ବିଶ୍ୱନାଥ ପଶାୟତ

ଉଇକିପିଡ଼ିଆ‌ରୁ
(Biswanath Pasayatରୁ ଲେଉଟି ଆସିଛି)

ବିଶ୍ୱନାଥ ପଶାୟତ (୧୦ ଅକ୍ଟୋବର ୧୯୧୨ - ୨୭ ଡିସେମ୍ବର ୧୯୬୪) ଜଣେ ଓଡ଼ିଆ ସ୍ୱାଧିନତା ସଂଗ୍ରାମୀ, ସାହିତ୍ୟିକ ଓ ଆଇନଜୀବୀ ଥିଲେ ।

ଜୀବନୀ[ସମ୍ପାଦନା]

ବିଶ୍ୱନାଥ ୧୯୧୨ ମସିହାରେ ଜଗତସିଂହପୁର ଜିଲ୍ଲାର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ନିଜ ଜମିଦାରୀ ସଂସ୍କୃତି ଓ ଆଭିଜାତ୍ୟପୂର୍ଣ୍ଣ ଜୀବନକୁ ତ୍ୟାଗକରି ସେ ସାମ୍ୟବାଦ ଆନ୍ଦୋଳନର ପୁରୋଧା ସାଜିଥିଲେ । ବୃତ୍ତିରେ ସେ ଜଣେ ଆଇନଜୀବୀ ଥିଲେ । ନବଯୁଗ ସାହିତ୍ୟ ସଂସଦର ସେ ଥିଲେ ଅନ୍ୟତମ ପ୍ରତିଷ୍ଠାତା । ନବଯୁଗ ସାହିତ୍ୟ ସଂସଦର ପତ୍ରିକା ଆଧୁନିକକୁ ସେ ସମ୍ପାଦନା କରୁଥିଲେ । ସେ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଥିଲେ ଓ ନାଟ୍ୟକାର ମନୋରଞ୍ଜନ ଦାସ ତାଙ୍କର ସହଯୋଗୀ ଭାବରେ କାମ କରୁଥିଲେ ।

ପରିବାର[ସମ୍ପାଦନା]

ବିଶ୍ୱନାଥଙ୍କ ପୁତ୍ର ଅରିଜିତ ପଶାୟତ ସୁପ୍ରିମ କୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. "ବିଶ୍ୱନାଥ ପଶାୟତ: ସାଧାରଣ ଜନତାର ସେନାପତି". samajalive.in. ସମାଜ. Archived from the original on 13 May 2022. Retrieved 13 May 2022.