Jump to content

କୋଲ ଟାର

ଉଇକିପିଡ଼ିଆ‌ରୁ
(Coal tarରୁ ଲେଉଟି ଆସିଛି)
କୋଲ ଟାର
Clinical data
Trade namesBalnetar, Cutar, others
Synonymsliquor carbonis detergens (LCD)
liquor picis carbonis (LPC)[]
AHFS/Drugs.com
Pregnancy
category
  • US: C (Risk not ruled out)
    Routes of
    administration
    Topical
    ATC code
    Legal status
    Legal status
    Identifiers
    CAS Number
    ChemSpider
    • none
    ECHA InfoCard100.029.417 Edit this at Wikidata

    କୋଲ ଟାର (ଇଂରାଜୀ ଭାଷାରେ Coal tar) ଏକ ମୋଟା ଓ କଳା ତରଳ ପଦାର୍ଥ ଯାହା ଅନେକ ଚିକିତ୍ସା କ୍ଷେତ୍ର ଓ କଳ କାରଖାନାରେ ବ୍ୟବ‌ହାର କରାଯାଏ ।[][] ଔଷଧ ଭାବରେ ଏହା ସୋରିଆସିସ (psoriasis) ଓ ସେବୋରିକ ଡର୍ମାଟାଇଟିସ ବା ରୁପି (seborrheic dermatitis) ରୋଗରେ ଦିଆଯାଏ ।[] ସୋରିଆସିସ ରୋଗରେ ଏହା ସ‌ହିତ ଅଲ୍‌ଟ୍ରାଭାୟୋଲେଟ ଥେରାପି (ultraviolet light therapy) ଦିଆଯାଇପାରେ । [] ରୋଗ ପ୍ରଭାବିତ ସ୍ଥାନମାନଙ୍କରେ ଏହା ଲଗାଯାଏ ।[] କୋଲ ବା କୋଇଲାରୁ (coal) କୋକ୍ (coke) ଓ କୋଲ ଗ୍ୟାସ (coal gas) ପ୍ରସ୍ତୁତ କରିବା ସମୟରେ ବାଇପ୍ରୋଡକ୍ଟ ବା ଉପଜାତ ଦ୍ରବ୍ୟ ଭାବରେ କୋଲ ଟାର ବାହାରେ । [] କାରଖାନା ବ୍ୟବ‌ହାର ମଧ୍ୟରେ ରେଲ‌ୱେ ସମ୍ପର୍କୀୟ (railway ties) ସଂରକ୍ଷଣରେ ଓ ରାସ୍ତା ପୃଷ୍ଠ ଉନ୍ନତ କରିବା ନିମନ୍ତେ ଦରକାର ହୁଏ ।[]

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଲାଲ ହୋଇଯାଏ, ସୂର୍ଯ୍ୟ କିରଣ ସମ୍ବେଦନ ହୋଇପାରେ, ଆଲର୍ଜି ପ୍ରତିକ୍ରିୟା ଓ ଚର୍ମ ରଙ୍ଗଛଡ଼ା ଦେଖାଯାଏ ।[] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ଓ ସ୍ତନ୍ୟପାନ ସମୟରେ ଦେବାକୁ ସୁପାରିସ କରାଯାଏନାହିଁ ।[] ଏହାର ସଠିକ୍ କାର୍ଯ୍ୟବିଧି ଜଣାଯାଇନାହିଁ ।[] କୋଲ ଟାରରେ ଫିନୋଲ (phenols), ପଲିସାଇକ୍ଲିକ ଆରୋମାଟିକ ହାଇଡ୍ରୋକାର୍ବନ (polycyclic aromatic hydrocarbons ବା PAHs) ଓ ହେଟେରୋସାଇକ୍ଲିକ କମ୍ପାଉଣ୍ଡମାନଙ୍କର (heterocyclic compound) ମିଶ୍ରଣ ଥାଏ ।[] ଏଥିରେ କବକରୋଧୀ (antifungal), ପ୍ରଦାହରୋଧୀ (anti-inflammatory), ଗଲୁରୋଧୀ (anti-itch) ଓ ପରଜୀବୀରୋଧୀ (antiparasitic) ଗୁଣସମସ୍ତ ଥାଏ ।[]

    ସନ ୧୬୬୫ରେ କୋଲ ଟାର ଆବିଷ୍କୃତ ହେବା ପରେ ୧୮୦୦ ଶତାବ୍ଦୀର ପ୍ରଥମ ଭାଗରେ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଗଲା । [][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[] ସଂଯୁକ୍ତ ରାଷ୍ଟ୍ରରେ ୫% କୋଲ ଟାରର ଏକ ୧୨୫ମି:ଲି: ବୋତଲର ମୂଲ୍ୟ ୧.୮୯ ପାଉଣ୍ଡ । [୧୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[] ଔଷଧ କମ୍ପାନୀରେ (pharmaceutical industry) ଏହା ଏକ ମୂଖ୍ୟ ପ୍ରାରମ୍ଭିକ ଉପାଦାନ ଥିଲା ।[୧୨]

    1. Berenblum I (୨୫ ସେପ୍ଟେମ୍ବର ୧୯୪୮). "Liquor Picis Carbonis". British Medical Journal. 2 (4577): 601. doi:10.1136/bmj.2.4577.601. PMC 2091540. PMID 18882998. {{cite journal}}: Check date values in: |date= (help)
    2. 1 2 "Background and Environmental Exposures to Creosote in the United States" (PDF). cdc.gov. September 2002. p. 19. Retrieved 13 January 2017.
    3. 1 2 3 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. X. ISBN 9781284057560.
    4. 1 2 3 4 WHO Model Formulary 2008 (PDF). World Health Organization. 2009. p. 308. ISBN 9789241547659. Retrieved 8 January 2017.
    5. Vallee, Yannick (1998). Gas Phase Reactions in Organic Synthesis (in ଇଂରାଜୀ). CRC Press. p. 107. ISBN 9789056990817.
    6. 1 2 Hornbostel, Caleb (1991). Construction Materials: Types, Uses and Applications (in ଇଂରାଜୀ). John Wiley & Sons. p. 864. ISBN 9780471851455.
    7. "Coal Tar use while Breastfeeding | Drugs.com". www.drugs.com. Retrieved 13 January 2017.
    8. 1 2 Maibach, Howard I. (2011). Evidence Based Dermatology (in ଇଂରାଜୀ). PMPH-USA. pp. 935–936. ISBN 9781607950394.
    9. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 356. ISBN 9780471899792.
    10. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    11. British national formulary : BNF 69 (69 ed.). British Medical Association. 2015. p. 829. ISBN 9780857111562.
    12. Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 23. ISBN 9783527326693.