Jump to content

ଦୋହରା ବିଷୋୟୀ

ଉଇକିପିଡ଼ିଆ‌ରୁ
ଚକରା ବିଷୋୟୀ
ଜାତୀୟତାଭାରତୀୟ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ

ଦୋହରା ବିଷୋୟୀ ଜଣେ ସ୍ୱାଧୀନତା ସଂଗ୍ରାମୀ ।[] ସେ ଓଡ଼ିଶାର କଳାହାଣ୍ଡି ଜିଲାର "କନ୍ଧମେଳି"ରେ ଭାଗନେଇଥିବା ଜଣେ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।

ସ୍ୱାଧୀନତାରେ ଭୂମିକା

[ସମ୍ପାଦନା]

୧୮୩୬ ମସିହାରେ ଘୁମୁସରର ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ ।[] ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଯାଇଥିଲା ଏବଂ ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା ବିଷୋୟୀ ।[] ସେ ୧୮୩୫ରୁ ୧୮୩୭ ଯାଏଁ ଏହି ବିପ୍ଳବକୁ ଜାରି ରଖିଥିଲେ ।[]

କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ମାନ ରହିଥାନ୍ତି । ସେମାନଙ୍କ ଭିତରେ "କୁଇ" ଓ "କୁବି" ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।[] ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀଦୋହରା ବିଷୋୟୀ ଅନ୍ୟତମ ।[]

ଚକରା ବିଷୋୟୀଙ୍କ ସହ ସେ କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ "କନ୍ଧ ମେଳି" ଜରିଆରେ ସେ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।[] ଦୋହରାଙ୍କ ନେତୃତ୍ୱରେ କନ୍ଧମାନେ ଧନୁତୀର ସାହାଯ୍ୟରେ ୧୩ ଜଣ ଇଂରେଜ ସୈନ୍ୟ ଏବଂ ୨ ଜଣ ଇଂରେଜ ସେନାପତିଙ୍କୁ ହତ୍ୟ କରିଥିଲେ ।[] ଦୋହରାଙ୍କୁ ଅନୁଗୋଳଠାରେ ବନ୍ଦୀ କରାଯାଇଥିଲା ଏବଂ ମାନ୍ଦ୍ରାଜରେ ତାଙ୍କର ମୃତ୍ୟୁ ହୋଇଥିଲା ।[]

  1. "ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଓଡ଼ିଶାରେ ହେବ". ଓଡ଼ିଶା ଟାଇମ୍. 30 April 2017. Retrieved 13 August 2018.
  2. 1 2 3 4 5 6 ପଣ୍ଡା, ସୁରେନ୍ଦ୍ର ଚନ୍ଦ୍ର (1 August 2014). "ଘୁମୁସର ବିଦ୍ରୋହରେ ଦୋରା ଓ ଚକରା ବିଷୋୟୀଙ୍କ ଭୂମିକା" (PDF). ଉତ୍କଳ ପ୍ରସଙ୍ଗ: 19. Archived from the original (PDF) on 22 July 2021. Retrieved 13 August 2018. {{cite journal}}: More than one of |pages= and |page= specified (help)
  3. "CHAKRA BISOI". Archived from the original on 2011-10-26. Retrieved 2011-05-27.
  4. Orissa Review, August, 2007