ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ
ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ | |
---|---|
ସ୍ଥାପିତ | ୧୯୯୮ |
ପ୍ରକାର | ଚଳଚ୍ଚିତ୍ର ସମ୍ବନ୍ଧିୟ |
ଅବସ୍ଥାନ | କଟକ, ଓଡ଼ିଶା, ଭାରତ |
ପରିସର | ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ |
ଅନୁବନ୍ଧନ | ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା |
ୱେବସାଇଟ | www.bpftio.org/BijuPattanaik/index.html |
ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକରେ ଥିବା ଏକ ସ୍ୱୟଂଶାସିତ ବୈଷୟିକ ଶିକ୍ଷାନୁଷ୍ଠାନ ।[୧] ଏଠାରେ ଚଳଚ୍ଚିତ୍ର ସମ୍ବନ୍ଧିତ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଦିଆଯାଏ । ଏହା ଓଡ଼ିଶା ସରକାରଙ୍କଦ୍ୱାରା ବିଶ୍ୱବ୍ୟାଙ୍କ ସହାୟତାରେ ଫିଲ୍ମ ନିର୍ମାଣ ଓ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ବୈଷୟିକ ଜ୍ଞାନପ୍ରାପ୍ତ ଜନସମ୍ବଳ ସୃଷ୍ଟି ପାଇଁ ପ୍ରତିଷ୍ଠା କରାଯାଇଛି । ମହାନଦୀ କୁଳରେ ଓଡ଼ିଶା ରାଜ୍ୟର ସର୍ବପୁରାତନ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂର ପରିସର ମଧ୍ୟରେ ଏହା ରହିଛି । ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ପରିଚାଳିତ ଏହି ପ୍ରତିଷ୍ଠାନରେ ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ , ବିଭାଗରେ ୩ଟି ସ୍ୱତନ୍ତ୍ର ବିଭାଗ, ଯଥା ସିନେମାଟୋଗ୍ରାଫି , ଶବ୍ଦ ଓ ଟିଭି ଇଂଜିନିଯରିଂ ଏବଂ ଫିଲ୍ମ ଓ ଭିଡିଓ ଏଡିଟିଂରେ ଶିକ୍ଷା ପ୍ରଦାନ କରାଯାଇଥାଏ ।[୨]
ଇତିହାସ
[ସମ୍ପାଦନା]୧୯୯୮ ମସିହାରେ ଏହି ପ୍ରତିଷ୍ଠାନର ସ୍ଥାପନ ହେଇଥିଲା । ଏଥିପାଇଁ ମୂଳ ବିନିଯୋଗ ପାଇଁ ବିଶ୍ୱବ୍ୟାଙ୍କରୁ ଆର୍ଥିକ ସହାୟତା ନିଆ ଯାଇଥିଲା । ଏଠାରେ ଫିଲ୍ମ ଶୁଟିଙ୍ଗ ପାଇଁ ଦରକାର ହଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି ଏବଂ ଏଠାରେ ସିନେମାଟୋଗ୍ରାଫି , ଶବ୍ଦ ଗ୍ରହଣ ଓ ଚିତ୍ର ସମ୍ପାଦନ ଶିକ୍ଷା ପ୍ରଦାନ ପାଇଁ ପ୍ରବୀଣ ଶିକ୍ଷକମାନେ ରହିଛନ୍ତି । ଏହି ପ୍ରତିଷ୍ଠାନରୁ ଅଦ୍ୟାବଧି ୧୪ଟି ବ୍ୟାଚର ଛାତ୍ର ପ୍ରଶିକ୍ଷଣ ନେଇ ବିଭିନ୍ନ ମିଡ଼ିଆ ଚ୍ୟାନେଲ , ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । ଅନୁଷ୍ଠାନରେ ଚଳଚ୍ଚିତ୍ର ସମ୍ବନ୍ଧିୟ ସମ୍ପାନ, ବିଶ୍ୱ ସିନେମା ଦିବସ ଭଳି ମହୋତ୍ସବ ମଧ୍ୟ ପାଳନ କରାଯାଏ ।[୩][୪]
ପାଠ୍ୟକ୍ରମ
[ସମ୍ପାଦନା]ଏହି ପ୍ରତିଷ୍ଠାନରେ ସିନେମାଟୋଗ୍ରାଫି, ଶବ୍ଦ ଓ ଟେଲିଭିଜନ ଇଂଜିନିୟରିଂ ଏବଂ ଫିଲ୍ମ ଓ ଭିଡିଓ ଏଡିଟିଂ ଏହି ୩ଟି ବିଷୟରେ ୩ ବର୍ଷୀୟ ଡିପ୍ଲୋମା ପାଠ୍ୟକ୍ରମ ରହିଛି ।[୫]
ଆଧାର
[ସମ୍ପାଦନା]- ↑ "Odisha Stage Film Policy 2019" (PDF). investodisha.gov.in. Retrieved 13 July 2020.
- ↑ "BPFTIO". www.bpftio.org. Archived from the original on 26 August 2014. Retrieved 22 August 2014.
- ↑ "World Cinema Day celebrations at BPFTIO, Cuttack". odishatv.in/. odisha tv. Retrieved 13 July 2020.
- ↑ "BPFTIO celebrates Cinema Day to pay tribute to the Lumiere Brothers -Happy Birth Day to Cinema". orissadiary.com. orissa diary. Retrieved 13 July 2020.
- ↑ "Lights, Camera, Action In Place! Odisha Film Institute Needs Course Correction". odishabytes.com. Archived from the original on 18 Nov 2019. Retrieved 13 July 2020.