ବିପ୍ଳବ ସାମନ୍ତରାୟ
| କ୍ରିକେଟ ତଥ୍ୟ | |||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ବ୍ୟାଟିଂ ପ୍ରକାର | Right-hand bat | ||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm medium | ||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
| Years | Team | ||||||||||||||||||||||||||||||||||||||||||||||||||||
| 2012-present | Sunrisers Hyderabad | ||||||||||||||||||||||||||||||||||||||||||||||||||||
| 2010-present | Odisha | ||||||||||||||||||||||||||||||||||||||||||||||||||||
| Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
ବିପ୍ଳବ ସାମନ୍ତରାୟ ୧୯୮୮ ମସିହା ଡିସେମ୍ବର ୧୪ ତାରିଖରେ ଓଡ଼ିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ । ସେ ରଣଜୀଟ୍ରଫି କ୍ରିକେଟରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରନ୍ତି ଓ ଓଡ଼ିଶା ପ୍ରିମିଅର ଲିଗରେ କଟକ ବାରବାଟି ଟାଇଗର୍ସର ଅଧିନାୟକ ଭାବରେ ଖେଳିଥାନ୍ତି । ୨୦୧୨ ଇଣ୍ଡିଆନ ପ୍ରିମିଅର ଲିଗ ପାଇଁ ସେ ଡେକାନ ଚାର୍ଜର୍ସ ଦଳରେ ସ୍ଥାନ ପାଇଛନ୍ତି । ଇଣ୍ଡିଆନ ପ୍ରିମିଅର ଲିଗ ୨୦୧୩ରେ ଡେକାନ ଚାର୍ଜର୍ସ ଦଳର ବିଲୟ ପରେ ବିପ୍ଲବ ନୁତନ ଦଳ ସନରାଇଜର୍ସ୍ ହାଇଦରାବାଦ୍ରେ ସ୍ଥାନ ପାଇଛନ୍ତି । ଓଡ଼ିଶା ପ୍ରୋ ଲିଗ୍ ଟି -20 ଲିଗ୍ 2025ରେ ସେ କଟକ ପ୍ୟାନ୍ଥର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ | [୧]
ଜୀବନ
[ସମ୍ପାଦନା]କୃତିତ୍ତ୍ୱ
[ସମ୍ପାଦନା]କ୍ୟାରିୟର
[ସମ୍ପାଦନା]ବିପ୍ଲବ ସାମନ୍ତରାୟ ଜଣେ ଡାହାଣହାତୀ ବ୍ୟାଟ୍ସମାନ ଏବଂ ସେ ଓଡ଼ିଶା ପାଇଁ ମିଡଲ ଅର୍ଡରରେ ବ୍ୟାଟିଂ କରନ୍ତି । ତାଙ୍କର ଡାହାଣହାତୀ ମାଧ୍ୟମ ଗତି ବୋଲିଂ ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିପ୍ଲବ ୨୦୧୦ ମସିହା ନଭେମ୍ବର ୧ ତାରିଖ ଦିନ ବରୋଦା ବିପକ୍ଷରେ ଘରୋଇ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ।[୨] ନିଜର ଏହି ପ୍ରଥମ ମ୍ୟାଚରେ ୫୫ ରନ କରିବା ସହ ଗୋଟିଏ ୱିକେଟ ମଧ୍ୟ ପାଇଥିଲେ। ସେ ୧୬ଟି ଫାଷ୍ଟ କ୍ଳାସ ମ୍ୟାଚ ଖେଳି ୩୩.୫୨ ଆଭେରେଜରେ ୮୩୮ ରନ ସଂଗ୍ରହ କରିଛନ୍ତି । ୨୦୧୨ ମସିହାରେ ବିଜୟ ହଜାରେ ଟ୍ରଫି ନିମନ୍ତେ ବିପ୍ଳବଙ୍କୁ ଓଡ଼ିଶା ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। [୩] ୨୦୧୨ରେ ଆଇପିଏଲ ଦଳ ଡେକାନ ଚାର୍ଜର୍ସ ବିପ୍ଳବଙ୍କୁ ନିଜ ଦଳରେ ସାମିଲ କରିଥିଲା। [୪] ବିପ୍ଲବ ନିଜ ପଡ଼ିଆ ବାରବାଟି ଷ୍ଟାଡିଅମରେ ପୁନେ ୱାରିୟର୍ସ ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ।
ଆଧାର
[ସମ୍ପାଦନା]- ↑ "OPL 2025: Cuttack Panthers Triumph Over Keonjhar Miners".
- ↑ http://www.espncricinfo.com/india/content/player/430125.html
- ↑ "ଆର୍କାଇଭ୍ କପି". Archived from the original on 2015-10-02. Retrieved 2012-07-06.
{{cite web}}: Cite has empty unknown parameter:|1=(help) - ↑ http://www.deccanchargers.com/content/chargers-boost-their-squad-exciting-players
ଅଧିକ ତଥ୍ୟ
[ସମ୍ପାଦନା]http://www.espncricinfo.com/india/content/player/430125.html