ବିଜୟ ମହାପାତ୍ର

ଉଇକିପିଡ଼ିଆ‌ରୁ
(Bijay Mohapatraରୁ ଲେଉଟି ଆସିଛି)
ବିଜୟ ମହାପାତ୍ର
ବିଧାୟକ: ୮ମ, ୯ମ, ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୪ ନଭେମ୍ବର ୧୯୮୦ – ୨୦୦୦
ପୂର୍ବ ଅଧିକାରୀବିଜୁ ପଟ୍ଟନାୟକ
ପର ଅଧିକାରୀତ୍ରିଲୋଚନ ବେହେରା
ନିର୍ବାଚନ ମଣ୍ଡଳୀପାଟକୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-11-07)ନଭେମ୍ବର ୭, ୧୯୫୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି, ଜନତା ଦଳ
ଜୀବନ ସାଥୀକଳ୍ପନା ମହାପାତ୍ର
ବାପା/ବୋଉକାହ୍ନୁ ଚରଣ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ବିଜୟ ମହାପାତ୍ର (ଜନ୍ମ: ୭ ନଭେମ୍ବର ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ଜନତା ଦଳ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଛନ୍ତି । ବିଜୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଜୟ ମହାପାତ୍ର ୧୯୫୦ ମସିହାର ନଭେମ୍ବର ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାହ୍ନୁ ଚରଣ ମହାପାତ୍ର ଏବଂ ପତ୍ନୀଙ୍କ ନାମ କଳ୍ପନା ମହାପାତ୍ର ।[୧] ବିଜୟଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଜୟ ମହାପାତ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[୧] ବିଜୟ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Bijay Mohapatra". odishaassembly.nic.in. Odisha Assembly. Retrieved 28 March 2020.