Jump to content

ବୁଦ୍ଧ ପୂର୍ଣ୍ଣିମା

ଉଇକିପିଡ଼ିଆ‌ରୁ
(Buddha's Birthdayରୁ ଲେଉଟି ଆସିଛି)
ଶିଶୁ ଗୌତମ ବୁଦ୍ଧଙ୍କ ଏକ ମୂର୍ତ୍ତି
ନାମବୁଦ୍ଧ ପୂର୍ଣ୍ଣିମା
ଅନ୍ୟ ନାମଚନ୍ଦନ ପୂର୍ଣ୍ଣିମା
ପାଳନକାରୀବୌଦ୍ଧଧର୍ମାବଲମ୍ବୀ
ପ୍ରକାରବୌଦ୍ଧଧର୍ମ
ବିଶେଷତାଗୌତମ ବୁଦ୍ଧଙ୍କ ଜନ୍ମ ଦିବସ ପାଳନ
ତାରିଖବୈଶାଖ ପୂର୍ଣ୍ଣିମା
୨୦୨୬ ତାରିଖdate missing (please add)
ସମ୍ପର୍କିତବୁଦ୍ଧ ଜୟନ୍ତୀ

ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ ପର୍ବପର୍ବାଣି ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପୁଣ୍ୟ ଦିବସ। ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି।

ତାତ୍ପର୍ଯ୍ୟ

[ସମ୍ପାଦନା]

ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ସେହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ନିର୍ବାଣ(ମୋକ୍ଷ) ପ୍ରାପ୍ତ ହୋଇଥିଲେ। ଗୌତମ ବୁଦ୍ଧଙ୍କ ଶୀଳ, ସମାଧି, ପ୍ରଜ୍ଞା ଏବଂ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛି। ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇ ଆସିଛି। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ବୁଦ୍ଧଦେବ ମଧ୍ୟ ଏକ ଅବତାର ରୂପେ ସ୍ଥାନ ପାଇଛନ୍ତି।

ଓଡ଼ିଶା

[ସମ୍ପାଦନା]

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରିଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି । ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ । ନିରବତା ଓ ନିସ୍ତବ୍‌ଧତା ଧ୍ୟାନ ପାଇଁ ଏକାନ୍ତ ଆବଶ୍ୟକ ଯାହାକି ବୌଦ୍ଧ ସାଧନାର ମୂଳଭିତ୍ତି। ବୁଦ୍ଧ ଜୟନ୍ତୀ ପଡୁଥିବା ଏହି ବୈଶାଖ ପୂର୍ଣ୍ଣିମାକୁ ମଧ୍ୟ ଚନ୍ଦନ ପୂର୍ଣ୍ଣିମା କହନ୍ତି ।ଏହି ଦିନ ମଧ୍ୟ ସନ୍ଥ ଭୀମଭୋଇ ଜୟନ୍ତୀ ପାଳନ କରାଯାଏ। []

  1. ସମ୍ବାଦ, ପୃଷ୍ଠା- ୨, ଶୁକ୍ରବାର ୨୪ ମେ, ୨୦୧୩