା --- ସନ୍ନି ଦେଓଲ[୩]
  • ଶ୍ରେଷ୍ଠ ଅଭିନେତ୍ରୀ (ମନୋନୀତ) --- ମୀନାକ୍ଷି ଶେଷାଦ୍ରୀ

ଆଧାର[ସମ୍ପାଦନା]

  1. "Damini". Retrieved 7 June 2018.
  2. "Damini – Bollywood portraying Women's power". Retrieved 7 June 2018.
  3. Awards IMDB.

ବାହାର ଆଧାର[ସମ୍ପାଦନା]