Jump to content

ଚକରା ବିଷୋୟୀ

ଉଇକିପିଡ଼ିଆ‌ରୁ
(Chakara Bisoyiରୁ ଲେଉଟି ଆସିଛି)
ଚକରା ବିଷୋୟୀ
ଜନ୍ମ
ଘୁମୁସୁର, ଗଞ୍ଜାମ
ଜାତୀୟତାଭାରତୀୟ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ
ବୈବାହିକ-ସାଥୀତାରକା
ପିତାମାତାରାମ ସିଂହ ବିଷୋୟୀ (ବାପା)

ଚକରା ବିଷୋୟୀ, ଓଡ଼ିଶା ଇତିହାସରେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ।[] ସେ ଓଡ଼ିଶାର ଗଞ୍ଜାମଠାରେ ଥିବା ଘୁମୁସୁରରେ ୧୮୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।[] ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।[]

୧୮୨୩ ମସିହା, ପୌଷ ମାସ ଶାମ୍ବ ଦଶମୀ ଦିନ ଘୁମୁସର ଗାଁର ରାମ ସିଂହଙ୍କର ପୁଅଟିଏ ଜନ୍ମ ହୋଇଥିଲା ।[] ରାମ ସିଂହ ବିଷୋୟୀ ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ । ସେଦିନ ପିଲାଟିର ନାଁ ଚକରା ଦିଆଯାଇଥିଲା ।

ଚକରାଙ୍କର ପିତାଙ୍କ ବିଷୟରେ ବିଭିନ୍ନ ଗବେଶକମାନେ ବିଭିନ୍ନ ମତ ଦେଇଛନ୍ତି । ଗବେଶକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଦୋହରା ବିଷୋୟୀଙ୍କୁ ଚକରାଙ୍କର ପିତା ବୋଲି କ‌ହିଥିଲା ।[]

ପିଲାଦିନ

[ସମ୍ପାଦନା]

ସେ ପିଲାଟି ଦିନରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ ।[] ଚକରାଙ୍କ ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ତାରକା ନାମ୍ନୀ ବାଳିକା ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ । ପରବର୍ତ୍ତୀ ସମୟରେ କୈଶୋର ପ୍ରାପ୍ତି ପରେ ସେ ତାରକାଙ୍କୁ ବିବାହ କରିଥିଲେ ।[]

ସ୍ୱାଧୀନତାରେ ଭୂମିକା

[ସମ୍ପାଦନା]

କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ମାନ ରହିଥାନ୍ତି । ସେମାନଙ୍କ ଭିତରେ "କୁଇ" ଓ "କୁବି" ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀଦୋହରା ବିଷୋୟୀ ଅନ୍ୟତମ ।[]

କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ "କନ୍ଧ ମେଳି" ଜରିଆରେ ସେ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।[]

ଚକରା ବିଷୋୟୀ ବ୍ରିଟିଶ ସରକାରଙ୍କ ବିରୋଧରେ ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସଂଗ୍ରାମ କରିଥିଲେ ।[] ତାଙ୍କର ଏହି ସଂଗ୍ରାମ ସମଗ୍ର ଭାରତ ବର୍ଷରେ ବିପ୍ଳବର ବ‌ହ୍ନି ଜଳାଇଥିଲା । ଫଳରେ ୧୮୫୭ର ସିପାହୀ ବିଦ୍ରୋହର ସୂତ୍ରପାତ ହେଲା ।[] ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ଚକରା ପ୍ରତ୍ୟୁତ୍ତର ରଖିଥିଲେ, "ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।"[]

ଚକରାଙ୍କୁ ଧରିବା ପାଇଁ ୧୮୮୪ ମସିହାରେ ଭାରତର ତ‌ତ୍କାଳୀନ ବଡ଼ଲାଟ୍ ଡ଼େଲହାଉସୀ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍‌ କଣ୍ଟ୍ରୋଲର ପ୍ରେସିଡ଼େଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, "ଚକରା ବିଷୋୟୀ ହେଉଛନ୍ତି ଜଣେ ଦୁଃସାହସୀ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ ।"[]

ଶେଷ ଜୀବନ

[ସମ୍ପାଦନା]

ଚକରା ବିଷୋୟୀଙ୍କ ଶେଷ ଜୀବନ ବିଷୟରେ ସେତେଟା ସତ୍ୟାସତ୍ୟ ଖବର ନାହିଁ । କେତେକ ଗବେଷକଙ୍କ ମତାନୁସାରେ ସେ ୧୮୫୭ ବିପ୍ଳବ ପୂର୍ବରୁ ମୃତ୍ୟୁବରଣ କରିସାରିଥିଲେ ।[]

  1. "ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଓଡ଼ିଶାରେ ହେବ". ଓଡ଼ିଶା ଟାଇମ୍. 30 April 2017. Retrieved 13 August 2018.
  2. "ଜିଲ୍ଲା ସମ୍ବନ୍ଧରେ". ganjam.nic.in. Retrieved 13 August 2018.
  3. 1 2 3 4 5 6 7 8 9 ପଣ୍ଡା, ସୁରେନ୍ଦ୍ର ଚନ୍ଦ୍ର (1 August 2014). "ଘୁମୁସର ବିଦ୍ରୋହରେ ଦୋରା ଓ ଚକରା ବିଷୋୟୀଙ୍କ ଭୂମିକା" (PDF). ଉତ୍କଳ ପ୍ରସଙ୍ଗ: 19. Archived from the original (PDF) on 22 July 2021. Retrieved 13 August 2018. {{cite journal}}: More than one of |pages= and |page= specified (help)
  4. "CHAKRA BISOI". Archived from the original on 2011-10-26. Retrieved 2011-05-27.
  5. Orissa Review, August, 2007
  6. "ଚକରା ବିଷୋୟୀଙ୍କ ଅସାଧାରଣ ବ୍ୟକ୍ତିତ୍ୱର ପଟାନ୍ତର ନାହିଁ - Dharitri.Com". Dharitri.com (in ଇଂରାଜୀ). 28 December 2017. Retrieved 13 August 2018.