Jump to content

ବିଜୟ ମହାପାତ୍ର

ଉଇକିପିଡ଼ିଆ‌ରୁ
ବିଜୟ ମହାପାତ୍ର
ବିଧାୟକ: ୮ମ, ୯ମ, ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୪ ନଭେମ୍ବର ୧୯୮୦ – ୨୦୦୦
ପୂର୍ବ ଅଧିକାରୀବିଜୁ ପଟ୍ଟନାୟକ
ପର ଅଧିକାରୀତ୍ରିଲୋଚନ ବେହେରା
ନିର୍ବାଚନ ମଣ୍ଡଳୀପାଟକୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-11-07)ନଭେମ୍ବର ୭, ୧୯୫୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି, ଜନତା ଦଳ
ଜୀବନ ସାଥୀକଳ୍ପନା ମହାପାତ୍ର
ସନ୍ତାନଅରବିନ୍ଦ ମହାପାତ୍ର
ବାପା/ବୋଉକାହ୍ନୁ ଚରଣ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ବିଜୟ ମହାପାତ୍ର (ଜନ୍ମ: ୭ ନଭେମ୍ବର ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ବିଜୟ ମହାପାତ୍ର ୧୯୫୦ ମସିହାର ନଭେମ୍ବର ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାହ୍ନୁ ଚରଣ ମହାପାତ୍ର ଏବଂ ପତ୍ନୀଙ୍କ ନାମ କଳ୍ପନା ମହାପାତ୍ର ।[] ବିଜୟଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[] ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଛନ୍ତି ।

ବିଜୟ ମହାପାତ୍ର ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳ ଓ ଜନତା ପାର୍ଟିରେ ସକ୍ରିୟ ଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ସମୟରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ, ମାତ୍ର ବିଜେଡି ସହ ସମ୍ପର୍କରେ ତିକ୍ତତା ଯୋଗୁଁ ସେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୨୪ ମସିହାରେ, ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପରେ, ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା ।[]

ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[] ବିଜୟ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ପାଟକୁରା (ଉପ) ଜନତା (ଏସ୍) ଚ. ସିଂହ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ପାଟକୁରା ଜନତା ପାର୍ଟି
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଜନତା ଦଳ
  1. ୧.୦ ୧.୧ ୧.୨ ୧.୩ ୧.୪ "Shri Bijay Mohapatra". odishaassembly.nic.in. Odisha Assembly. Retrieved 28 March 2020.
  2. Bureau, ABP News (2024-03-07). "Arabinda Mohapatra, Son Of Former Minister Bijoy Mohapatra, Joins BJD". news.abplive.com (in ଇଂରାଜୀ). Retrieved 2024-07-03.
  3. Mansingh, Sangita (2024-05-17). "ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2024-07-03.