ଦାମିନୀ (୧୯୯୩ର ହିନ୍ଦୀ କଥାଚିତ୍ର)
ଦାମିନୀ | |
---|---|
ନିର୍ଦ୍ଦେଶକ | ରାଜକୁମାର ସନ୍ତୋଷୀ |
ପ୍ରଯୋଜକ | ଏଲି ମୋରାନୀ, କରିମ ମୋରାନୀ, ବଣ୍ଟି ସୁରମା |
ସଂଳାପ | ରାଜକୁମାର ସନ୍ତୋଷୀ |
କାହାଣୀ | ସୁତନୁ ଗୁପ୍ତା(କାହାଣୀ) |
କଳାକାର | ମୀନାକ୍ଷି ଶେଷାଦ୍ରୀ, ସନ୍ନି ଦେଓଲ, ଋଷି କପୁର, ରୋହିଣୀ ହତଙ୍ଗଡି, କୁଳଭୂଷଣ ଖରବନ୍ଦା, ଅମରୀଶ ପୁରୀ, ଅମିର ଖାଁ |
ସଙ୍ଗୀତ | ନଦୀମ- ଶ୍ରାବଣ, ସମୀର(ଗୀତିକାର) |
ମୁକ୍ତିଲାଭ ତାରିଖ | ୪ ଏପ୍ରିଲ, ୧୯୯୩ |
କଥାଚିତ୍ରର ସମୟ | ୧୭୬ ମିନିଟ |
ଦେଶ | ଭାରତ |
ଭାଷା | ହିନ୍ଦୀ |
ଦାମିନୀ ହେଉଛି ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ରାଜକୁମାର ସନ୍ତୋଷୀ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମୀନାକ୍ଷି ଶେଷାଦ୍ରୀ, ସନ୍ନି ଦେଓଲ, ଋଷି କପୁର, ରୋହିଣୀ ହତଙ୍ଗଡି, କୁଳଭୂଷଣ ଖରବନ୍ଦା, ଅମରୀଶ ପୁରୀ ଇତ୍ୟାଦି । ଏଲି ମୋରାନୀ, କରିମ ମୋରାନୀ ଓ ବଣ୍ଟି ସୁରମା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ତତ୍କାଳୀନ ସମୟର ଏକ ଜଣାଶୁଣା ନାରିକୈନ୍ଦ୍ରିକ ହିନ୍ଦୀ ଚଳଚ୍ଚିତ । ସାମାଜିକ କୁସଂସ୍କାର ବିରୁଦ୍ଧରେ ଏକାକୀ ଲଢୁଥିବା ଜଣେ ନାରୀର ସଂଘର୍ଷ ଉପରେ କାହାଣିଟି ରଚିତ ।[୧][୨]
କାହାଣୀ
[ସମ୍ପାଦନା]ଶେଖର ଗୁପ୍ତା (ଋଷି କପୁର ଅଭିନୀତ), ଯିଏକି ଜଣେ ଧନୀ ବ୍ୟବସାୟୀ, ଦାମିନୀ (ମୀନାକ୍ଷି ଶେଷାଦ୍ରୀ ଅଭିନୀତ) ସହ ପ୍ରଥମ ଦେଖାରେ ହିଁ ପ୍ରେମରେ ପଡିଯାଆନ୍ତି । ବିବାହ ପରେ ଦିହେଁ ଏକ ଆଲିଶାନ ବଙ୍ଗଳାକୁ ଚାଲିଆସନ୍ତି । ହୋଲି ବେଳର କଥା । ଘରେ କେହି ନ ଥିବା ବେଳେ ଶେଖରର ଛୋଟ ଭାଇ ରାକେଶ (ଅଶ୍ୱିନୀ କୌଶାଲ ଅଭିନିତ) ଏବଂ ତାର କିଛି ଖଳ ପ୍ରକୃତିର ସାଙ୍ଗ ମାନଙ୍କଦ୍ୱାରା ଘରର ଚାକରାଣୀ ଉର୍ମୀକୁ ଧର୍ଷଣର ଶିକାର ହୁଏ । ତେବେ ଏ କଥା ଦାମିନୀ ଦେଖିପାରି ଶେଖରକୁ କହିବାକୁ ଦୌଡିଯାଏ । ହେଲେ ଶେଖର ଆସିବାରେ ଡେରି ହୋଇଯାଏ ଏବଂ ଇତିମଧ୍ୟରେ ଘଟଣା ପ୍ରଘଟ ହୋଇଯିବା ଭୟରେ ଧର୍ଷିତା ଉର୍ମୀକୁ ହତ୍ୟା କରିଦିଆଯାଏ । ଶେଖର ପରିବାର ଏକଥା ଜାଣିବା ପରେ ଲୋକ ଲଜ୍ଜ୍ୟା ତଥା ଆଇନ ଗତ କାର୍ଯ୍ୟାନୁଷ୍ଠାନ ଭୟରେ ଘଟଣାକୁ ଲୁଚାଇବାପାଇଁ ଯତ୍ପରୋନାସ୍ତି ଚେଷ୍ଟା କରନ୍ତି । ବାପା ଓ ମାଆ ସାନ ପୁଅ ରାକେଶର କୁକର୍ମ ଘୋଡାଇବାପାଇଁ ଚେଷ୍ଟା କରୁଥିବାବେଳେ ଦାମିନୀ କିନ୍ତୁ ଉର୍ମୀର ଧର୍ଷଣ ତଥା ହତ୍ୟା କରିଥିବା ଦୋଷୀକୁ ଦଣ୍ଡ ଦିଆଇ ଉର୍ମୀକୁ ନ୍ୟାୟ ଦେବାକୁ ଅଡିବସେ । ଶେଖର ଗୋଟିଏ ପକ୍ଷରେ ବାପ, ମାଅଙ୍କ କଥା ରଖିବା ସହିତ ସାମାଜିକ ସମ୍ମାନ ହାନିକୁ ଭୟ କରୁଥିବା ବେଳେ ସ୍ତ୍ରୀ ଦାମିନୀର ଅପ୍ରିୟ ସତ୍ୟକୁ ସାମନା କରିବାକୁ ସାହସ ଜୁଟାଇପାରେ ନି । ହେଲେ ଦାମିନୀ କିନ୍ତୁ ଶତ ବାଧା ବିଧ୍ନ ସତ୍ତ୍ୱେ ବି ଉର୍ମୀକୁ ନ୍ୟାୟ ଦେବାକୁ ଅଣ୍ଟା ଭିଡେ । ଦାମିନୀର ସଂଘର୍ଷ, ଶେଖର ଗୁପ୍ତାର ମାନସିକ ଦ୍ୱନ୍ଦ ତଥା ଅଦାଲତରେ ଦାମିନୀକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଓକିଲଙ୍କ ପେଞ୍ଚ ମଧ୍ୟରେ କାହାଣୀ ବହୁ ରୋମାଞ୍ଚକର ପରିସ୍ଥିତି ମଧ୍ୟରେ ଗତି କରିଛି ।
ପରିଶେଷରେ ସତ୍ୟର ଜୟ ହୋଇଛି । ଶେଖର ମଧ୍ୟ ନିଜର କର୍ତ୍ତବ୍ୟ ବୁଝିପାରି ଦାମିନୀର ପକ୍ଷ ନେଇଛି ଏବଂ ଉର୍ମୀର ଦୋଷୀକୁ ଦଣ୍ଡ ଦିଆଇବାରେ ସକ୍ଷମ ହୋଇଛି ।
ଚରିତ୍ର
[ସମ୍ପାଦନା]- ମୀନାକ୍ଷି ଶେଷାଦ୍ରୀ -- ଦାମିନୀ ଗୁପ୍ତା ଭୁମିକାରେ
- ସନ୍ନି ଦେଓଲ ---ଗୋବିନ୍ଦ ଭୁମିକାରେ
- ଋଷି କପୁର ---ଶେଖର ଗୁପ୍ତା ଭୁମିକାରେ
- ରୋହିଣୀ ହତଙ୍ଗଡି ---ଶେଖର ଗୁପ୍ତାଙ୍କ ମା ଭୁମିକାରେ
- କୁଳଭୂଷଣ ଖରବନ୍ଦା ---ଶେଖର ଗୁପ୍ତାଙ୍କ ବାପା ଭୁମିକାରେ
- ଅମରୀଶ ପୁରୀ --- ବାରିଷ୍ଟର ଇନ୍ଦ୍ରଜୀତ ଚଢା ଭୁମିକାରେ
ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଅମିର ଖାଁ, ଟିନୁ ଆନନ୍ଦ ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।
କଣ୍ଠଶିଳ୍ପୀ
[ସମ୍ପାଦନା]ଗୀତ | କଣ୍ଠଶିଳ୍ପୀ |
---|---|
ଜବ୍ ସେ ତୁମ୍କୋ ଦେଖା ହେ ସନମ୍ | କୁମାର ସାନୁ, ସାଧନା ସରଗମ୍ |
ଗବାହ ହେ ଚାନ୍ଦ ତାରେ | କୁମାର ସାନୁ, ଆଲ୍କା ୟାଗ୍ନିକ୍ |
ବିନ୍ ସାଜନ ଝୁଲା ଝୁଲୁ | କୁମାର ସାନୁ, ସାଧନା ସରଗମ୍ |
ସଚ୍ଚା ଆଶିକ ହେ ତୋ | କୁମାର ସାନୁ, ଆଲ୍କା ୟାଗ୍ନିକ୍ |
କାଗା ତୋ ଉଡ୍ ଗୟା | ଆଲ୍କା ୟାଗ୍ନିକ୍ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ଫିଲ୍ମଫେୟାର ଆୱାର୍ଡ
[ସମ୍ପାଦନା]- ଶ୍ରେଷ୍ଠ ନିର୍ଦ୍ଦେଶକ --- ରାଜ କୁମାର ସନ୍ତୋଷୀ
- ଶ୍ରେଷ୍ଠ ସହ ଅଭିନେତା --- ସନ୍ନି ଦେଓଲ[୩]
- ଶ୍ରେଷ୍ଠ ଅଭିନେତ୍ରୀ (ମନୋନୀତ) --- ମୀନାକ୍ଷି ଶେଷାଦ୍ରୀ
ଆଧାର
[ସମ୍ପାଦନା]- ↑ "Damini". Retrieved 7 June 2018.
- ↑ "Damini – Bollywood portraying Women's power". Retrieved 7 June 2018.[permanent dead link]
- ↑ Awards IMDB.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦାମିନୀ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |