Jump to content

ବିପ୍ଳବ ସାମନ୍ତରାୟ

ଉଇକିପିଡ଼ିଆ‌ରୁ
(Biplab Samantrayରୁ ଲେଉଟି ଆସିଛି)
Biplab Samantray
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm medium
ଘରୋଇ ଦଳ ତଥ୍ୟ
YearsTeam
2012-presentSunrisers Hyderabad
2010-presentOdisha
Career statistics
ପ୍ରତିଯୋଗିତା First-class List A T20
ମ୍ୟାଚ 46 32 41
ମୋଟ ରନ 2056 852 558
ବ୍ୟାଟିଂ ହାର 27.78 30.42 17.43
ଶତକ/ଅର୍ଦ୍ଧଶତକ 4/6 1/7 0/2
ସର୍ବାଧିକ ରନ 171 100 73*
ବଲ ସଂଖ୍ୟା 4440 1323 455
ଉଇକେଟ 60 33 18
ବୋଲିଂ ହାର 33.76 31.48 26.11
ଇନିଙ୍ଗସରେ ୫ଟି ଉଇକେଟ -- -- --
ମ୍ୟାଚରେ ୧୦ଟି ଉଇକେଟ -- -- --
ସବୁଠୁ ଭଲ ବୋଲିଂ 3/22 3/24 3/09
କ୍ୟାଚ/ଷ୍ଟମ୍ପିଙ୍ଗ 38/-- 18/- 13/--
Source: [୧]

ବିପ୍ଳବ ସାମନ୍ତରାୟ ୧୯୮୮ ମସିହା ଡିସେମ୍ବର ୧୪ ତାରିଖରେ ଓଡ଼ିଶାର କଟକଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ରଣଜୀଟ୍ରଫି କ୍ରିକେଟରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରନ୍ତି ଓ ଓଡ଼ିଶା ପ୍ରିମିଅର ଲିଗରେ କଟକ ବାରବାଟି ଟାଇଗର୍ସର ଅଧିନାୟକ ଭାବରେ ଖେଳିଥାନ୍ତି । ୨୦୧୨ ଇଣ୍ଡିଆନ ପ୍ରିମିଅର ଲିଗ ପାଇଁ ସେ ଡେକାନ ଚାର୍ଜର୍ସ ଦଳରେ ସ୍ଥାନ ପାଇଛନ୍ତି । ଇଣ୍ଡିଆନ ପ୍ରିମିଅର ଲିଗ ୨୦୧୩ରେ ଡେକାନ ଚାର୍ଜର୍ସ ଦଳର ବିଲୟ ପରେ ବିପ୍ଲବ ନୁତନ ଦଳ ସନରାଇଜର୍ସ୍ ହାଇଦରାବାଦ୍ରେ ସ୍ଥାନ ପାଇଛନ୍ତି ।

କୃତିତ୍ତ୍ୱ

[ସମ୍ପାଦନା]

କ୍ୟାରିୟର

[ସମ୍ପାଦନା]

ବିପ୍ଲବ ସାମନ୍ତରାୟ ଜଣେ ଡାହାଣହାତୀ ବ୍ୟାଟ୍ସମାନ ଏବଂ ସେ ଓଡ଼ିଶା ପାଇଁ ମିଡଲ ଅର୍ଡରରେ ବ୍ୟାଟିଂ କରନ୍ତି । ତାଙ୍କର ଡାହାଣହାତୀ ମାଧ୍ୟମ ଗତି ବୋଲିଂ ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିପ୍ଲବ ୨୦୧୦ ମସିହା ନଭେମ୍ବର ୧ ତାରିଖ ଦିନ ବରୋଦା ବିପକ୍ଷରେ ଘରୋଇ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ।[] ନିଜର ଏହି ପ୍ରଥମ ମ୍ୟାଚରେ ୫୫ ରନ କରିବା ସହ ଗୋଟିଏ ୱିକେଟ ମଧ୍ୟ ପାଇଥିଲେ। ସେ ୧୬ଟି ଫାଷ୍ଟ କ୍ଳାସ ମ୍ୟାଚ ଖେଳି ୩୩.୫୨ ଆଭେରେଜରେ ୮୩୮ ରନ ସଂଗ୍ରହ କରିଛନ୍ତି । ୨୦୧୨ ମସିହାରେ ବିଜୟ ହଜାରେ ଟ୍ରଫି ନିମନ୍ତେ ବିପ୍ଳବଙ୍କୁ ଓଡ଼ିଶା ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। [] ୨୦୧୨ରେ ଆଇପିଏଲ ଦଳ ଡେକାନ ଚାର୍ଜର୍ସ ବିପ୍ଳବଙ୍କୁ ନିଜ ଦଳରେ ସାମିଲ କରିଥିଲା। [] ବିପ୍ଲବ ନିଜ ପଡ଼ିଆ ବାରବାଟି ଷ୍ଟାଡିଅମରେ ପୁନେ ୱାରିୟର୍ସ ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ।

ଅଧିକ ତଥ୍ୟ

[ସମ୍ପାଦନା]

http://www.espncricinfo.com/india/content/player/430125.html